ଅକ୍ଷୟତୃତୀୟାରେ ଅଖିମୁଠି ଅନୁକୂଳ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରାଧାମୋହନ ସିଂ

କୃଷି ଓ କୃଷକର ବିକାଶରେ ହିଁ ଦେଶର ବିକାଶ ହେବ ବୋଲି ବିଶ୍ୱସ ରଖିଥିବା ଓ କାର୍ଯ୍ୟକରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଓଡିଶା ପାଇଁ ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । କୃଷି ଓ କୃଷକଙ୍କ ପରିବାରର ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା କରି ଏହାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରୁଛନ୍ତି ।

ଆସନ୍ତା ୯ ତାରିଖ ଦିନ ପବିତ୍ର ଅକ୍ଷୟତୃତୀୟାରେ ଅଖିମୁଠି ଅନୁକୁଳ କରିବା ପାଇଁ କଟକ ଜିଲ୍ଲା କନ୍ଦରପୁର ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀଯୁକ୍ତ ରାଧାମୋହନ ସିଂ ଏବଂ ତାଙ୍କ ସହିତ ଉପସ୍ଥିତ ରହିବେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବେ ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା । ଅଖିମୁଠି ଅନୁକୂଳ ପରେ ସେଠାରେ ସମବେତ ଚାଷି ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ ଜଣାଇଛନ୍ତି । ଏହାପରେ କଟକର ବିଦ୍ୟାଧରପୁରସ୍ଥିତ ଭାରତ ସରକାରଙ୍କ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଅକ୍ଷୟତୃତୀୟା ଉତ୍ସବ ଓ କୃଷକ ମେଳାରେ ଉଭୟ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ ।

Share in top social networks!