ଯୁବଶକ୍ତିହିଁ ଓଡିଶାର ବିକାଶର କର୍ଣ୍ଣଧାର ହେଉ : ବିଜେପି ରାଜ୍ୟ ଯୁବମୋର୍ଚ୍ଚା

byjmଉକôଳ ପ୍ରାଣ କୁଳବୁଦ୍ଧ ମଧୁସୂଦନ ଦାସଙ୍କ ୧୬୮ ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ରାଜଭବନ ଛକ ଓ ଓଡିଶା କୋପରେଟିଭ ସୋସାଇଟି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ପରିସରରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ନିଜ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ଆହ୍ୱାନ କରି କହିଥିଲେ ଯେ ଓଡିଶାର ଏହି ଘୋର ସଂକଟ ଓ ବିଭ୍ରାନ୍ତିକର ସମୟରେ ରାଜ୍ୟ ଯୁବକମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଏକାଠି ହେବା ଆବଶ୍ୟକ, ଏହାହିଁ ସହିତ ଏହାହିଁ ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ଏହି ମାଲ୍ୟାର୍ପଣ ଉସôବରେ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଠାକୁର ରଣଜିତ୍ ଦାସ, ଓ ବିଶ୍ୱରଂଜନ ବଡଜେନା ଭୂବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱରଂଜନ ଶ୍ରୀ ସତ୍ୟବ୍ରତ ନାୟକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!