ଚିଟଫଣ୍ଡ କମିଶନ ଅଧ୍ୟକ୍ଷ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଦେ୍ର୍ଦଶ କ୍ରମେ ଚିଟଫଣ୍ଡ କମିଶନ ଅଧ୍ୟକ୍ଷ ନ୍ୟାୟମୂର୍ତି ମଦନ ମୋହନ ଦାସଙ୍କ ବହିଷ୍କାର ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦସୂଚକ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ, ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଯୋଗଦେଇ ଚିଟ୍ଫଣ୍ଡ ସଂପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନୀରୀହ ଜମାକାରୀଙ୍କୁ ଉପହାସ କରି ସେମାନଙ୍କୁ ହତାଶା ଭିତରକୁ ଠେଲି ଦେଇଥିବା ଯୋଗୁ କମିଶନ ଅଧ୍ୟକ୍ଷ ନ୍ୟାୟମୂର୍ତିୀ ଶ୍ରୀ ଦାସ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ସରକାର ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଥିଲେ । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ହିତାଧିକାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ । ରାଜ୍ୟବ୍ୟାପୀ ଏ ବିକ୍ଷୋଭ ଆନେ୍ଦାଳନ ସଫଳତା ପାଇଁ ପିିସିସି ସଭାପତି ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଏହି ଚିଟ୍ଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ଅସାଧୁ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଓ ଏଭଳି ଠକେଇରେ ସାମିଲ ହୋଇଥିବା ବା ସାହାଯ୍ୟ କରିଥିବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ, ପଦସ୍ଥ ସରକାରୀ କର୍ମ•ରୀମାନଙ୍କୁ ଠାବ କରିବା ତଥା କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ କରି, ସେମାନଙ୍କୁ କର୍ପସ ପାଣ୍ଠିରୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ବି•ର ପତି ନ୍ୟାୟ ମୂର୍ତ୍ତି ଆର.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଚିଟ୍ଫଣ୍ଡ ତଦନ୍ତ କମିଶନ ଜୁଲାଇ ୯ ତାରିଖ ୨୦୧୩ ମସିହାରେ ଗଠନ କରିଥିଲେ । ନ୍ୟାୟମୂର୍ତ୍ତି ଆର.କେ. ପାତ୍ରଙ୍କ ମୃତୁ୍ୟପରେ ନ୍ୟାୟମୂର୍ତ୍ତି ମଦନମୋହନ ଦାସ (ଅବସରପ୍ରାପ୍ତ) ତା ୫.୩.୨୦୧୫ ରିଖରେ ଉକ୍ତ ପଦବୀରେ ଅବସ୍ଥାପିତ ହୋଇଥିଲେ । ନ୍ୟାୟମୂର୍ତି ଶ୍ରୀ ଦାସ ତଦନ୍ତ କମିଶନର ଅଧ୍ୟକ୍ଷ ଭାବରେ ଏବେବି ମଧ୍ୟ କାର୍ଯ୍ୟରତ । ପରିତାପର ବିଷୟ ଏହିକିଯେ, ଗତ ଏପ୍ରିଲ ୨୭ ତାରିଖ ଦିନ ସଂନ୍ଧ୍ୟାରେ ଶାସକ ବିଜେଡ଼ି ଦଳର ଦଳୀୟ କାର୍ଯ୍ୟକ୍ରମ ଲୟର୍ସ ଫୋରମରେ ନ୍ୟାୟମୂର୍ତି ଶ୍ରୀ ମଦନ ମୋହଦ ଦାସ ଯୋଗଦେଇଥିଲେ । ଏହା ତଦନ୍ତ କମିଶନଙ୍କ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚିଟ୍ଫଣ୍ଡ କେଳେଙ୍କାରୀରେ କାହାର ଭୂମିକା ଅଛି ତାହା ନିର୍ଣ୍ଣୟ କରିବା ପାଇଁ କମିଶନଙ୍କ ଉପରେ ଦାୟିତ୍ୱ ଛଡ଼ାଯାଇଥିଲେ ହେଁ ରିପୋର୍ଟ ଦେବା ପୁର୍ବରୁ ଓଡ଼ିଶା ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ସେ କ୍ଲିନଚିଟ ଦେଇଦେଇଛନ୍ତି । ଲୋଭରେ ପଡି ଅଧିକ ଟଙ୍କା ପାଇବା ଆଶାରେ ଜମାକାରୀମାନେ ଠକାମୀର ଶୀକାର ହୋଇଥିବା ବେଳେ ସରକାର କ’ଣ କରିପାରିବେ ବୋଲି କମିଶନ କହିଛନ୍ତି । ଏଭଳି ବିବାଦୀୟ ବୟାନ ଓଡ଼ିଶାର ୨୦ଲକ୍ଷ ନିରୀହ ଜମାକାରୀଙ୍କ ପ୍ରତି ଚରମ ପ୍ରତାରଣା ଅଟେ । ସୁତରାଂ ତାଙ୍କଠାରୁ ତଦନ୍ତର ନିରପେକ୍ଷତା ଆଶାକରିବା ମଧ୍ୟ ବୃଥା । ନ୍ୟାୟମୂର୍ତ୍ତି ଶ୍ରୀ ଦାସ ତଦନ୍ତ କମିଶନ ଅଧ୍ୟକ୍ଷଭାବେ ଦେୱାନୀ ଅଦାଲତର କ୍ଷମତା ପାଇଥିବା ବେଳେ ଆଇନ ପରିସରରେ ଜଣେ ଲୋକ ସେବକ ଅଧିକାରୀ ଭାବରେ ସୁରକ୍ଷିତ ଅଟନ୍ତି । ନ୍ୟାୟମୂର୍ତି ଶ୍ରୀ ଦାସଙ୍କ ଆଚରଣ ଓ ଉଚ୍ଚାରଣ ତାଙ୍କ ପଦମର୍ଯ୍ୟାଦକୁ କେବଳ କ୍ଷୁର୍ଣ୍ଣ କରୁନାହିଁ, ସମ୍ବିଧାନ ଓ ପ୍ରତିଷ୍ଠିତ ବିଧିବ୍ୟବସ୍ଥାର ଉଲଙ୍ଘନ ମଧ୍ୟକରୁଛି । ନିଜର ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିବାରୁ ନ୍ୟାୟମୂର୍ତି ଶ୍ରୀ ଦାସ ତୁରନ୍ତ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ, ନଚେତ ନ୍ୟାୟମୂର୍ତି ମଦନ ମୋହନ ଦାସ ତଦନ୍ତ କମିଶନଙ୍କୁ ତଦନ୍ତ କମିଶନ ଆଇନ-୧୯୫୨ର ଧାରା–୭ ବ୍ୟବସ୍ଥା ଅନୁଯାୟୀ ତୁରନ୍ତ ଉଛେଦ କରାଯାଉ । ଜମାକାରୀମାନଙ୍କୁ ଅବିଳମ୍ବେ କ୍ଷତିପୂରଣ ପ୍ରଦାନ କରାଯାଉ । ଚିଟ୍ଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ବ୍ୟକ୍ତିବିଶେଷ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଦାବି ଉଲ୍ଲେଖ ରହିଛି ।
ପିିସିସି ସଭାପତି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡ଼ି ସରକାର ତାଳୁରୁ ତଳିପା ପର୍ଯ୍ୟନ୍ତ ବୁଡ଼ିରହିଥିବା ବେଳେ ଏହି ଦଳର ବିଧାୟକ, ସାଂସଦ ଜେଲରେ ଅବା କେହି ବେଲ୍ରେ । ଚିଟ୍ଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ତାଙ୍କ ବ୍ୟକ୍ତିଗତ ସହାୟକ ସରୋଜ ସାହୁଙ୍କୁ ଜେରା କରାଯିବା ପରେ ଜଳଜଳ ହୋଇ ପଦାରେ ପଡ଼ିଲାଣି । ପ୍ରଥମରୁ ଚୁପ ବସିଥିବା ସରକାର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶରେ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ ଜଷ୍ଟିସ ଏମଏମ ଦାସ କମିଶନ ନିଯୁକ୍ତି କରାଯାଇଥବା ବେଳେ ଧାର୍ଯ୍ୟ କରିଥିବା ଟର୍ମଅଫ ରେଫରେନସରେ ଜମାକାରୀଙ୍କ ପୁଞ୍ଜି ଫେରସ୍ତ ବିଷୟ ସାମିଲ କରାଗଲା । ହେଲେ ତଦନ୍ତ ପ୍ରକ୍ରିୟା ସରୁନଥିବାବେଳେ ଜମାକାରୀଙ୍କୁ ଟଙ୍କାଟିଏ ଫେରସ୍ତ କରିବା ତ ଦୁରର କଥା ଏଜିଙ୍କ ପକ୍ଷରୁ ଏକାଉଟିଂଙ୍ଗ ପ୍ରୋସିଡିୟର ଅନୁମୋଦନ ସତ୍ୱେ ୩୦୦କୋଟି ଟଙ୍କାର କର୍ପସ ସ୍ପଷ୍ଟ ନ ହେବା ଘଟଣାରେ ରାଜ୍ୟ ସରକାର ଲୋକଙ୍କୁ ଟଙ୍କା ଫେରାଇବାକୁ •ହୁଁ ନାହାନ୍ତି ବୋଲି ଆଶଙ୍କା ବ୍ୟକ୍ତ ହୋଇଥିଲା । ଏବେ ସେ କର୍ପସ ଫଣ୍ଡ ଜମାକାରୀଙ୍କ ପାଇଁ ମରିଚିକା ପାଲଟିଛି । ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ବୈଠକରେ ଚିଟଫଣ୍ଡର ତଦନ୍ତ କମିଶନ ଜଷ୍ଟିସ ଦାସ ଯୋଗଦେବା ଓ ରାଜ୍ୟସରକାରଙ୍କୁ କ୍ଳିନଚିଟ ଦେଇ ଚିଟ୍ଫଣ୍ଡ ଦୁର୍ନୀତି ପାଇଁ ନିରୀହ ଜମାକାରୀ ଓ ସେମାନଙ୍କର ଲୋଭକୁ ଦାୟି କରି ଉପହାସ କରିବା ବେଳେ ସେଠାରେ ଉପସ୍ଥିତ ଆଇନମନ୍ତ୍ରୀ ଅରୁଣ ସାହୁ ବସି ତାହାକୁ ଉପଭୋଗ କରୁଥିଲେ । ତେଣୁ ରାଜ୍ୟସରକାର ଯାହା ଚାହୁଁଥିଲେ ତାହା କମିଶନ ତାଙ୍କ ମୁହଁରେ କହିଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯାଇ ସେଠାରେ ସରକାରଙ୍କୁ କ୍ଲିନଚିଟ୍ ଦେଇଥିବା କମିଶନ ଅଧ୍ୟକ୍ଷ ଜଷ୍ଟିସ ଦାସ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ସରକାର ତାଙ୍କୁ ତୁରନ୍ତ ଅବ୍ୟାହତି ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Share in top social networks!