ଭୁବନେଶ୍ୱରରେ ଅଡି ପ୍ରେମୀଙ୍କ ପାଇଁ “ଅଡି କୁ୍ୟ୍-ଡ୍ରାଇଭ୍ ୨୦୧୬’ ଡ୍ରାଇଭିଂ ଅନୁଭୂତି କାର୍ଯ୍ୟକ୍ରମ

bbsraudiଜର୍ମାନିର ଲକ୍ଜୁରି କାର୍ ନିର୍ମାତା ଅଡି ପକ୍ଷରୁ ଭୁବନେଶ୍ୱରରେ ପଂଚମ ସଂସ୍କରଣ ଅଡି କୁ୍ୟ ଡ୍ରାଇଭ୍ ୨୦୧୬ ଆୟୋଜନ କରାଯିବା ବିଷୟରେ ଘୋଷଣା କରାଯାଇଛି । ଭୁବନେଶ୍ୱରର ଅଡି ପ୍ରେମୀମାନେ ଏହି ଅବସରରେ ଅଡି ଏସ୍ୟୁଭିଗୁଡ଼ିକୁ ଚଲାଇବାର ଅନୁଭୂତି ପାଇଥିଲେ । ସେମାନେ ଗାଡ଼ିଗୁଡ଼ିକର ଷ୍ଟାଇଲ, ପ୍ରଦର୍ଶନ ଓ କ୍ୱାତ୍ରୋ ପ୍ରଯୁକ୍ତିିକୁ ନେଇ ବିମୋହିତ ହୋଇପଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ଅଡିର ପୁରସ୍କାରପ୍ରାପ୍ତ ଗାଡ଼ି ଅଡି କୁ୍ୟ୭, କୁ୍ୟ୫ ଓ କୁ୍ୟ୩ ସାମିଲ ଥିଲା ।
“ଭାରତରେ ୨୦୧୨ ପରଠାରୁ ଆରମ୍ଭ ହୋଇଥିବା ଅଡି କୁ୍ୟ-ଡ୍ରାଇଭ୍ର ଚାରିଟି ସଂସ୍କରଣ ସଫଳତାର ସହ ଆୟୋଜନ କରାଯାଇଛି । ଭୁବନେଶ୍ୱରକୁ ପଂଚମ ସଂସ୍କରଣ କୁ୍ୟ-ଡ୍ରାଇଭ୍ ଆଣିବା ବିଷୟରେ ଘୋଷଣା କରି ମୁଁ ଅତ୍ୟନ୍ତ ଗର୍ବିତ ମନେ କରୁଛି । ୨୦୧୬ରେ ଆମେ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ଦେଉଛୁ । ଅଡି କୁ୍ୟ ଡ୍ରାଇଭ୍ ଭଳି ଗ୍ରାହକ ସଂପର୍କ ଅଭିଯାନ ଆୟୋଜନ କରି ଆମେ ଆମ ବ୍ରାଣ୍ଡ୍ର ସ୍ପୋର୍ଟିନେସ୍, ଉକ୍ରର୍ଷ୍ତା ଓ ପ୍ରଗତିଶୀଳତାକୁ ବ୍ୟାପକ ଲୋକଙ୍କ ପାଖରେ ପହଂଚାଇବାକୁ ଚାହୁଁଛୁ । ମୁଁ ନିଶ୍ଚିତ ଯେ ଚଳିତ ବର୍ଷ ଅଧିକରୁ ଅଧିକ ଲୋକ ଅଡି କୁ୍ୟ-ଲାଇଫ୍ ପାଇଁ ପଞ୍ଜିକରଣ କରିବେ ଓ ଆମର ବ୍ରାଣ୍ଡ୍ ଅନୂଭୁତି ନେବେ’’ ବୋଲି ଅଡି ଇଣ୍ଡିଆର ମୁଖ୍ୟ ଜୋ କିଙ୍ଗ୍ କହିଛନ୍ତି ।
ଅଡି କୁ୍ୟ-ଡ୍ରାଇଭ୍ ଭୁବନେଶ୍ୱର ଏପ୍ରିଲ୍ ୩୦ ଓ ମେ’ ୧ରେ ଅନୁଷ୍ଠିତ ହେବ । ଏଥିରେ ଅଂଶଗ୍ରହଣକାରୀମାନେ ତାଲିମପ୍ରାପ୍ତ ଲୋକଙ୍କ ତତ୍ୱାବଧାନରେ ଅଡିର କୁ୍ୟ ଏସ୍ୟୁଭିଗୁଡ଼ିକୁ ଚଲାଇବାର ସୁଯୋଗ ପାଇବେ । ଅଡି ଏସ୍ୟୁଭି ପ୍ରଦାନ କରୁଥିବା ପ୍ରଯୁକ୍ତି ବିଷୟରେ ସେମାନେ ପ୍ରତ୍ୟକ୍ଷ ଅନୁଭୂତି ନେଇପାରିବେ ।
ଅଡି କୁ୍ୟ ଏସ୍ୟୁଭିଗୁଡ଼ିକର ପ୍ରବଳ ଚାହିଦା ଯୋଗୁଁ ଅଡି ଭୁବନେଶ୍ୱରରେ ଲକ୍ଜୁରି ଏସ୍ୟୁଭି ୨ବର୍ଗରେ ଅଗ୍ରଣୀ ସ୍ଥାନ ବଜାୟ ରଖିପାରିଛି ଓ କଂପାନି ଏହାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ।
ଭାରତରେ ଅଡି ବିକ୍ରି କରୁଥିବା ମଡେଲ୍୍ଗୁଡ଼ିକ ହେଉଛି ଅଡି ଏ୩ ସେଦାନ, ଅଡି ଏ୩ କାବ୍ରିଓଲେଟ୍, ଅଡି ଏ୪, ଅଡି ଏ୬, ଅଡି ଏ୭ ସ୍ପୋର୍ଟର୍ସ୍ବ୍ୟାକ୍, ନୂଆ ଅଡି ଏ୮ଏଲ୍, ଅଡି କୁ୍ୟ୩, ଅଡି କୁ୍ୟ୫, ଅଡି କୁ୍ୟ୭, ଅଡି ଏସ୍୪, ଅଡି ଏସ୍୬, ଅଡି ଆର୍ ଏସ୫ କୁପ୍, ସବୁଠୁ ଶକ୍ତିଶାଳୀ ଅଡି ଆରଏସ୍ ୭ ସ୍ପୋର୍ଟସ୍ବ୍ୟାକ୍, ଅଡି ଟିଟି କୁପ୍, ସୁପର ସ୍ପୋର୍ଟସ୍ କାର୍ ଅଡି ଆର୍୮, ଅଡି ଆର୍୮ ସ୍ପାଇଡର୍ ଓ ଅଡି ଆର୍୮ ଭି୧୦ ପ୍ଲସ୍ । କଂପାନିର କାର୍ଗୁଡ଼ିକ ଭୁବନେଶ୍ୱର ସମେତ ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୋଆ, ଗୁରୁଗାଓଁ, ହାଇଦ୍ରାବାଦ, ଇନେ୍ଦାର, ଜୟପୁର, କାନପୁର, କର୍ନାଲ୍, କୋଚି, କୋଲକାତା, କୋଜିକୋଟ୍, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର, ମୁମ୍ବାଇ, ନାଗପୁର, ନାସିକ୍, ନୋଏଡା, ସୁରଟ, ରାୟପୁର, ଉଦୟପୁର, ବରୋଦା ଓ ବିଶାଖାପାଟଣାରେ ଉପଲବ୍ଧ ହେଉଛି ।

Share in top social networks!