ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆଙ୍କ ଜାତୀୟ ସମ୍ମିଳନୀ “ଆରୋହଣ-୨୦୧୬”

arrohannaଅଷ୍ଟ୍ରେଲିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଏକତ୍ରିତ କରିବା, ନୂତନ ପିଢୀଙ୍କ ମଧ୍ୟରେ ଓଡ଼ିଆ ପରମ୍ପରାକୁ ସୁଦୃଢ ତଥା ବଜାୟ ରଖିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ସ୍ଥିତ କୁଇନ୍ସଲ୍ୟାଣ୍ଡ ସନ୍ସାଇନ୍ କୋଷ୍ଟରେ ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନ ‘ଓରିଓଜ ଇଙ୍କ୍’ ଦ୍ୱାରା ଆୟୋଜିତ ହୋଇଯାଇଛି ଓଡିଆ ସମ୍ମିଳନୀ “ଆରୋହଣ-୨୦୧୬” ।
କୁଇନ୍ସ ଲ୍ୟାଣ୍ଡ୍ ଓଡ଼ିଆ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଏହି ସମ୍ମିଳନୀ ମାରୁଚି ୱାଟରଫ୍ରଣ୍ଟ କ୍ୟାମ୍ପ୍ ଏବଂ ସମ୍ମିଳନୀ କକ୍ଷ (ଅଷ୍ଟ୍ରେଲିଆର ଉତ୍ତରପୂର୍ବ ଉପକୂଳରେ ଅବସ୍ଥିତ ମାରୁଚି ନଦୀ କୂଳରେ ଥିବା ମାରୁଚିଡୋର)ରେ ଆୟୋଜିତ ହୋଇଥିଲା । ଅଷ୍ଟ୍ରେଲିଆ, ଦକ୍ଷିଣ ଅଷ୍ଟ୍ରେଲିଆ, ଭିକ୍ଟୋରିଆ, କାନ୍ବେରା, ନୂତନ ଦକ୍ଷିଣ ୱାଲେ ଏବଂ କୁଇନ୍ସଲ୍ୟାଣ୍ଡରୁ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସମ୍ମିଳନୀରେ ପ୍ରଭୁ “ଶ୍ରୀ ଜଗନ୍ନାଥ“ ଙ୍କ ବିଭିନ୍ନ ଭଜନ ପରିବେଷଣ କରାଯାଇଥିଲା । ଏହା ସହ ଓଡ଼ିଶୀ ନୃତ୍ୟ, ଓଡ଼ିଆ ନାଟକ, ଓଡ଼ିଆଙ୍କ ପ୍ରିୟ ଖାଦ୍ୟ “ପଖାଳ” ଉପରେ ପର୍ଯ୍ୟବେଷିତ ପାଲା, ପୁରୁଣା ଓଡ଼ିଆ ଗୀତ ଆଦି ପରିବେଷଣ କରାଯାଇଥିଲା । ଏଥିରେ ଅତିଥିଗଣଙ୍କୁ ଓଡ଼ିଆ ଖାଦ୍ୟ ପରଷା ଯିବା ସହ ବିଭିନ୍ନ ରାଷ୍ଟ୍ରର ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ସମ୍ପ୍ରଦାୟର କଳାକାରମାନେ ପ୍ରଦର୍ଶିତ କରିଥିଲେ । ସୂଚନା ଯୋଗ୍ୟ ଯେ, ‘ଓରିଓଜ ଇଙ୍କ୍’ ପ୍ରତି ଦୁଇ ବର୍ଷରେ ଥରେ ଏହିପରି ସମ୍ମିଳନୀ ଆୟୋଜନ କରିଥାଏ ।

Share in top social networks!