ସାରଦା ତାଙ୍କ ସୃଷ୍ଟିରେ ଚିରଜୀବନ୍ତ

haraprasaddasସାରଦା ପ୍ରସାଦ ମିଶ୍ର ଚଳନ୍ତି ସମୟର ଜଣେ ପ୍ରତିଭାବାନ କଥାକାର ଥ#ଲେ । ଓଡ଼ିଆ କଥନ କଳାର ଅନନ୍ୟ
ବିନ୍ଧାଣି ଭାବରେ ତାଙ୍କର ପ୍ରସିଦ୍ଧି ଥ#ଲା । ଜୀବନକୁ ସେ ସଚେତନ ଭାବରେ ଭୋଗିଥ#ଲେ । ଜୀବନ ସହିତ କୌତୁକ
କରୁଥ#ଲେ । ତାଙ୍କର ଅନୁଭବ, ଅନୁଭୂତି ଓ ଅନୁଧ୍ୟାନର ପରିପ୍ରକାଶ ଘଟିଥ#ଲା ତାଙ୍କ ସୃଷ୍ଟିସମ୍ଭାରରେ । ତାଙ୍କ ସୃଷ୍ଟିରେ
ଅଛି ତାଙ୍କ ସମୟର ହସ୍ତାକ୍ଷର । ଜଣେ ଗାଳ୍ପିକ ଭାବରେ ସେ ବିପୁଳ ପାଠକୀୟତା ଅର୍ଜନ କରିଥ#ଲେ ଏବଂ ଜଣେ
ସ୍ନେହୀ ମଣିଷ ଭାବରେ ସେ ସବୁରି ଆପଣାର ଥ#ଲେ । ସାରଦା ହୁଏତ ସଶରୀରେ ଆଉ ମିଳିବେ ନାହିଁ କିନ୍ତୁ ତାଙ୍କ
ସାହିତ୍ୟ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିବ ବୋଲି “ସ୍ମ&ୃତି ସାରଦା’ ଶୀର୍ଷକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବକ୍ତାମାନେ
ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ଦିଗ୍ଗଜ ସାହିତି୍ୟକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଥ#ଲେ ଯେ ସାରଦା ମରିନାହାନ୍ତି ।
ତାଙ୍କ ସୃଷ୍ଟି ଭିତରେ ସେ ଚିର ଜୀବନ୍ତ । ଓଡ଼ିଆ କଥା ସାହିତ୍ୟର ଏହି କୀର୍ତ୍ତିମାନ କଥାକାରଙ୍କୁ ହରାଇ ଓଡ଼ିଆ ସାହିତ୍ୟ
କ୍ଷତିଗ୍ରସ୍ତ । “ସମ୍ବାଦ’ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସାରଦାଙ୍କ ସ୍ମ&ୃତିଚାରଣ କରି କହିଲେ ଯେ ମୃତୁ୍ୟକୁ
ନିକଟରୁ ଦେଖ# ମଧ୍ୟ ସାରଦା ଯେଭଳି ଭାବରେ ଆଚରଣ କରୁଥ#ଲେ ତାହା ତାଙ୍କ ସାହସିକତାର ପରିଚୟ । ଜୀବନ
ଯୁଦ୍ଧରେ ଲଢିବା ପାଇଁ ସେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା । ବିଶିଷ୍ଟ କଥାକାର ଡ. ହୃଷିକେଶ ପଣ୍ଡା ଶ୍ରଦ୍ଧା ଅର୍ପଣ କରି
କହିଲେ ଯେ ସାରଦାଙ୍କ ସୂକ୍ଷ୍ମ ଜୀବନାନୁଭୂତି ତାଙ୍କ ଗଳ୍ପକୁ ସ୍ମରଣୀୟ କରିଛି । ତାଙ୍କ ଗଳ୍ପରୁ ଜଣେ ପାଇପାରିବ
ଜୀଇଁବାର କଳା ଓ ପ୍ରେରଣା ।
ପକ୍ଷୀଘର ପ୍ରକାଶନୀ, ଟାଇମ୍ ପାସ୍, ସୃଜନ, ଭୁବନେଶ୍ୱର ସାହିତ୍ୟ ସମାଜ, ଓଡ଼ିଶା ସୂଚନା ସେବା ସଂଘ
ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମ&ୃତି ସଭାରେ ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ସାରଦାଙ୍କ ଗଳ୍ପ ସଂଗଳନ ‘ଜଣେ
ଝିଅର ଦୁଇଟି ଚିଠି’ ଓ ଟାଇମ୍ ପାସ୍ ପକ୍ଷରୁ ପ୍ରକାଶିତ ସ୍ମରଣିକା “ସ୍ମ&ୃତି ସାରଦା’କୁ ଅତିଥ#ମାନେ ଉନୋ୍ମଚନ କରିଥ#ଲେ ।
ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ତଥା ସାରଦାଙ୍କ ସହପାଠୀ ମନୋରଞ୍ଜନ ପାଣିଗ୍ରାହୀ
ସାରଦାଙ୍କ ସ୍ମ&ୃତିଚାରଣ କରି ତାଙ୍କୁ ଜଣେ ପ୍ରତିଭାବାନ କଥାକାର ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବରେ ବର୍ଣ୍ଣନା କରିଥ#ଲେ ।
ଚିନ୍ତକ ହରପ୍ରସାଦ ଦାସ ସାରଦାଙ୍କ କୌତୁକପଣକୁ ସୃଜନର ଏକ ଉଚ୍ଚାଙ୍ଗ ସ୍ତର ଭାବରେ ବର୍ଣ୍ଣନା କରି ତାଙ୍କ
କଥନକଳାର ଭୂୟସୀ ପ୍ରଶଂସା କରିଥ#ଲେ । ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ସାରଦାଙ୍କ ପ୍ରତୁ୍ୟତ୍ପନମତିତା ଓ
କଥକତା ଅନନ୍ୟ ବୋଲି ପ୍ରକାଶ କରିଥ#ଲେ ।
ଓଡ଼ିଶା ସୂଚନା ସେବା ସଂଘର ସଭାପତି କବି ସୂର୍ଯ୍ୟ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥ#ବା ବେଳେ କବି ରକ୍ଷକ
ନାୟକ ସ୍ମ&ୃତି ସଭା ପରିଚାଳନା କରିଥ#ଲେ । ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ରାୟ, ଅସୀତ ମହାନ୍ତି, ପ୍ରଦୀପ ରଥ,
ଅଜୟ ସ୍ୱାଇଁ, ଶୈଳେନ୍ଦ୍ର ଦ୍ୱିବେଦୀ, ସୁଶାନ୍ତ କୁମାର ଦାଶ, ସୁଦର୍ଶନ ଦାସ, ବୈଷ୍ଣବ ପ୍ରସାଦ ମହାନ୍ତି ପ୍ରମୁଖ ସାରଦାଙ୍କ
ସୃଜନଶୀଳତା ଓ ବ୍ୟକ୍ତିବତ୍ତାର ସ୍ମ&ୃତିଚାରଣ କରିଥ#ଲେ । ପ୍ରସିଦ୍ଧ ଚିତ୍ରଶିଳ୍ପୀ ତଥା ଲେଖକ ଦିନନାଥ ପାଠୀ, ସାହିତ୍ୟ
ଏକାଡେମୀ ସଚିବ ଅଶ୍ୱିନୀ କୁମାର ମିଶ୍ର, ଗାଳ୍ପିକ ପରେଶ ପଟ୍ଟନାୟକ, ଅକ୍ଷୟ ବେହେରା, ରମାକାନ୍ତ ସାମନ୍ତରାୟ,
ମମତା ଦାଶ, ଲିପିପୁଷ୍ପା ନାୟକ, ଭାଗ୍ୟଲିପି ମଲ୍ଲ, ଭିକାରୀ ଧଳ, ବନୋଜ ତ୍ରିପାଠୀ, ସୁଧୀର ମଉଡମଣି, ଆଶିଷ
ପଟ୍ଟନାୟକ, ସୁଧା ଦାସ, କେଦାର ମିଶ୍ର, ପ୍ରସନ୍ନ ମହାନ୍ତି, ସୁବାଷ ଷଡଙ୍ଗୀଙ୍କ ସମେତ ବହୁ ସାହିତି୍ୟକ ଓ ବୁଦ୍ଧିଜୀବୀ
ଉପସ୍ଥିତ ଥ#ଲେ । ସାରଦାଙ୍କ ପନ#ୀ ସରସ୍ୱତୀ ଦେବୀ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସାରଦାଙ୍କ ଫଟୋଚିତ୍ରରେ
ପୁଷ୍ପମାଲ୍ୟ ଅର୍ପଣ କରିଥ#ଲେ । ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥ#ବା ବେଳେ ଗାଳ୍ପିକ ସରୋଜ ବଳ
ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥ#ଲେ ।

Share in top social networks!