ମଦ ବିରୋଧି ଆନେ୍ଦାଳନ ପାଇଁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତି

ରାଜ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଏକ ବୈଠକ ସଭାପତି ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ମାନନୀୟ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ ।
ଏହି ବୈଠକରେ ପ୍ରଥମେ ଆଗାମୀ ୦୭.୦୫.୧୬ ତାରିଖରେ ଜିଲ୍ଲା ପ୍ରଭାରୀ ମାନଙ୍କ ନେତୃତ୍ୱରେ ଜିଲ୍ଲା ଏବଂ ମଣ୍ଡଳ ସ୍ତରର ମହିଳାମାନଙ୍କୁ ଏକାଠି କରି ଜିଲ୍ଲାପାଳଙ୍କୁ ମମତା ଯୋଜନାରେ ବାଟମାରଣା ଏବଂ ନିମ୍ନମାନର ଛତୁଆ ଯୋଗାଣ ପ୍ରତିବାଦରେ ସମସ୍ତ ଜିଲ୍ଲାରେ ସ୍ମାରକପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଗୋଚରାର୍ଥେ ଦିଆଯିବାର ଖସଡା ପ୍ରସ୍ତୁତ କରାଗଲା । ଦ୍ୱିତୀୟତଃ ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ (ବିଜେପି ମହିଳା ମୋର୍ଚ୍ଚା) ହେବା ପାଇଁ ସ୍ଥିର କରାଗଲା । ତତୃୀୟରେ ସାରା ରାଜ୍ୟରେ ମଦ ବିରୋଧି ଆନେ୍ଦାଳନ କରିବା ପାଇଁ ଆଜିର ବୈଠକରେ ସର୍ବସମ୍ମତିରେ ନିଷ୍ପତି ନିଆଗଲା । ଉକ୍ତ ବୈଠକରେ ରାଜ୍ୟ ଉପସଭାପତି କାନନବାଳା ପଟ୍ଟନାୟକ, ସ୍ମତି ପଟ୍ଟନାୟକ, ସୁଷମା ବିଶ୍ୱାଳ, ସୁଜାତା ବାରିକ୍, ପିଙ୍କି ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ବବିତା ପାତ୍ର, ରୁକ୍ମଣୀ ମହାରଣା ଏବଂ ସମ୍ପାଦିକା ରାଜଲକ୍ଷ୍ମୀ ଦାସ, ଲକ୍ଷ୍ମୀ ହାଁସଦା, ପି. ଲକ୍ଷ୍ମୀ ପଟ୍ଟନାୟକ, କଳ୍ପନା ଲେଙ୍କା, ରଶ୍ମୀରେଖା ଦାସ, ଦିପ୍ତୀ ରେଖା ନାୟକ, ଏବଂ କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!