ରାହାଗିରିରେ ପିକକ୍ ମାତୃ ଦିବସ ପାଳନ

rahagiriରବିବାର ଦିନ ରାହାଗିରି କାର୍ଯ୍ୟକ୍ରମରେ ସହରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଅଂଶଗ୍ରହଣ କରିଥିଲା, ଯାହାର ମୁଖ୍ୟ ବିଷୟବସ୍ତୁ ଥିଲା କେୟାର ଫର୍ ଚେଞ୍ଜ । ଏହି ଅବସରରେ ମେ ୮ ତାରିଖ ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ପିକକ୍ ଓ ରୋଟାରୀ କ୍ଲବ ଅଫ୍ ହେରିଟେଜ ଭୁବନେଶ୍ୱର ପକ୍ଷରୁ ପିଲାମାନେ ଗୀତ, ଚିତ୍ରାଙ୍କନ, ମେହେନ୍ଦୀ ଦ୍ୱାରା ତଥା ତୁଳସୀ ଗଛ ଓ ଉପହାର ଦେଇ ମା ମାନଙ୍କୁ ସମ୍ମାନ ଜଣାଇ ଆର୍ଶୀବାଦ ନେଇଥିଲେ ।

ଏଥିରେ ଶିଶୁମାନଙ୍କ ନିମନ୍ତେ ଚିଲଡ୍ରେନ କର୍ଣ୍ଣର- ସୋ ଇୟୋର ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ବହୁ ଶିଶୁମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ପିଲା ଓ ମା ମାନଙ୍କ ପାଇଁ ଏକ କୁଇଜ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ପିଲାମାନେ ନୃତ୍ୟ କର୍ମଶାଳାରେ ଯୋଗ ଦେଇ ନୃତ୍ୟ ଶିକ୍ଷା କରିଥିଲେ । ଏତଦ୍ ବ୍ୟତୀତ, ଶିଶୁମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

Share in top social networks!