ବାଲେଶ୍ୱର ପିଡୀତା ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧିଦଳ

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ରେମୁଣା ହାତିଆଗଣ୍ଡ ଠାରେ ଘଟିଯାଇଥିବା ସାତ ବର୍ଷର ନାବାଳିକାର ଧର୍ଷଣ ଓ ହତ୍ୟା ଶିକାର ହୋଇଥିବା ପରିବାରକୁ ସାକ୍ଷତ କରି ସମବେଦନା ଜଣାଇବା ସହିତ ଘଟଣାର ବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପଚାରି ବୁଝିଥିଲେ । ମୃତାର ବିଧାବା ମା’କୁ ବିଧବା ଭତା ଏବଂ ପରିବାରକୁ ଇନ୍ଦିରା ଆବାସ ଯୋଗାଇ ଦେବାପାଇଁ ସ୍ଥାନୀୟ ସରପଂଚଙ୍କ ସହ ଆଲୋଚନା କରିଥିଲେ ।

ପରିବାରକୁ ଆର୍ଥିକ କ୍ଷତି ପାଂଚ ଲକ୍ଷ ଟଙ୍କା ଦେବାକୁ ପ୍ରଶାସନ ନିକଟରେ ଦୃଢଦାବି କରିବା ସହିତ ବାଲେଶ୍ୱର ଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୃଢ ଦାବି କରିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ସୁଷମା ବିଶ୍ୱାଳ ପିଡିତାର ମା’କୁ ଆର୍ଥିକ ସାହାୟତା ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ସମ୍ପାଦିକା ଶୋଭନା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିୟତି ଗିରି, ଗୀତାରାଣୀ ନାଥ, ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ କମଳା ବିନ୍ଧାଣୀ, ବାଲେଶ୍ୱର ଜିଲ୍ଲା ସମ୍ପାଦିକା ହେମଲତା ବେହେରା, ଉପସଭାନେତ୍ରୀ ନିରୁପମା ଚୌଧୁରୀ ଏବଂ ଶର୍ମିଷ୍ଠା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!