ସେବା ନାହିଁ ତ ଟିକସ୍ ନାହିଁ – ବିଜେପି

ମେ ୧ ତାରିଖ ସୁଦ୍ଧା ୟୁଜର୍ସ ଫି ସଂପୂର୍ଣ୍ଣ ପ୍ରତ୍ୟାହାର ନହେଲେ ୨ ତାରିଖରେ ଘଂଟିକିଆ ରାସ୍ତାରୋକ
ସ୍ମାର୍ଟସିଟି ଆଳରେ ବିଏମସିର ମନୋମୂଖୀ ଟିକସ ଆଦାୟକୁ ଭୂବନେଶ୍ୱରବାସୀ କେବେହେଲେ ବରଦାସ୍ତ କରିବେ ନାହିଁ । ବିଏମସି ଅଧିନରେ ଥିବା ୬୭ ୱାର୍ଡ ମଧ୍ୟରୁ ମାତ୍ର ୯ଟି ୱାର୍ଡକୁ ନେଇ ପରିକଳ୍ପନା ହୋଇଛି ସ୍ମାର୍ଟସିଟିର ରୂପରେଖ । ଆଜି ସମଗ୍ର ଭୂବନେଶ୍ୱରରେ ବର୍ଜ୍ୟବସ୍ତୁ ପରିଚାଳନା, ନାଳ / ନର୍ଦ୍ଦମା / ସ୍ୱେରେଜ ପାଣିର ସଠିକ ନିଷ୍କାଷନରେ ବିଏମସି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଏହା ଫଳରେ ସହର ସଂଲଗ୍ନ ଦୟା ଓ କୁଆଖାଇ ନଦୀ କ୍ରମଶଃ ଦୁଷିତ ହୋଇସାରିଲାଣି । ମାତ୍ର ବିଏମସି ଏ ସମସ୍ତ ସମସ୍ୟାର ସମାଧାନ ପରିବର୍ତେ ଟିକସ ଆଦାୟକୁ ଗୁରୁତ୍ୱ ଦେଇ ସହରବାସୀଙ୍କୁ ଅଯଥାରେ ହଇରାଣ କରୁଛି ।
ବିଏମସି ନେଇଥିବା ନିଷ୍ପତି ଅନୁଯାୟୀ ସହରର ସମସ୍ତ ୬୭ ୱାର୍ଡରେ କର୍ପୋରେଟର ଓ ୱାର୍ଡ ଅଫିସରଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଭ୍ରମାତ୍ମକ ସଚେତନ ଅଭିଯାନ ବିରୁଦ୍ଧରେ ବିଜେପି ଦଳ ଗାଡି ମାଧ୍ୟମରେ ପଥପ୍ରାନ୍ତ ସଭା କରି ସହରବାସୀଙ୍କୁ ସଚେତନ କରେଇବ ବୋଲି ଗତ କାଲି ଜିଲ୍ଲା ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀରେ ନିଷ୍ପତି ନିଆଯାଇଅଛି ।
ବିଏମସିର ଏହି ଜୋର ଜବରଦସ୍ତ ୟୁଜର୍ସ ଫି ଟିକସ ଆଦାୟକୁ ଘୋର ପ୍ରତିବାଦ କରିଆସୁଛି ବିଜେପି । ମେୟର ବିଭାନ୍ତକାରୀ ବୟାନ ଦେବାରୁ ନିବୃତ ରହି ଯଥାଶୀଘ୍ର ଉକ୍ତ ଟିକସ ଆଦାୟର ନିଷ୍ପତିକୁ ପ୍ରତ୍ୟାହାର ନକରିଲେ ପ୍ରତିବାଦ ସ୍ୱରୁପ ଆସନ୍ତା ମେ ୨ ତାରିଖ ଦିନ ଦିବା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଂଟା ଧରି ସହରରେ ରାସ୍ତାରୋକ ଆନେ୍ଦାଳନ କରାଯିବ ବୋଲି ଭୂବନେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ ଘୋଷଣା କହିଛନ୍ତି ।
ଅମୃତ ଯୋଜନାରେ ସହରାଂଚଳର ଜଳ ଯୋଗାଣ, ସ୍ୱେରେଜ ପାଣି, ନର୍ଦ୍ଦମା ପାଣି, ପାର୍କ ପାଇଁ ଅନୁଦାନ ଆସିଥାଏ । ଏସମସ୍ତ ପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥର ୫୦ ପ୍ରତିଶତ କେନ୍ଦ୍ର ସରକାର ଏବଂ ବଳକା ୫୦ ପ୍ରତିଶତ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପୈାର ପରିଷଦ ବହନ କରେ । କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ନିଜର ଅନୁଦାନ ଅଂଶ ଦେଇସାରିଲେଣି । ମାତ୍ର ରାଜ୍ୟ ସରକାର ନିଜ ଅଂଶକୁ ନଦେଇ ସ୍ଥାନୀୟ ପୈାର ପରିଷଦକୁ ଏ ବାବଦରେ ଟିକସ ବା ୟୁଜର୍ସ ଫି ଆଦାୟ କରିବା ପାଇଁ କହିଛନ୍ତି । ଅନ୍ୟପଟେ ବିଏମସି ମେୟର ବିଭ୍ରାନ୍ତକାରୀ ବୟାନ ଦେଇ ଭୂବନେଶ୍ୱରବାସୀଙ୍କୁ ଭ୍ରମରେ ରଖୁଛନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ଦଳର ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ପ୍ରଦୁଷଣ କରୁଥିବା ପଲିଥିନର ବ୍ୟବହାରକୁ ନେଇ ବିଏମସିର କତୃପକ୍ଷଙ୍କ ସଂପୃକ୍ତିକୁ ସନେ୍ଦହରେ ଆଣିଛି । ଶିଳ୍ପାଂଚଳ / ହୋଟେଲ / ସରକାରୀ ଅଟ୍ଟାଳିକାଠାରୁ ବିଏମସି ୟୁଜର୍ସ ଫି ଆଦାୟ ନକରି ସାଧାରଣ ସହରବାସୀଙ୍କ ଉପରେ କାହିଁକି ଟିକସର ବୋଝ ଲଦୁଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
କାଲିର ଏହି ବୈଠକକୁ ଜିଲ୍ଲା ସଭାପତି ଶ୍ରୀ ଖୁଂଟିଆ ସଭାପତିତ୍ୱ କରିଥିବାବେଳେ ଉକ୍ତ ବୈଠକରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!