ଗରିବ ଶ୍ରମିକ ଓ ମା’ମାନଙ୍କର ଚିନ୍ତା କରୁଛନ୍ତି ମୋଦୀ: ବିଜେପି

ଚୁଲି ଧୁଆଁରେ ସ୍ୱାସ୍ଥ୍ୟହାନୀ ହେଉଥିବା ମା’ ଓ ଭଉଣୀମାନଙ୍କୁ ସୁସ୍ଥ ରଖିବା ପାଇଁ ଦେଶର ଆର୍ଥିକ ସାମାଜିକ ପଛୁଆ ବର୍ଗଙ୍କର ପରିବାରକୁ ସହଜ ଓ ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜାନା’ ଆରମ୍ଭ କରିଛନ୍ତି । ଏହି ସର୍ବବୃହତ ଯୋଜନାରେ ଦେଶର ୫ କୋଟି ପରିବାର ଉପକୃତ ହେବେ । ୮୦୦୦କୋଟି ଟଙ୍କାର ଏହି ଯୋଜନା ୨୦୧୯ ମସିହାରେ ସମାପ୍ତ ହେବ । ଓଡିଶାବାସୀଙ୍କ ପକ୍ଷରୁ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଓ ପେଟ୍ରୋଲିୟମ୍ ତଥା ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ କୃତଜ୍ଞତା ଜ୍ଞାପନ କରାଯାଇଛି ।
ଦେଶର ଶ୍ରମିକ ସମାଜକୁ ସୁରକ୍ଷା ଯୋଗାଇ ଦେବା ପାଇଁ ମେ ୧ ତାରିଖ ଶ୍ରମିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦେଶର ୩୦ ଲକ୍ଷ କେନ୍ଦ୍ର ସରକାରଙ୍କର କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୧୦୦୦ ହଜାର ଟଙ୍କା ପେନ୍ସନ ଦେବା ଘୋଷଣା କରିଛନ୍ତି । ପୂର୍ବରୁ ୧୦୦, ୨୦୦ ଟଙ୍କା ପେନ୍ସନ ପାଉଥିବା କର୍ମର୍ଚାରୀ ଏବେ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ପାଇବେ । ନିଯୁକ୍ତିଦାତା ଓ ଶ୍ରମିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ‘ଶ୍ରମ ସୁବିଧା ପୋର୍ଟଲ’ ଲୋକାର୍ପଣ ହୋଇଛି । ଅଦ୍ୱିିତୀୟ ଶ୍ରମିକଙ୍କୁ ପରିଚୟ କ୍ରମିକ ନଂ ଜରିଆରେ ଜଣେ ଶ୍ରମିକ ତାହାର ସମସ୍ତ ସୁବିଧା ସୁଯୋଗ ପାଇ ପାରିବ । ସେହିପରି ନିର୍ମାଣ ଶ୍ରମିକ ମାନେ ପେନସନର ହକ୍ଦାର ହୋଇ ପାରିବେ । ଓଡିଶାର ଶ୍ରମିକ ସମାଜ ତଥା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Share in top social networks!