ଓଡିଶାର ନୂତନ ବ୍ୟାଙ୍କ ଲୋକପାଳ

ଶ୍ରୀ ଶ୍ରୀଧର ବେହେରା, ଓଡିଶାର ନୂତନ ବ୍ୟାଙ୍କ ଲୋକପାଳ ଭାବେ ତା 03/05/2016 ରିଖଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ 1994 ମସିହାରେ ଭାରତୀୟ ରିଜ଼ର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ । ସେ ଭାରତୀୟ ରିଜ଼ର୍ଭ ବ୍ୟାଙ୍କର ମୁମ୍ବାଇ, ନାଗପୁର, କୋଲକତା ଓ ଭୁବନେଶ୍ୱର କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ ସଂପାଦନ କରିଛନ୍ତି ।

ଓଡିଶାରେ ବ୍ୟାଙ୍କ ଲୋକପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରର ପଣ୍ଡିତ ଜବାହାରଲାଲ ନେହରୁ ମାର୍ଗରେ ଭାରତୀୟ ରିଜ଼ର୍ଭ ବ୍ୟାଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ଅବସ୍ଥିତ । ଓଡିଶାରେ କାର୍ଯ୍ୟରତ ବାଣିଜ୍ୟିକ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କ ସେବାରେ ବିଳମ୍ବ ଓ ତୃଟି ପାଇଁ ଏଠାରେ ଅଭିଯୋଗ ଗ୍ରହଣ କରା ଯାଇଥାଏ ।

Share in top social networks!