କରପୋରେସନ ଅଧ୍ୟକ୍ଷ କ୍ୟାବିନେଟ ପାହ୍ୟା କିନ୍ତୁ ମନ୍ତ୍ରୀ ରାଜ୍ୟପାହ୍ୟା; ସରକାର ପରିଚାଳନାର ଅଭିନବ ପ୍ରୟାସ କରିଛନ୍ତି ନବୀନ ପଟ୍ଟନାୟକ: ବିଜେପି

ଶ୍ରୀଯୁକ୍ତ ସୁବ୍ରତ ବାଗଚିଙ୍କୁ ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ କରିବା, ବାଗଚିଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରିବା ଓ ୧୧ ଲକ୍ଷ ଲୋକଙ୍କୁ ନିଯୁକ୍ତିର ସ୍ୱପ୍ନ ଦେଖାଇବା ‘ଦିଲ୍ଲୀର ଲଡୁ ’ ସହିତ ତୁଳନା କରିଛନ୍ତି ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ଦିଲ୍ଲିପ ମହାନ୍ତି ।
ଅତୀତରେ ଏହିପରି ୨୦୧୨ ମସୀହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶା ନଲେଜ କରପୋରେସନ ଗଢାଯାଇ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଆଜି ସେହି ଓକେସିଏଲ ପ୍ରତ୍ୟେକ କାର୍ଯ୍ୟରତ ଓ ଆଶାୟୀ ଲୋକଙ୍କ ଠାରୁ ୩୦୦୦ଟଙ୍କା ସଂଗ୍ରହ କରି ଓଏସ୍ସିଆଇଟି ସାଟିଫିକେଟ ବାଂଟିବାର କାର୍ଯ୍ୟ କରୁଛି । ଯେଉଁ କୋର୍ସ କୌଣସି କାଉନ୍ସିଲ ଅବା ବିଶ୍ୱବିଦ୍ୟାଳୟ ଅନୁମୋଦନ କରି ନାହିଁ । ଏହା ବେରୋଜଗାର ଯୁବକଙ୍କୁ ଠକିବାର ସରକାରୀ ମାନ୍ୟତାପ୍ରାପ୍ତ କେନ୍ଦ୍ର ହୋଇଛି ।
ଜାନୁଆରୀ ୨୦୧୬ରେ ଶ୍ରୀଯୁକ୍ତ ସାମ ପିଟ୍ରୋଡଙ୍କୁ ନିମନ୍ତ୍ରଣ କରି ଓଡିଶା ଟେଲିକମ କରପରେସନ ଅଧ୍ୟକ୍ଷ କରାଗଲା । କ୍ୟାବିନେଟ ମନ୍ତ୍ରୀର ମର୍ଯାଦା ଦିଆଗଲା ଓ ଆଶା କରାଗଲା ଯେ ଓଡିଶାର ପ୍ରତ୍ୟେକ ଗ୍ରାମକୁ ଟେଲସେବା ଯୋଗାଣ ଯୁକ୍ତ କରି ଅନେକ ସରକାରୀ ସୁବିଧା ଯୋଗାଇ ଦେଲେ ବେରୋଜଗାରୀ ସମସ୍ୟାର ସମାଧାନ ହୋଇଯିବ । ଦାୟିତ୍ୱ ନେବାପରେ ଶ୍ରୀଯୁକ୍ତ ପିଟ୍ରୋଡାଙ୍କର ଦର୍ଶନ ଓଡିଶା ଆଉ ପାଇଁ ନାହିଁ । ବତମାନ ଶ୍ରୀଯୁକ୍ତ ବାଗଚିଙ୍କୁ ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯିବା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ଆଇଟି ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ରାଜ୍ୟପାହ୍ୟାରେ ଥିବା ବେଳେ ଏହି ବିଭାଗ ଅଧିନରେ ଆସୁଥିବା ଦକ୍ଷତା ବିକାଶ କମିଶନ ଓ ଟେଲିକମ୍ କମିଶନଙ୍କୁ କିପିରି କ୍ୟାବିନେଟ ପାହ୍ୟା ମର୍ଯ୍ୟାଦା ମିଳିବ ତାହା ନବୀନ ସରକାରଙ୍କ ପରିଚାଳନାର ଏକ ଅଭିନବ ପ୍ରୟାସ ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ଦିଲ୍ଲିପ ମହାନ୍ତି ଉଲ୍ଲେଖ କରିଛନ୍ତି ।

Share in top social networks!