ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ପ୍ରତାରିତ କରିଥିବା ନରସିଂହ ତୁମେ ଇସ୍ତଫା ଦିଅ: ବିଜେଡି

congmishraଶ୍ରୀଯୁକ୍ତ ନରସିଂହ ମିଶ୍ର ବିଧାନସଭାରେ ମର୍ଯ୍ୟାଦାସଂପନ୍ନ ବିରୋଧୀ ଦଳ ନେତା ପଦବୀରେ ଅଧିଷ୍ଠିତ ହୋଇ କୌଣସି ଆଧାର ନଥାଇ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡକୁ ବିଜୁ ଜନତା ଦଳ ସହିତ ସଂପୃକ୍ତ କରାଇ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଛନ୍ତି । ବିରୋଧୀ ଦଳ ନେତା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ଶ୍ରୀ ମିଶ୍ର ଏଭଳି ଶସ୍ତା
ରାଜନୈତିକ ଉଦେ୍ଦଶ୍ୟ ହାସଲ କରିବା ପାଇଁ ଏଭଳି ଅସତ୍ୟ ବିବୃତି ଦେଇ ଗୃହ ତଥା ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ।

ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ତୁରନ୍ତ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍‌ ପଦ ମର୍ଯ୍ୟାଦା ବଜାୟ ରଖି ବିରୋଧୀ ଦଳ ନେତା ପଦରୁ ତୁରନ୍ତ ଇସ୍ତଫା ଦାବି କରି ଆଜି ତା.୪/୫/୨୦୧୬ରିଖ ଅପରାହ୍ଣ ୪.୩୦ ମିନିଟ୍‌ ସମୟରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବିଜୁ ଜନତା ଦଳ ସଂପାଦକ ତଥା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ
ଜେନା, ମାନ୍ୟବର ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ରଙ୍କ ମିଳିତ ନେତୃତ୍ୱରେ ବିଜୁ ଜନତା ଦଳ ଭୁବନେଶ୍ୱର ସଭାପତି ବାବୁଲି ମିଶ୍ର, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ, ଡେପୁଟି ମେୟର କେ. ଶାନ୍ତି, ପୂର୍ବତନ ମେୟର ମିହିର କୁମାର ମହାନ୍ତି, ଭୁବନେଶ୍ୱର ସଭାପତି ବାବୁ ସିଂହ ପ୍ରମୁଖ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କର ବିଧାନସଭାରେ ଏଭଳି ମତିଭ୍ରମ ଓ ବିଭ୍ରାନ୍ତିକର ତଥ୍ୟର ତୀବ୍ର ନିନ୍ଦା କରିବା ସହ ରାଜ୍ୟବାସୀଙ୍କ
ନିକଟରେ ଶ୍ରୀ ମିଶ୍ର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ବିରୋଧୀ ଦଳ ପଦରୁ ଇସ୍ତଫା ଦେବାକୁ ଦୃଢ଼ ଦାବି କରିଥିଲେ ।

ବିରୋଧୀ ଦଳ ନେତା ପବିତ୍ର ଗୃହରେ ନିଜର ଆଚରଣ ଓ ଉଚ୍ଚାରଣ ତୁରନ୍ତ ପରିବର୍ତ୍ତନ କରନ୍ତୁ, ନଚେତ୍‌ ଏହା ଗଣତନ୍ତ୍ର ପ୍ରତି ଆଦୌ
ଶୁଭଙ୍କର ନୁହେଁ । ଯଦି ଏଭଳି ମନ୍ତବ୍ୟରୁ ଶ୍ରୀ ମିଶ୍ର ନିବୃତ ନରୁହନ୍ତି ତେବେ ଆଗାମୀ ଦିନରେ ତାଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଂପାଦକ ଅମରେଶ ଜେନା, ସମୀର ପ୍ରଧାନ, ବିଜୁ ମହିଳା ଜନତା ସଭାନେତ୍ରୀ ଭାରତୀ ସିଂହ, ସଂଯୁକ୍ତା ମହଲ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଉପସଭାପତି ଅମରେଶ ପତ୍ରୀ, ମନ୍ଦାକିନୀ କର, କର୍ପୋରେଟର୍‌ ସେକ୍‌ ନିଜାମୁଦ୍ଦିନ୍‌, ସଞ୍ଜୟ ସେଠୀ, ବିରଞ୍ଚô ମହାସୁପକାର,
ଦିଲ୍ଲୀପ ମାଝୀ, ଛବି ଦାସ, ପ୍ରେମା ଜେନା, ନିର୍ମଳ ଚନ୍ଦ୍ର ରାଉତ, ମହାମାୟା ସ୍ୱାଇଁ, ସୁଜିତ ସ୍ୱାଇଁ, ମାନସୀ ସୁନ୍ଦରାୟ, ସ୍ୱର୍ଣ୍ଣ ରାୟ, ସୌଭାଗ୍ୟ ବାରିକ, ଦେବୀ ପ୍ରସାଦ ମଲ୍ଲିକ, ରାମଚନ୍ଦ୍ର ପ୍ରଧାନ, ଭେଣ୍ଡିଂଜୋନ୍‌ ବ୍ୟବସାୟୀ ସଂଘର ଶୁଭ୍ରାଂଶୁ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସେଠୀ, କିଶୋର ମହାନ୍ତି, ପ୍ରତାପ ଜେନା, କିନ୍ନର ସଂଘର ମେନକା ଓ ମୀରା ପରିଡ଼ାଙ୍କ ସମେତ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇ ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦରୁ
ଇସ୍ତଫା ଦେଇ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ସ୍ଲୋଗାନ ଦେଇଥିଲେ ।

Share in top social networks!