ବେଆଇନ ଇଟାଭାଟି ପୋଡା ଚାଲିଛି: ପ୍ରଶାସନ ନୀରବ

itabhatiଉଦୁଉଦିଆ ଖରାରେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଥିବାବେଳେ ସେପଟେ ସରକାରଙ୍କ ନିୟମକୁ ଉଲଂଘନ କରି
ବେଆଇନଭାବେ ପୋଡାଯାଉଥିବା ଇଟାଭାଟି ତାତିରେ ଧର୍ମଶାଳା ସମେତ ଜିଲା ବିଭିନ୍ନ ଅଞ୍ଚଳରେ ଗାଁରେ ଥିବା ଲୋକମାନେ ସିଝୁଛନ୍ତି ।
ଇଟାଭାଟି ପୋଡା ବନ୍ଦ ପାଇଁ ବ୍ଲକ ଓ ତହସିଲ ପ୍ରଶାସନ, ରାଜସ୍ୱ ନିରୀକ୍ଷକମାନଙ୍କ ପକ୍ଷରୁ ସେପରି ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଉନାହିଁ ।
ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜସ୍ୱହାନୀ ଘଟୁଛି । ପ୍ରଚଣ୍ଡ ଖରାରେ ଶ୍ରମିକମାନେ କାର୍ଯ୍ୟ ନକରିବାକୁ ସରକାରୀ ସ୍ତରରେ
କଡା ନିଦେ୍ର୍ଦଶ ଦିଆଯାଉଥିଲେ ହେଁ ଇଟାଭାଟି ମାନଙ୍କର ଶିଶୁ ଶ୍ରମିକଙ୍କ ଠାରୁ ଆରମ୍ଭ ବୟସ୍କ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ଧର୍ମଶାଳା ବ୍ଳକର
ଅଭୟପୁର, ବମ୍ଫୁ, ମଙ୍ଗରାଜପୁର, ମଣିନାଥପୁର, ପାଟପୁର, ଭୁବନ, ରତନପୁର, ଦେଓଦା, ଡେରାବର, କୋଠଢିହ, ନରସିଂହପୁର, ନୀଳକଣ୍ଠପୁର,
ଜେନାପୁର ପ୍ରଭୃତି ଅଞ୍ଚଳରେ ଓ ନଦୀକୂଳିଆ ସ୍ଥାନମାନଙ୍କରେ ବେଆଇନ ଭାବେ ବହୁ ଇଟାଭାଟି ପୋଡାଯାଉଥିବା ନେଇ ପ୍ରଶାସନ ନିକଟରେ
ଅଭିଯୋଗ ହୋଇଛି । ମାସାଧିକ କାଳ ପ୍ରଚଣ୍ଡ ଖରାରେ ନଈ, ପୋଖରୀ ନଳକୂପ ଶୁଖିଯିବାହେତୁ ପାଣିର ସମସ୍ୟା ବଢିଯାଇଛି । ଏହାକୁ ନେଇ
ସାଧାରଣ ଜନଜୀବନ ଧର୍ମଶାଳା ଅଞ୍ଚଳରେ ଅସ୍ତବ୍ୟସ୍ତ ହେବା ସହ ପାଣି ପାଇଁ କେତେକ ସ୍ଥାନରେ ଆନେ୍ଦାଳନ କରିବାକୁ ହାଣ୍ଡି ମାଠିଆ ଧରି
ରାଜରାସ୍ତାକୁ ଓହ୍ଲାଇବା ଦେଖାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ଅଗ୍ନିବର୍ଷାରେ ସମଗ୍ର ଧର୍ମଶାଳା ଅଞ୍ଚଳ ଡହଡହ ହେଇ ଜଳୁଥିବା ଇଟାଭାଟି ନିଆଁରେ
ଲୋକମାନେ ସିଝୁଛନ୍ତି । ଏ ଦିଗରେ ପ୍ରଶାସନ ବେଧଡକ ଥିବାପରି ମନେହୁଏ । ତେଣୁ ତୁରନ୍ତ ଲୋକମାନଙ୍କ ଜୀବନ ସହ ଖେଳୁଥିବା ଏହି
ଇଟାଭାଟି ମାଲିକମାନଙ୍କୁ ଠାବ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି

Share in top social networks!