ଦିଲ୍ଲୀରେ ଆନ୍ତର୍ଜାତିକ ଶୋଭନୀୟ ଦିବସ ପାଳିତ

13076761_1686938698234179_5268045334721928441_nଆନ୍ତର୍ଜାତିକ ଶୋଭନୀୟ ଆନେ୍ଦାଳନ ଦିବସ ନୂଆଦିଲ୍ଲୀର କନ୍ଷ୍ଟିଚୁ୍ୟସନ କ୍ଲବ ଅଫ୍ ଇଣ୍ଡିଆ ଠାରେ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ନିର୍ବାଚନ କମିଶନ୍ଙ୍କ ସିନିଅର ଆଡଭାଇଜର ଡଃ ଭଗବାନ ପ୍ରକାଶଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହେଉଥିବା ସଭାରେ ଦିଲ୍ଲୀ ହରିଜନ ସେବକ ସଙ୍ଘ ସଭାପତି ଓ ପୂର୍ବତନ ପିସ୍ ଜଷ୍ଟିସ୍ ଶ୍ରୀ ଶଙ୍କର କୁମାର ସାନିୟାଲ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏ.ଭି ସ୍ୱାମୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ସର୍ବୋଦୟ ଯୁବନେତୃତ୍ୱ ଶ୍ରୀ ସତ୍ୟପ୍ରକାଶ ଭାରତ ଏବଂ ଉକôଳମଣିଙ୍କ ‘ସମାଜ’ର ଓ ଦିଲ୍ଲୀର ବରିଷ୍ଟ ସାମ୍ବାଦିକ ଶ୍ରୀ କିଶୋର କୁମାର ଦ୍ୱିବେଦୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦିଲ୍ଲୀ ଇଉନିଭରସିଟିର ପ୍ରଫେସର ଡଃ ମନୋରଞ୍ଜନ ମହାନ୍ତି, ଆନେ୍ଦାଳନର ପ୍ରତିଷ୍ଠାତା ପୂଜ୍ୟଶ୍ରୀ କୁମାର ଭାଇଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଏବଂ ଉସôବ ସମିତିର ସଭାନେତ୍ରୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ସ୍ୱାଗତ ଅଭିଭାଷଣରେ ଦିଲ୍ଲୀବାସୀ ମାନଙ୍କୁ ସମଗ୍ର ବିଶ୍ୱକୁ ଏକ ହିଂସାମୁକ୍ତ ଶୋଭନୀୟ ସମାଜରେ ପରିଣତ କରିବା ନିମନ୍ତେ ନିଜ ନିଜ ସ୍ତରରେ ପ୍ରୟାସ ଜାରି ରଖିବାକୁ ନିବେଦନ କରିଥିଲେ ।
ଡଃ ସାନ୍ୟାଲ ଜୀ ସ୍ୱାମୀ ବିବେକାନନ୍ଦଙ୍କ ପରି ପୂଜ୍ୟଶ୍ରୀ କୁମାର ଭାଇ ତାଙ୍କର ଏହି ଆନେ୍ଦାଳନ ତଥା ରଚନା ବଳି ମାଧ୍ୟମରେ ସମଗ୍ର ପୃଥିବୀ ବାସୀ ସୁପରିବର୍ତ୍ତନର ମାର୍ଗ ପ୍ରଦର୍ଶନ କରିଛନ୍ତି ବୋଲି କହିଥିଲେ । ମାନ୍ୟବର ଏ.ଭି ସ୍ୱାମୀଜୀ ଫିକା ପଡିଯାଇଥିବା ମାନବିକତାକୁ ସୁରକ୍ଷା ଦେବା ନିମନ୍ତେ ଉକ୍ତ ଆନେ୍ଦାଳନର ଉଦ୍ୟମ ମନରେ ଗଭୀର ଆଶା ସଞ୍ଚାର କରୁଛି ବୋଲି ପ୍ରକାଶ କରିଥିଲେ । ଡଃ ଭଗବାନ ପ୍ରକାଶ ଶୋଭନୀୟତାର ଅର୍ଥ ବାଖ୍ୟା କରିବାକୁ ଯାଇ କାହାକୁ ଅପମାନିକ ନକରିବା ଏବଂ ଅନ୍ୟକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କେଉଁ ଦେଶରେ ଲଘୁଜନ ଗୁରୁଜନଙ୍କୁ ଦଶ ସେକେଣ୍ଡ ମୁଣ୍ଡ ନୁଆଇଁ ସମ୍ମାନ ଦେଖାଉଥିବା ବେଳେ ଗୁରୁଜନ ତାଙ୍କୁ ମଧ୍ୟ ସେହି ମୁଣ୍ଡ ନୁଆଇଁ ସମ୍ମାନ ଜାଣନ୍ତି ମାତ୍ର ସମୟ ତାଙ୍କର ଏକ ସେକେଣ୍ଡ ଅଥଚ ଆଉ କେଉଁ ଦେଶରେ ପାଦକୁ ଚୁମ୍ବନ ଦେଇ ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ ମଧ୍ୟ କରାଯାଏ । ତେବେ ଶୋଭନୀୟତା ହେଉଛି ଜୀବେ ପ୍ରେମ, ଏହା ଏହି ଶୋଭନୀୟ ଆନେ୍ଦାଳନ ଓଡିଶାରୁ ଆସି ଦିଲ୍ଲୀରେ ମା’ମାନଙ୍କ ଦ୍ୱାରା ଏପରି ପଦକ୍ଷେପ ନିଆଯାଇ ଥିବାରୁ ଏହାକୁ ସ୍ୱାଗତ ଜଣାଇଥିଲେ । ଦିଲ୍ଲୀ ଓଡିଆ ସାମ୍ବାଦିକ ସଙ୍ଘରେ ସଭାପତି ଶ୍ରୀ କିଶୋର ଦ୍ୱିବେଦୀ ଅନ୍ୟମାନଙ୍କ ସହ ସମଗ୍ର ଦିଲ୍ଲୀର ଓଡିଆ ଆଜି ଏଠାରେ ଏକତ୍ରିତ ହେବା ଏକ ସଫଳ ପ୍ରୟାସ ବୋଲି କହିଥିଲେ । ସତ୍ୟପ୍ରକାଶ ଭାରତ ଜୀ “ବିକାଶ ନୁହେଁ ବିନାଶ ପଥରେ ମାନବ ସମାଜ ଧାଉଁଛି” ଏହାର ସୁରକ୍ଷା ଆବଶ୍ୟକ ବୋଲି ବ୍ୟକ୍ତ କରିଥିଲେ । ସଭାରେ ଅଗ୍ରଗାମୀ ଯୁବ ବ୍ୟକ୍ତିତ୍ୱ ଏମ୍.ଏସ୍ର ପ୍ରଫେସର ଡାକ୍ତର ସଞ୍ଜୀବ ଭୋଇ, ଉଦୟ ଇଣ୍ଡିଆର ସମ୍ପାଦକ ଶ୍ରୀ ଦୀପକ କୁମାର ରଥ ଏବଂ ସମାଜସେବୀ ଇଂଞ୍ଜିନିୟର ଶ୍ରୀ ସଂଗ୍ରାମ ଧରଙ୍କୁ ଆନ୍ତର୍ଜାତିକ କୁମାର ଭାଇ ଯୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦିକା ଜୟନ୍ତୀ ଦେବୀ ଓ କ୍ଷୀରାବ୍ଧୀ ତନୟାଙ୍କ ପରିଚାଳନାରେ ଦିଲ୍ଲୀ, କଟକ ଓ ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀ ସ୍ମରଣିକା, ସୁସ୍ମିତା, ହରପ୍ରିୟା, ଇପ୍ସିତା, ସରୋଜିନୀ, ସଞ୍ଚôତା, ଜିଜ୍ଞାସା, ସୁଧା ପ୍ରଭୃତି ବିଭିନ୍ନ ଭାଷାରେ “ଜୟ ହୈ ହିନ୍ଦୁସ୍ଥାନ, ଶାନ୍ତି ଆମେ ଚାହୁଁ, ଆୱାର ଫ୍ୟାମିଲ ଇଜ୍ ହୁ୍ୟମାନ ଫ୍ୟାମିଲ ଏବଂ ୟେଜନ୍ନାଥ ଜୀ କା ଦେଶ ହୈ” ଆଦି ଶିକ୍ଷାପ୍ରଦ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମଗ୍ର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶୋଭନୀୟ ଆନେ୍ଦାଳନର ସଦସ୍ୟ ମମତା ପ୍ରଧାନ, କେଦାର ଲକ୍ଷ୍ମୀ ଦାସ, ଭଗିନୀ ରଶ୍ମିତା, ଜୟନ୍ତୀ, ଗୀତାଞ୍ଜଳି ମାନେ ସଭା ପରିଚାଳନା କରିଥିବା ବେଳେ ବିଶିଷ୍ଟ ବ୍ୟକ୍ତି ଇଂ କେ.ଡି ବିଶ୍ୱାଳ, ସୁପ୍ରିମକୋର୍ଟର ସୈାମ୍ୟ ରଞ୍ଜନ ପାଣି, ୱାର୍ଲ୍ଡ ଏନ୍ଭରନ୍ମେଣ୍ଟର ଶ୍ରୀ ବସନ୍ତ କର, ଡଃ ଶ୍ରୀକାନ୍ତ କୁମାର ପାଣୀଗ୍ରାହୀ, ଦିଲ୍ଲୀ ଡାକ୍ତର ସଙ୍ଘର ସଭାପତି ଡଃ ଅନୀତା ପଣ୍ଡା, ଶ୍ରୀମତା କଳ୍ପନା ଭୂଜବଳ, ପ୍ରେମାନନ୍ଦ ସ୍ୱାଇଁ, ଗୋବର୍ଦ୍ଧନ ବଳ, ମାନସ ଦାସ, ଶ୍ରୀ ଅକ୍ଷୟ ପରିଡା, ଶ୍ରୀ ପ୍ରଦୀପ ପୁହାଣ, ରାଧାଶ୍ୟାମ ସାହୁ, ଆଚାର୍ଯ୍ୟ ଅଭିମନୁ୍ୟ, ଦିଲ୍ଲୀପ ମହାନ୍ତି, ରୀତା ପାତ୍ର, ଦେବରାଜ ମହାନ୍ତି, ରଶ୍ମି ପରିଡା, ପୃଥିରାଜ ପ୍ରତାପ ସିଂ, ବ୍ୟାସଦେବ ନାୟକ, ଅଜୟ ବେଉା ପ୍ରଭୃତି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Share in top social networks!