ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧ# ଦଳର ଆମେରିକା ଗସ୍ତ

Debi Prasad Mishraଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧ# ଦଳ ଯୁକ୍ତରାଷ୍ଟ୍ର ଆମେରିକାର ସିଲିକନ୍ ଭ୍ୟାଲିରେ ମଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଗ୍ଲୋବାଲ ଇନ୍ଭେଷ୍ଟମେଣ୍ଟ ମିଟ୍ରେ ଯୋଗଦେବୋ ଏହି ପ୍ରତିନିଧ# ଦଳରେ ଜଳସଂପଦ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ସିଂହ, ଓକାକ୍ର ଅଧ#କାରୀ ବୃନ୍ଦ ଓ କେତେକ ସଂଘର ଉଦ୍ୟୋଗୀମାନେ ଯୁକ୍ତରାଷ୍ଟ୍ର ଆମେରିକା ଯିବୋ
ମଇ ୪ ତାରିଖରେ ଏହି ବୈଠକର ଶୁଭାରମ୍ଭ ପରେ ଗ୍ଲୋବାଲ ଇନ୍ଭେଷ୍ଟମେଣ୍ଟ ମିଟ୍ରେ ବୈଷୟିକ ଔଦ୍ୟୋଗୀକରଣ ବିକାଶରେ ସରକାରଙ୍କ ଭୂମିକା ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯିବା ଏହି ଦଳ ମଇ ୫ ତାରିଖରେ ଫେସ୍ବୁକ୍ ହେଡ୍କ୍ୱାର୍ଟର, ପ୍ଳଗ୍ ଆଣ୍ଡ ପ୍ଲେ ଇନ୍କୁବେଟର, ଷ୍ଟାନ୍ଫୋର୍ଡୟୁନିଭରସିଟି ଇନ୍କୁ୍ୟବେଟର ପରିଦର୍ଶନ କରିବେ ଏବଂ ଷ୍ଟାର୍ଟ ଅପ୍ ନୀତି ସଂପର୍କରେ ଆଲୋଚନା କରିବୋ
ସାନ୍ଫ୍ରାନ୍ସିସ୍କୋର ସାନ୍ତା କ୍ଲାରା କନ୍ଭେନ୍ସନ୍ କେନ୍ଦ୍ରଠାରେ ବିଜୁ ପଟ୍ଟାନୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରବାସୀ ଓଡ଼ିଆମାନଙ୍କ ସହିତ ବିଜୁବାବୁ ଓ ଓଡ଼ିଶାର ବିକାଶ ସଂପର୍କରେ ଆଲୋଚନା କରିବୋ
ମଇ ୬ ଓ ୭ ତାରିଖରେ ଏହି ପ୍ରତିନିଧ# ଦଳ ଓଡ଼ିଶା ଅନ୍ ଡେଷ୍ଟିନେସନ୍ ଇଣ୍ଡିଆ ଟ୍ରାକ୍ ସମ୍ବନ୍ଧରେ ଉପସ୍ଥାପନ ସହ ଶିଳ୍ପ, ଇଲୋକ୍ଟ୍ରୋନିକ୍ ସିଷ୍ଟମ୍ ଡିଜାଇନିଂ ଓ ମ୍ୟାନୁଫାକଚରିଂ ଉପରେ ବିଭିନ୍ନ ମଞ୍ଚରେ ଆଲୋଚନା କରିବୋ

Share in top social networks!