ତଦନ୍ତ କମିଶନ ଜଷ୍ଟିସ ଦାସଙ୍କ ବିବୃତିରୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଉଛି : ପ୍ରସାଦ

haricahndanବିଜୁ ଜନତା ଦଳର ଲିଗାଲ ସେଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଣିକିଆ କମିଶନ ଜଷ୍ଟିସ୍ ମଦନମୋହନ ଦାସ ଯେଉଁ ମନ୍ତବ୍ୟ ଦେଲେ ସେଥିରୁ ତଦନ୍ତ ରିପୋର୍ଟ କେଉଁ ଦିଗରେ ଯିବ ତାହା ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି । ଚିଟଫଣ୍ଡ ଦୁର୍ନୀତି ପାଇଁ କେଉଁମାନେ ଦାୟୀ, ସେମାନଙ୍କ ପାଇଁ ଦଣ୍ଡ ବିଧାନ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ଖାସକରି ନିଜର କଷ୍ଟ ଅର୍ଜିତ ଜମା ପୁଞ୍ଜି ଜମାକାରୀଙ୍କୁ ଫେରାଇବା ପାଇଁ ଗଠିତ ହୋଇଥିବା ଏହି କମିଶନ ଚିଟ୍ଫଣ୍ଡ ର୍ଦୁନୀତି ସଂପୂର୍ଣ୍ଣ ଭାବେ ନିରୀହ ଜମାକାରୀଙ୍କୁ ଦାୟିକରିବା ପ୍ରମାଣିତ ହୋଇଯାଇଛି ରାଜ୍ୟ ସରକାର ତଦନ୍ତ କମିଶନକୁ ପ୍ରଭାବିତ କରିଛନ୍ତି ଅବା କମିଶନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଭଳି ମନ୍ତବ୍ୟ ଦେଇଥିବା ଜଷ୍ଟିସ୍ ଏମ୍ଏମ ଦାସ ତଦନ୍ତକୁ ଠିକଣା ବାଟରେ ନେଇପାରିବେ ତ? ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ ସେମାନଙ୍କ ଝାଳବୁହା ଜମାପୁଞ୍ଜି ଫେରିପାଇପାରିବେ ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡ଼ି ସରକାର ତାଳରୁ ତଳିପା ପର୍ଯ୍ୟନ୍ତ ବୁଡ଼ିରହିଥିବା ବେଳେ ଏହି ଦଳର ବିଧାୟକ, ସାଂସଦ ଜେଲରେ ଅବା କେହି ବେଲ୍ରେ । ଚିଟ୍ଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ତାଙ୍କ ବ୍ୟକ୍ତି ସହାୟକ ସରୋଜ ସାହୁଙ୍କ ଜେରା କରାଯିବା ପରେ ଜଳଜଳ ହୋଇ ପଦାରେ ପଡ଼ିଲାଣି । ପ୍ରଥମରୁ ଚୁପ ବସିଥିବା ସରକାର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶରେ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ଗଠନ କରିଥିଲେ । ପ୍ରଥମେ ଜଷ୍ଟିସ ଆରକେ ପାତ୍ରଙ୍କୁ କମିଶନରେ ପ୍ରାୟ ୧୦ଲକ୍ଷ ଜମାକାରୀ ସେମାନଙ୍କର ଜମା ପୁଞ୍ଜି ପାଇଁ ଆବେଦନ କରିଛନ୍ତି । ଏହି ଟ୍ରମ ଅଫ ରେଫରେନ୍ସରେ ଜମାକାରୀଙ୍କୁ କୌଣସି ଟଙ୍କା ଫେରାଇବାର ପ୍ରାବଧାନ ନଥିବାବେଳେ ଜନ ଆନେ୍ଦାଳନ ସର୍ବୋପରି କଂଗ୍ରେସ ପକ୍ଷରୁ ଜୋରଦାର ଆନେ୍ଦାଳନ ଓ ପଶ୍ଚିମ ବଙ୍ଗରେ ତୃଣମୁଳ ସରକାର ଜମାକାରୀଙ୍କୁ ଅର୍ଥ ଫେରାଇବା ପ୍ରକିୟା ଆରମ୍ଭ କରିବାପରେ ଓଡ଼ିଶା ସରକାର ଜମାକାରୀଙ୍କୁ ଟଙ୍କା ଫେରାଇବା ଏକ ୩୦୦ କୋଟି କର୍ପସ ଭେଳିକି ଦେଖାଇଲେ । ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ ଜଷ୍ଟିସ ଏମଏମ କମିଶନ ନିଯୁକ୍ତି କରାଯାଇଥବା ବେଳେ ଧାର୍ଯ୍ୟ କରିଥିବା ଟର୍ମଅଫ ରେଫରେନ୍ନସରେ ଜମାକାରୀଙ୍କ ପୁଞ୍ଜି ଫେରସ୍ତ ବିଷୟ ସାମିଲ କରାଗଲା । ହେଲେ ତଦନ୍ତ ପକ୍ରିୟା ସରୁନଥିବାବେଳେ ଜମାକାରୀଙ୍କୁ ଟଙ୍କାଟିଏ ଫେରସ୍ତ କରିବା ତ ଦୁରର କଥା ଏଜିଙ୍କ ପକ୍ଷରୁ ଏକାଉଣ୍ଟିଂଙ୍ଗ ପ୍ରୋସିଡିୟର ଅନୁମୋଦନ ସତ୍ୱେ ୩୦୦କୋଟି ଟଙ୍କାର କର୍ପସ ସ୍ପଷ୍ଟ ନ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଲୋକଙ୍କୁ ଟଙ୍କା ଫେରାଇବାକୁ •ହୁଁ ନାହାନ୍ତି ବୋଲି ଆଶଙ୍କା ବ୍ୟକ୍ତ ହୋଇଥିଲା । ଏବେ ସେ କର୍ପସ ଫଣ୍ଡ ଜମାକାରୀଙ୍କ ପାଇଁ ମରିଚିକା ପାଲଟିଛି । ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ବୈଠକରେ ଚିଟଫଣ୍ଡର ତଦନ୍ତ କମିଶନ ଜଷ୍ଟିସ ଦାସ ଯୋଗଦେବା ଓ ରାଜ୍ୟସରକାରଙ୍କୁ କ୍ଳିନ ଚିଟ ଦେଇ ଚିଟ୍ଫଣ୍ଡ ଦୁର୍ନୀତି ପାଇଁ ନିରୀହ ଜମାକାରୀ ଓ ସେମାନଙ୍କର ଲୋଭକୁ ଦାୟି କରିବା ଘଟଣାରୁ ପ୍ରମାଣିତ ହୋଇଯାଇଛି ଯେ ରାଜ୍ୟ ସରକାର ନିରୀହ ଜନସାଧାରଣଙ୍କ ଝାଳବୁହା ଧନକୁ ଫେରାଇବାକୁ •ହୁଁ ନାହାନ୍ତି । ତେଣୁ ଜଷ୍ଟିସ ଦାସଙ୍କ ଦୁଭାର୍ଗ୍ୟଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ ସେ ନିଜେ ତଦନ୍ତକୁ ଠିକଣା ଢ଼ଙ୍ଗରେ ନେଇପାରିବେତ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

Share in top social networks!