ଭୁବନେଶ୍ୱର ଛାତ୍ର ବିଜେଡିର ବିଜୁ ପଟ୍ଟନାୟକ ସ୍ମାରକୀ ସାଇକେଲ୍‌ ଯାତ୍ରା

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିବା ‘ବିଜୁ ପଟ୍ଟନାୟକ ସ୍ମାରକୀ ସାଇକେଲ୍‌ ଯାତ୍ରା’ ଭୁବନେଶ୍ୱର ଛାତ୍ର ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ମଇ ୧ ତାରିଖ ରବିବାର ଦିନ ସକାଳ ୭ଟା ସମୟରେ ଏହି ସ୍ମାରକୀ ସାଇକେଲ୍‌ ଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟସ୍ଥ ଜବାହରଲାଲ ନେହରୁ ପାର୍କରୁ ବାହାରି ଅଶୋକନଗର, ରାଜମହଲ, ଶିଶୁଭବନ ଛକ ଓ ବିଜୁ ପଟ୍ଟନାୟକ ପାର୍କ ଠାରେ ପହଞ୍ଚôବା ପରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।
cyclee
ପରେ ସାଇକେଲ୍‌ ଯାତ୍ରା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ସମାପନ ହୋଇଥିଲା । ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାଇକେଲ୍‌ ଯାତ୍ରାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ବିଜୟ ମହାନ୍ତି, ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ପି୍ରୟଦର୍ଶୀ ମିଶ୍ର, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ କୁମାର ନାୟକ, ସଂପାଦକ ଅମରେଶ ଜେନା, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ର, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ରାଜକମଲ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସ୍ମାରକୀ ସାଇକେଲ୍‌ ଯାତ୍ରାରେ ଶତାଧିକ ଛାତ୍ର ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସହିତ ଭାଗ ନେଇ ନିଜକୁ ଗୌରବ ମନେ କରିବା ସହ ବିଜୁବାବୁଙ୍କର ଏହି ଦୁଃସାହସିକ ସାଇକେଲ୍‌ ଯାତ୍ରା ଆଜିବି ଯୁବପିଢ଼ିଙ୍କ ପ୍ରେରଣାଦାୟୀ ହୋଇ ରହିଛି ବୋଲି ସଭାପତି ଶ୍ରୀ ରାଣା କହିଛନ୍ତି । ଏହି ସାଇକେଲ୍‌ ଯାତ୍ରାରେ ସୁଜିତ ପାଲଟାସିଂ, ଶ୍ରୀଚନ୍ଦନ ପାତ୍ର, ଧର୍ମେନ୍ଦ୍ର ଧଳ, ନରେଶ ପାତ୍ର, ମନୋଜ ସେଠୀ, ଚିରାଗ ସିଂହଦେଓ, ଅପୂର୍ବା ଅପରୁପା, ପ୍ରମୋଦ କୁମାର ପାତ୍ର ପ୍ରମୁଖ ଏହି ସାଇକେଲ୍‌ ଯାତ୍ରାକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Share in top social networks!