ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ଦିଅନ୍ତୁ ସରୋଜ କିଏ ନବୀନ ନିବାସ କାହା ବାସଭବନ : ପ୍ରସାଦ

Chit Fund congressଦୁର୍ନୀତିରେ ଶାସକ ବିଜୁ ଜନତା ଦଳ ତାଳରୁ ତଳିପା ପର୍ଯ୍ୟନ୍ତ ସଂପୃକ୍ତ ରହିଥିବା ପ୍ରମାଣିତ ହୋଇଛି । ବିଧାୟକ ଠାରୁ ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ଆସିଲାଣି । କିଛି ଦିନ ତଳେ ବିଜେଡ଼ି ଲୋୟର୍ସ ଫୋରମ୍ ବୈଠକରେ ଯୋଗଦେଇ ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଣିକିଆ କମିଶନର ଅଧ୍ୟକ୍ଷ ଜଷ୍ଟିସ ଏମଏମ ଦାସ ଯେଉଁଭଳି ଭାବରେ ନିରୀହ ଜମାକାରୀଙ୍କୁ ଉପହାସ କଲେ ଓ ବିରୋଧି ଦଳଙ୍କୁ ଆପେକ୍ଷ କଲେ ତାହା ମଧ୍ୟ ଅତ୍ୟନ୍ତ ନିନ୍ଦନିୟ । ମନ୍ତ୍ରୀ ଓ କମିଶନ ଅଧ୍ୟକ୍ଷଙ୍କ ଇସ୍ତଫା ପ୍ରସଙ୍ଗରେ ଚୋରି କରି ଚୌକି ଟାଣପରି ବେସରମ ସରକାର ବିବୃତ୍ତି ବାଜି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଛନ୍ତି । ହେଲେ ସାଂସଦ ପ୍ୟାରିମୋହନ ମହାପାତ୍ର ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସିସୋର ଚିଟ୍ଫଣ୍ଡ କମ୍ପାନୀର ମାଲିକ ପ୍ରଶାନ୍ତ ଦାସ ନବୀନ ନିବାସ ଯାଇ ସାକ୍ଷାତ କରିବା ସହ ସରୋଜଙ୍କୁ ଟଙ୍କା ଦେବାପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି ଯାହା ଉଲ୍ଲେଖ କରିଛନ୍ତି, ସେହି ପ୍ରରିପ୍ରେକ୍ଷୀରେ ଏହି ନିବୀନ ନିବାସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ କି ? ଯେଉଁ ସରୋଜଙ୍କୁ ଟଙ୍କା ଦେବାପାଇଁ କୁହାଗଲା ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧିକୃତ ସ୍ୱାକ୍ଷରକାରୀ ସରୋଜ ସାହୁ କି ନା ନାହିଁ? ଯେହେତୁ ମୁଖ୍ୟମନ୍ତ୍ରୀ, ତାଙ୍କ ବାସଭବନ ଓ ସରୋଜଙ୍କ ନା ସିଧାସଳଖ ଭାବେ ନିଆଯାଇଛି ତେଣୁ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଅନ୍ୟ କେହି ନୁହେଁ ମୌନୀ ଅବତାର ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସାଂସଦ ପ୍ୟାରିମୋହନ ମହାପାତ୍ର ଯାହା ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଉଦ୍ବେଗ ଜନକ । ସିସୋର ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସିବିଆଇ ରିମାଣ୍ଡର ଶେଷ ଦିନରେ ସାଂସଦ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ସିବିଆଇ ପ୍ରଶାନ୍ତଙ୍କୁ ଜେରା କରିଥିଲା । ପ୍ରଶାନ୍ତ କହିଥିଲେ ମୁଁ ଆକୁ ଏତେ ଲକ୍ଷ, ତାକୁ ଏତେ ଲକ୍ଷ ଓ କେଉଁ ମନ୍ତ୍ରୀକୁ କେତେ ଲକ୍ଷ ଦେଇଛି । ମୁଁ ସେତେବେଳେ ଇଚଓଉଙଖ ର ତକ୍ରାଳୀନ ଅଧ୍ୟକ୍ଷଙ୍କ ସହିତ ନବୀନ ନିବାସ ଯାଇଥିଲି । ମୁଁ ଏତିକି ଟଙ୍କା କହିଥିଲି ନେବା ପାଇଁ ଏବଂ ମୋତେ ନିଦେ୍ର୍ଦଶ ହେଲା ସରୋଜ ବୋଲି ବ୍ୟକ୍ତିକୁ ଦେବା ପାଇଁ ।
ପିସିସି ସଭାପତି ଶ୍ରୀ ହରିଚନ୍ଦନ ପ୍ରଅଶ୍ନ କରିଛନ୍ତି ଯେ, ଏ ନବୀନ ନିବାସ କେଉଁ ନବୀନ ନିବାସ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନୁହେଁ ତ ! ସେଠାରେ ସରୋଜଙ୍କୁ ଟଙ୍କା ଦେବାପାଇଁ ପରାମର୍ଶ ଦେଇଥିବା ବ୍ୟକ୍ତିଜଣକ କିଏ? ଟଙ୍କା ନେଇଥିବା ସରୋଜ କିଏ, ଯାହାକୁ କି ସିବିଆଇ ଡାକି ଜେରା କରିଥିଲା? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ସରୋଜ ସାହୁ ନୁହେଁ ତ! ସାଂସଦ ଶ୍ରୀ ମହାପାତ୍ର କହିଛନ୍ତି ସରୋଜଙ୍କୁ ଜେରା କରିବା ପରେ ସିବିଆଇ କଇଁଛ ହୋଇଗଲା । ତେଣୁ ସରୋଜଙ୍କୁ ଜେରା କରିବା ପରେ ସିବିଆଇ ତଦନ୍ତ ଅଟକିଗଲ କାହିଁକି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏହା ଯଦି ସତ୍ୟ ହୁଏ ତେବେ ଏହା ସାଂଘାତିକ । ଯେତେବେଳେ ବର୍ତମାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ନିଦେ୍ର୍ଦଶ ହୋଇଛି ତେଣୁ ଅନ୍ୟମନ୍ତ୍ରୀ ଅବା ମୁଖପାତ୍ରଙ୍କ ମୁହଁରେ ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ । ସାଂସଦ ଶ୍ରୀ ମହାପାତ୍ର କହିଛନ୍ତି ଯେ ସିବିଆଇ ତଦନ୍ତ ଯଦି ଠିକଣା ଢଙ୍ଗରେ ହୋଇଥାନ୍ତା ତେବେ ଏ ସରକାର ନଥାନ୍ତା । ପୂର୍ବରୁ ବିଜେପିର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଅନୁରୂପ ମନ୍ତବ୍ୟ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଓ ସିବିଆଇ ଜବାବ ଦିଅନ୍ତୁ ଯେ ଚିଟଫଣ୍ଡ ତଦନ୍ତ କାହିଁକି ବନ୍ଦ ହୋଇଯାଇଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଶାସକ ବିଜେଡ଼ିର ସଂସଦୀୟ ପରମ୍ପରା ଓ ବ୍ୟବସ୍ଥା ପ୍ରତି ଆଦୌ ସମ୍ମାନ ନାହିଁ । ବିରୋଧି ଦଳ ନେତା ଶ୍ରୀ ନରସଂହ ମିଶ୍ର ବିଧାନ ସଭାରେ ଏକ ଏକାଉଣ୍ଟ ନମ୍ବର ଦେଇ କେତେକ ପ୍ରଶ୍ନ ପଚାରିଥିଲେ ଓ ତାହାର ସ୍ପଷ୍ଟିକରଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲୋଡ଼ିଥିଲେ । ହେଲେ ଚିଟଫଣ୍ଡ ଦୁର୍ନୀତିରେ ତାଳରୁ ତଳିପା ପର୍ଯ୍ୟନ୍ତ ବୁଡ଼ିରହିଥିବା ବିଜେଡ଼ି ଚୋରି କରି ଚୌକି ଟାଣରେ ବିଧାନ ସଭା ବାହାରେ ମାଷ୍ଟର କ୍ୟାଣ୍ଟିନ ଛକରେ ଆସି ବିରୋଧି ଦଳ ନେତାଙ୍କର କୁଶପୁତଳିକା ଦାହ କରିଛନ୍ତି । ବିଧାନ ସଭାରେ ୧୧୭ ବିଧାୟକ ଥିବାବେଳେ ଶ୍ରୀ ମିଶ୍ରଙ୍କ ଉତ୍ତର ବିଧାନସଭାରେ ନ ଦେଇ ନିଜେ ପଣସ ଖାଇ ଅଠା ବୋଳିବା ନୀତିରେ ତାଙ୍କ କୁଶପୁତ୍ତଳିକା ବିଧାନ ସଭା ବାହାରେ ଦାହ କରିବା ଅତ୍ୟନ୍ତ ଲଜ୍ଜାଜନକ । ଯଦି ସତ୍ସାହାସ ଅଛି ଶ୍ରୀ ମିଶ୍ରଙ୍କ ଉତ୍ତର ବିଧାନସଭାରେ ସରକାର କାହିଁକି ଦେଉନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
କିଛିଦିନ ତଳେ ଚିଟ୍ଫଣ୍ଡ କମିଶନର ଅଧ୍ୟକ୍ଷ ଜଷ୍ଟିସ ଦାସ ଚିଟ୍ଫଣ୍ଡକୁ ମଧୁବାବୁଙ୍କ କୁଟୀର ଶିଳ୍ପ ସହିତ ତୁଳନା କରିବା ସହ ବିରୋଧି ଦଳ ଓ ନିରୀହ ଜମାକାରୀଙ୍କୁ ଉପହାସ କରିଥିଲେ । ଲୋଭରେ ପଡ଼ି ଲୋକମାନେ ଚିଟ୍ଫଣ୍ଡରେ ଟଙ୍କା ରଖିଲେ । ଚିଟଫଣ୍ଡ ସଂସ୍ଥା ଓ ଜମାକାରୀଙ୍କର ମଧ୍ୟରେ ଚୁକ୍ତି ହୋଇଥିଲା ଜଣେ ଚୁକ୍ତି ଖିଲାପ କଲା । ଏଥିରେ ସରକାରଙ୍କ ଦୋଷ କ’ଣ ବୋଲି କମିଶନ କହିଥିଲେ । ହେଲେ ଚିଟ୍ଫଣ୍ଡ ସଂସ୍ଥା କେବଳ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଚୁକ୍ତି କରିଥିଲେ ବୋଲି ଶ୍ରୀ ହରିଚନ୍ଦନ ସପ୍ରମାଣ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଲୋକ ସିନା ଲୋଭରେ ପଡ଼ି ଚିଟ୍ଫଣ୍ଡ ସଂସ୍ଥା ସହ ଚୁକ୍ତି କଲେ ବୋଲି କମିଶନ କହିଲେ । ହେଲେ ରାଜ୍ୟ ସରକାର କେଉଁ ଲୋଭରେ ପଡ଼ି ଚିଟ୍ଫଣ୍ଡ ସଂସ୍ଥା ସହିତ ଅଟ୍ରି ନୃସିଂହନାଥ ପାନ୍ଥ ନିବାସ, କଟକର ବୋଟିଙ୍ଗ କମ୍ପ୍ଳେକ୍ସ, ସମବାୟ ନିଗମ ସହିତ ଶୀତଳ ଭଣ୍ଡାର ପରି•ଳନା, ପର୍ଯ୍ୟଟନ ବିଭାଗ ସହିତ ୩୧ଟି ପ୍ରକଳ୍ପ ଇତ୍ୟାଦି ଅସୁମାରୀ ଚୁକ୍ତି ଚିଟ୍ଫଣ୍ଡ ସଂସ୍ଥା ସହିତ କରିଥିଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଅନୁମୋଦନ କରିଥିଲେ । ହେଲେ ଏଯାବତ ସିବିଆଇ କାହିଁକି ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚô ପାରିନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଯେହେତୁ ବର୍ତ୍ତମାନ ସିଧାସଳଖ ଚିଟ୍ଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଦଶ ହୋଇଛି ତେଣୁ ମୌନୀ ଅବତାରରେ ବସିଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ସମ୍ପର୍କରେ ରାଜ୍ୟାବାସୀଙ୍କୁ ସ୍ପଷ୍ଟି କରଣ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି ।
ଓଟିଭିରେ ଖୋଲା କଥାରେ ସାଂସଦ ପ୍ୟାରୀମୋହନ ଦେଇଥିବା ଏକ ପ୍ରଶ୍ନର ଉତ୍ତର
ଓଟିଭି : ଆପଣଙ୍କର ଦେହ ସୁସ୍ଥ ହେଲା ପରେ ଆପଣ ଗୋଟିଏ ମନ୍ତବ୍ୟ ଦେଇଥିଲେ ଯେ ସଞ୍ଜୟ ହେଉଛି ଗୋଟିଏ ଛୋଟ ମାଛ । ଆପଣ କ’ଣ ଚାହୁଁଥିଲେ ସଞ୍ଜୟଙ୍କୁ ବଞ୍ଚାଇବା ପାଇଁ ।
ପ୍ୟାରୀମୋହନ ମହାପାତ୍ର : କେଉଁ ସମୟରେ ସି.ବି.ଆଇ. ହଠାତ୍ ଧିମେଇ ଗଲା । ସେ ମତେ କହିଲେ ପ୍ରଶାନ୍ତ ଦାସର ରିମାଣ୍ଡର ଆଜି କ୍ଷବଗ୍ଦଗ୍ଧ ୟବଗ୍ଧର । ସାର୍ ଆପଣ ଥିଲେ ସେ ସତ କହିବ । ମୁଁ କହିଲି ଆପଣ ଯଦି ଏକଥା ଜାଣିଥିଲେ ତାହାହେଲେ ମୋତେ ଆଗରୁ କାହିଁକି କହିଲେନି । ସେ କହିଲେ ଆପଣଙ୍କ ସାମ୍ନାରେ ସେ ସତ କହିବ । ସେ କହିଲା ମୁଁ ଆକୁ ଏତେ ଲକ୍ଷ, ତାକୁ ଏତେ ଲକ୍ଷ ଓ କେଉଁ ମନ୍ତ୍ରୀକୁ କେତେ ଲକ୍ଷ ଦେଇଛି ଓ ଯେଉଁ ଯେଉଁ ମାନଙ୍କୁ ଯେତେ ଲକ୍ଷ ଦେଇଛି କହିଲା । ସେ ଯେତେବେଳେ ପଚାରିଲେ ସେ ଷରଗ୍ଦସଗ୍ଧବଗ୍ଧର କରି କହିଲା ମୁଁ ସେତେବେଳେ ଇଚଓଉଙଖ ର ତକ୍ରାଳୀନ ଅଧ୍ୟକ୍ଷଙ୍କ ସହିତ ନବୀନ ନିବାସ ଯାଇଥିଲି । ମୁଁ ଏତିକି ଟଙ୍କା କହିଥିଲି ନେବା ପାଇଁ ଏବଂ ମୋତେ ନିଦେ୍ର୍ଦଶ ହେଲା ସରୋଜ ବୋଲି ବ୍ୟକ୍ତିକୁ ଦେବା ପାଇଁ ।
ସରୋଜକୁ ଡାକି ସି.ବି.ଆଇ. କଥା ହୋଇଥିଲେ । ତା’ପରେ ସବୁ ପୁରା ଥମ୍ ହୋଇଗଲା । କଇଁଛ କରିଦେଲେ ସି.ବି.ଆଇ.କୁ ।

Share in top social networks!