ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗ ସ୍ଥାଣୁ ପାଲଟିଛି ।

ଶ୍ରମିକଙ୍କ ଉଦେଶ୍ୟରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା
ପ୍ରଣୟନ କରୁଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପରିଲକ୍ଷିତ
ହେଉଛି । ଶ୍ରମ ବିଭାଗର ଏପରି ସ୍ଥାଣୁତା ପାଇଁ ହଜାର ହଜାର ଶ୍ରମିକ ତାଙ୍କ ମୈାଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏପରିକି
ଧର୍ମଶାଳା ତହସିଲ ଅଧିନରେ ଥିବା କଳା ପଥର ପାହଡରେ୧୦ ହଜାରରୁ ଅଧିକ ଶ୍ରମିକ ଦୈନିକ ୧୦ ଘଣ୍ଟାରୁ ୧୧ଘଣ୍ଟା
କାମ କରି ମାତ୍ର ୧୫୦ରୁ ୨୦୦ଟଙ୍କା ପାଉଛନ୍ତି । ସରକାରୀ ନିୟମ ଅନୁସାରେ ରାଜ୍ୟ ସରକାର ୮ଘଣ୍ଟା ପାଇଁ ସାଧାରଣ
ମଜୁରୀ ୨୫୦ଟଙ୍କ ଧାର୍ଯ୍ୟ କରିଥିବା ବେଳେ ପଥର ମାଫିଆ ମାନେ ସେମାନଙ୍କୁ ଅଧିକ ସମୟ ଖଟାଇ ଠିକ ମଜୁରୀ ନଦେଇ
ଶୋଷଣ କରୁଥିବା ଜଣାଯାଇଛି । ଧର୍ମଶାଳା ତହସିଲ ଅଧିନରେ ଥିବା ଲଘୁ ଖଣିଜ ପଦାର୍ଥକୁ ମାଫିଆ ମାନେ ବିନା ଲିଜରେ
ଚଳୁ କରି କୋଟି କୋଟି ଟଙ୍କା ମୁନାଫା କରୁଥିବା ଅଭିଯୋଗ ହେଉଛି । । ମାଫିଆ ମାନେ ନିଜ ସ୍ୱାର୍ଥ ପାଇଁ ଓଡିଶା ରାଜ୍ୟର
ବିଭିନ୍ନଅଞ୍ଚଳରୁ ଯଥା – କେନ୍ଦୁଝର,ମୟୁରଭଞ,ବାଲେଶ୍ୱର,ଚାନ୍ଦବାଲି,ଯୋଡା,ବାରିପଦା,ଢେଙ୍କାନାଳ,ସୁକିନ୍ଦା ସମେତ
ଧର୍ମଶାଳାଅଞ୍ଚରେ ଥିବା କିଛି ଗରୀବ ଆଦିବାସୀଙ୍କୁ ଆଣି ତାଙ୍କୁ ଖରା ବର୍ଷା ଶୀତରେ ଖଟାଇ ଏହି ଶ୍ରମିକ ମାନଙ୍କୁ ଉଚିତ ପ୍ରାପ୍ୟ
ନଦେଇ ଶୋଷଣ କରିଚାଲିଛନ୍ତି । ହେଲେ ଯାଜପୁର ରୋଡରେ ଥିବା ଶ୍ରମ ବିଭାଗ କାର୍ଯ୍ୟାଳୟ ଏଥିପ୍ରତି ଦୃଷ୍ଟି ନଦେବା
ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏପରିକି ଶ୍ରମ ବିଭାଗ ଅଧିକାରୀଙ୍କ ଏହି ପହାଡ ଅଞ୍ଚଳକୁ କେବେବି ଥରେ ପାଦ
ପଡିନଥିବା ନଜିର ରହିଛି । ଜିଲ୍ଳାରେ ଥିବା ଏହି ଶ୍ରମଅଧିକାରୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ରାଜ୍ୟ ସରକାରଙ୍କ
ଦ୍ୱାରା ପ୍ରଣିତ ନିର୍ମାଣ ଶ୍ରମିକ ପଞିକରଣ କରୁଥିବା କାର୍ଯ୍ୟରେ ବ୍ୟସ୍ତଥିବା ବାହାନା ଦେଖାଇ ପଥର ମାଫିଆ ମାନଙ୍କ ପାଖରୁ
ମୋଟାଅଙ୍କର ଅର୍ଥ ନେଇ ତାଙ୍କୁ ଘଣ୍ଟ ଘୋଡାଉଥିବା ଜଣାଯାଇଛି । ଏପଟେ ପଥର ମାଫିଆ ମାନେ ଦୈନିକ ବେଆଇନି
ଭାବେ ୱାଗନ ଡ୍ରିଲ କରି ଶହ ଶହ ଟ୍ରିପ କଳାପଥର ଚୋରାରେ ଚଲାଣ କରୁଥିବା ନେଇ ସାଧରଣରେ ଅଭିଯୋଗ ହେଉଛି ।
ପ୍ରକାଶ ଥାଉକି କିଛି ଲିଜ ଅଂଚଳରେ ୱାଗନ ଡ୍ରିଲ କରଯାଉତôବା ବେଳେ ମାତ୍ରାଧିକ ବିନା ଲିଜ ଏରିଆରେ ବେଆଇନି
ଭାବେ ୱାଗନ ଡ୍ରିଲ କରି କଳାପଥର ସଂଗ୍ରହ କରାଯାଉଛି । ସଂଗୃହିତ କଳା ପଥର ଗୁଡିକୁ ସେଠାରେ ଗଢିଉଠିଥିବା ଅନେକ
ମଞୁରୀ ମିଳିନଥିବା ମେଗା କ୍ରସରକୁ ଯୋଗାଉଥିବା ବେଳେ ଆଉ କିଛି ପଥରୁକୁ ହାଇୱା,ଟିପର,ଟ୍ରାକ୍ଟର,ଦଶଚକିଆ,ବାରଚକିଆ
ଓ ଅଠର ଚକିଆ ମାଧ୍ୟମରେ ବିଭିନ୍ନ ପା୍ରନ୍ତକୁ ଚୋରା ଚାଲାଣ କରାଯାଉଛି । ମାଫିଆ ମାନେ ମେଣ୍ଟାଲ ନିମନ୍ତେ ଆଉ କିଛି
ପଥରକୁ ବେଧଡକ ଭାବେ ଟ୍ରାକ୍ଟର ଓ ଟିପର ଦ୍ୱାରା ବୋହି ନେଇ ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର
ଦୁଇ କଡରେ ଠୁଳ କରୁଥିବାରୁ ଦୈନଦିନ ଦୁର୍ଘଟଣା ଘଟି ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଉ କିଛି ପାଖ ଆଖ
ଗାଁ ଗଣ୍ଡାର ଥିବା ଅନାବାଦି ,ଗୋଚର ଓ ଶ୍ମଶାନ ଆଦି ଖୋଲ ଜାଗାରେ ପଥର ମହଜୁଦ କରି ଶ୍ରମିକ ମାନଙ୍କୁ ନିୟୋଜିତ
କରିଚାଲିଛନ୍ତି । ଏହା ଦ୍ୱାରା ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହେବା ଦ୍ୱାରା ପାଖରେ ବସବାସ କରୁଥିବା ଲୋକ ମାନେ ବିଭିନ୍ନ
ରୋଗର ଶିକାର ହୋଇ ମୃତୁୃମୁଖରେ ପଡୁଛନ୍ତି । ଏପରିକି ଏହି ପଥର ଭଙ୍ଗା କାର୍ଯ୍ୟରେ ଛୋଟ ପିଲା ଓ ଝିଅ ମାନେ କାମ
କରୁଥିବାର ଦେଖିବାକୁ ମଳିଛି । ବାଳଶ୍ରମିକ ନିୟୋଜିତ ହେବାର ନିୟମ ନଥିଲା ବେଳେ ଏଠାରେ ତାହାର ବ୍ୟତିକ୍ରମ
ଦେଖିବାକୁ ମିଳୁଛି । ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ କୁହନ୍ତି ଯେ ଶିଶୁ ହେଉଛନ୍ତି ଆମ ଦେଶର ଭବିଷ୍ୟତ ଶିଶୁ
ହସିଲେ ଦେଶ ହସିବ ତେଣୁ ଏମାନଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ତେଣୁ ତରୁନ୍ତ ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ
ସାଧାରଣରେ ଦାବି ହୋଇଛି ।

Share in top social networks!