ବିଜେପି ନିଳମ୍ବନ ଆଦେଶ ପ୍ରତ୍ୟାହାର ଏବଂ ପାର୍ଟିରେ ପୂନଃଗ୍ରହଣ କଲା ଅଶୋକ ସାହୁ, ମୁରଲି ମନୋହର ଶର୍ମା, ହିମାଂଶୁ ମେହେର

13076570_1705101136373563_7034602560576547351_nରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ସୁପାରିଶ କ୍ରମେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ପାର୍ଟିରୁ ନିଳମ୍ବିତ ହୋଇଥିବା ନିମ୍ନଲିଖିତ ବ୍ୟକ୍ତିମାନଙ୍କର ନିଳମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଏବଂ ସେମାନଙ୍କୁ ପାର୍ଟିରେ ପୂନଃଗ୍ରହଣ କରାଗଲା ବୋଲି ଘୋଷଣା କରଛନ୍ତି । ସେମାନେ ହେଲେ ସର୍ବଶ୍ରୀ ଅଶୋକ ସାହୁ, ମୁରଲି ମନୋହର ଶର୍ମା, ହିମାଂଶୁ ମେହେର, ସଂଜୟ ପାଢି, ହେମନ୍ତ ବେହେରା, ହୃଷିକେଶ ପ୍ରଧାନ, ଶ୍ରୀମତି ରଂଜୁ ରାଇମନ, ପ୍ରଦୀପ ରାଉତରାୟ, ରାଜୀବୀ ଷଡଙ୍ଗୀ, ମନୋରଂଜନ ମଲ୍ଲିକ ଓ ତୁଷାର ଜେନା ।

Share in top social networks!