ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି; ପାରାଦୀପ ଠାରେ ଏକ ନୌବାଣିଜ୍ୟ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ

dpdpdବନ୍ଦର ନଗରୀ ପାରାଦୀପ ଠାରେ ଏକ ନୌବାଣିଜ୍ୟ ମହାବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖ# ଅନୁରୋଧ କରିଛନ୍ତି । ଗଡକରୀଙ୍କ ବିଭାଗ ଦ୍ୱାରା ପରିଚାଳିତ ସାଗରମାଳା ପ୍ରକଳ୍ପ ଓଡିଶାର ଗୁରୁତ୍ୱ ଓ ରାଜ୍ୟର ଗୌରବମୟ ନୌବାଣିଜ୍ୟ ପରମ୍ପରା ପୃଷ୍ଠ ଭୂମିରେ ପାରାଦୀପରେ ଏହି ମହାବିଦ୍ୟାଳୟ ସମୟପୋଯୋଗୀ ପଦକ୍ଷେପ ହେବ ବୋଲି ଶ୍ରୀ ପ୍ରଧାନତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଓଡିଶାର ମହାନ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖ#ଛନ୍ତି ଯେ ମହାକବି
କାଳିଦାସ ତାଙ୍କ କାବ୍ୟରେ କଳିଙ୍ଗର ରାଜାଙ୍କୁ ମହୋଦଧ#ପତି ଭାବେ ବର୍ଣନା କରିଛନ୍ତି । ପ୍ରାଚୀନ ଭାରତ ଇତିହାସରେ
ବଙ୍ଗୋପସାଗରକୁ କଳିଙ୍ଗ ସାଗର ଭାବରେ ବର୍ଣନା କରାଯାଇଛି । ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ବାଲି,
ଜାଭା, ସୁମାତ୍ରା, ବୋର୍ଣିଓ ତଥା ଅନ୍ୟାନ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ସହିତ ରହି ଆସିଥ#ଲା । ଏବେ ବି
ଆଧୁନିକ ଓଡିଶାରେ ରାଜ୍ୟର ନୌବାଣିଜ୍ୟ ପରମ୍ପରା ଓଡିଆ ସାଂସ୍କୃତିକ ଓ ସାମାଜିକ ଉତ୍ସବର ଅଙ୍ଗ ଭାବେ ରହି
ଆସିଛି ।
ଓଡିଶାରେ ୪୮୦ କିମିର ସୁଦୀର୍ଘ ବେଳାଭୂମି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସାଗରମାଳା
ପ୍ରକଳ୍ପରେ ଓଡିଶାର ଯଥେଷ୍ଟ ଗୁରୁତ୍ୱ ରହିଛି । ସ୍ୱାଧୀନୋତ୍ତର ଭାରତରେ ପୂର୍ବ ଭାରତର ପ୍ରଥମ ବଡ ବନ୍ଦର ଭାବେ
ପାରାଦୀପ ପ୍ରତିଷ୍ଠା ହୋଇଥ#ଲା । ଗୋପାଳପୁର ବନ୍ଦରକୁ ସବୁ ଦିନିଆ ବନ୍ଦର ଭାବେ ପ୍ରସ୍ତୁତ କରାଯାଉଛି । ଏହା
ଛଡା ଧାମରା ବନ୍ଦର ୨୦୧୧ ମସିହାରୁ ବ୍ୟବସାୟିକ ପରିବହନ ଆରମ୍ଭ କରିଛି । ଏଥ# ସହିତ ରାଜ୍ୟ ସରକାର
ବାଲେଶ୍ୱରର କିର୍ତନିଆ, ପୁରୀର ଅସ୍ତରଙ୍ଗ ଓ ଭଦ୍ରକର ଚୁଡାମଣି ଠାରେ ବନ୍ଦର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ରାଜ୍ୟରେ ସାମୁଦ୍ରିକ କ୍ଷେତ୍ରରେ ଗତିବିଧ# କାରଣରୁ ବନ୍ଦର, ଜାହାଜ ଚଳାଚଳ, ସାମୁଦ୍ରିକ ଇଂଜିନିୟରିଂ, ପ୍ରବନ୍ଧନ ତଥା
ଅନ୍ୟାନ୍ୟ ସହାୟକ ସୁବିଧା ପାଇଁ ଉତ୍ତମ ମାନର ମାନବ ସମ୍ବଳର ବିକାଶ ଓଡିଶା ପାଇଁ ଗୁରୁତ୍ୱପୂର୍ଣ ବୋଲି ଶ୍ରୀ ପ୍ରଧାନ
ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ପୂର୍ବରୁ ସାଗରମାଳା ପ୍ରକଳ୍ପର ଶୀର୍ଷ କମିଟିର ବୈଠକରେ ଶ୍ରୀ ପ୍ରଧାନ ଯୋଗ ଦେଇଥ#ବା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ
ଗଡକରୀ ଚେନ୍ନାଇ ମେରିଟାଇମୟୁନିଭର୍ସିଟି ଅନ୍ତର୍ଗତ କେତୋଟି ନୌବାଣିଜ୍ୟ ମହାବିଦ୍ୟାଳୟ ଖୋଲିବା ସମ୍ପର୍କରେ
ସୂଚନା ଦେଇଥ#ଲେ । ଏହି କ୍ରମରେ ଶ୍ରୀ ପ୍ରଧାନ ଓଡିଶାର ବନ୍ଦର ନଗରୀ ପାରାଦୀପ ଠାରେ ନୌବାଣିଜ୍ୟ
ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିବା ସହ ତାଙ୍କ ଅନୁରୋଧକୁ ବିଚାର କରିବେ ବୋଲି ଆଶାବ୍ୟକ୍ତ
କରିଛନ୍ତି ।

Share in top social networks!