ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଜ୍ଜଳା ଯୋଜନାର ଶୁଭରମ୍ଭ;୨୦୧୬ ଏଲପିଜି ଗ୍ରାହକ ବର୍ଷରେ ଗରୀବ ମହିଳାଙ୍କୁ ସମର୍ପିତ ତାଙ୍କ ମନ୍ତ୍ରଣାଳୟ- ଧର୍ମେନ୍ଦ୍ର

pmmantriଉତର ପ୍ରଦେଶର ବଲିଆ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କର
ଉଚ୍ଚାଭିଳାଷୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଗାମୀ ତିନି ଆର୍ଥିକ ବର୍ଷରେ ୮ ହଜାର କୋଟି
ବିନିମୟରେ ୫ କୋଟି ଗରୀବ ମହିଳାଙ୍କ ନାମରେ ଏଲପିଜି ସଂଯୋଗ ଯୋଗାଇ ଦିଆଯିବା ସରକାର ଲକ୍ଷ୍ୟ ରଖିଥିବା
ବଲିଆ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ବିପିଏଲ ପରିବାର ମାନଙ୍କ ଠାରୁ ଆଦୌ ସିକ୍ୟୁରିଟି ଡିପୋଜିଟ ନେବାକୁ ପଡିବ ନାହିଁ
ା ୧୬୦୦ ଟଙ୍କା ମୂଲ୍ୟର ପ୍ରଶାସନିକ ଖର୍ଚ, ପ୍ରେସର ରେଗୁଲେଟର, ବ୍ୟବହାର ସୂଚନା ଏବଂ ସେଫଟି ହସର ଖର୍ଚ
ସରକାର ବହନ କରିବେ । ଏହା ପରେ ଚୁଲୀ ଏବଂ ଗ୍ୟାସ ଭରିବା ଖର୍ଚ ବିପିଏଲ ଉପଭୋକ୍ତା ଚାହିଁଲେ ମାସିକିଆ
କିସ୍ତିରେ ମଧ୍ୟ ସୁବିଧାରେ ନେଇ ପାରିବେ ବୋଲି ଏହି ସ୍କିମ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏହି ଜନସଭାରେ
ପ୍ରକାଶ କରିଥିଲୋ
ଗିଭ ଇଟ ଅପ ଯୋଜନାରେ ଦେଶର ଏକ କୋଟି ଏଲପିଜି ଗ୍ରାହକ ନିଜର ରିହାତି ଛାଡିବାରୁ ବାର୍ଷିକ ୨୦୦୦ କୋଟି
ଟଙ୍କା ସଂଚୟ ହେଉଛି । ଏହି ଅର୍ଥ ଗରୀବଙ୍କ ସ୍ୱାର୍ଥରେ ଲାଗୁଛି ବୋଲି ଶ୍ରୀ ମୋଦି କହିବା ସହ ପେଟ୍ରୋଲିୟମ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମନ୍ତ୍ରଣାଳୟ ମିଶନ ମୋଡରେ ଅକ୍ଲାନ୍ତ ପରିଶ୍ରମ କାରଣରୁ ଏପରି ସଫଳତା ମିଳିଛି ବୋଲି
ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
୨୦୧୬ ଏଲପିଜି ଗ୍ରାହକ ବର୍ଷ ହୋଇଥିବାରୁ ତାଙ୍କ ମନ୍ତ୍ରଣାଳୟ ଅନ୍ତର୍ଗତ ତୈଳ ବିପଣନ କମ୍ପାନୀ ମାନେ ଗରୀବ
ମହିଳାମାନଙ୍କ ପାଇଁ ସମର୍ପିତ ଭାବରେ କାମ କରିବେ ବୋଲି ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଗରୀବ
ମହିଳା ମାନଙ୍କୁ ଗ୍ୟାସ ସଂଯୋଗ ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ସହ ଜାଳେଣୀ ସଂଯୋଗରେ ଯାଉଥିବା ସମୟ ବଂଚାଇ
ପାରିବ ବୋଲି ସେ କହିଥିଲ । ଏଲପିଜିର ସାର୍ବଜନୀନକରଣ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ
କରିଛନ୍ତି ।
ଆସନ୍ତା ତିନି ବର୍ଷରେ ବିପିଏଲ ପରିବାରକୁ ପାଂଚ କୋଟି ଓ ଅଣ ବିପିଏଲ ପରିବାରକୁ ଆଉ ପାଂଚ କୋଟି ଗ୍ୟାସ
ସଂଯୋଗ କାରଣରୁ ଏଲପିଜି ସପ୍ଲାଏ ଚେନ ବିକାଶ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ
କରିଛନ୍ତି ।

Share in top social networks!