ସଂଭାବନାର ସ୍ୱାଭିମାନ ଦିବସ ଓ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉସôବ-୨୦୧୬ ଅନୁଷ୍ଠିତ

fmଓଡ଼ିଆ ସ୍ୱାଭିମାନ,ଅସ୍ମିତାକୁ ପୁନଃଉଦ୍ଭାଷିତ କରିବା ପାଇଁ ପ୍ରଥା,ପରମ୍ପରାର ପୁନଃ ଅଭ୍ୟାସ ଜରିଆରେ ଏକ ସ୍ୱତନ୍ତ୍ର ଆନେ୍ଦାଳନ ହେଉଛି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଓ ଓଡ଼ିଆ ମହୋସôବ । ୧୨ଗୋଟି ପର୍ଯ୍ୟାୟରେ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଜି ଥିଲା ଉକôଣ୍ଠାର ଅବସାନ ମୁହୂର୍ତ୍ତ । ସମସ୍ତ କଳ୍ପନା ଜଳ୍ପନା ଓ ଉକôଣ୍ଠାର ଅବସାନ ପୂର୍ବକ ଭୁବନେଶ୍ୱର ଶ୍ରୀମତୀ ସୋ÷÷ଦାମିନୀ ସାମଲଙ୍କ ନାମ ୨୦୧୬ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଘୋଷିତ ହୋଇଥିବା ବେଳେ ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ଭାରତୀ ରଥଙ୍କ ନାମ ଘୋଷଣା ପରେ ଉଲ୍ଲସିତ ହୋଇଯାଇଥିଲା ସମଗ୍ର ପରିବେଶ ।
ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉସôବ ଓ ଓଡ଼ିଆ ସ୍ୱାଭିମାନ ସମାରୋହରେ ଉଦ୍ଘାଟକ ଭାବେ ସ୍ୱାଧିନତା ସଂଗ୍ରାମୀ ତଥା ପ୍ରାକ୍ତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମୁଖ୍ୟ ଅତିଥି ତଥା ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି, ପ୍ରମୁଖ ଅତିଥି ଭାବେ ସାହିତି୍ୟକା ତଥା ଆୟକର ଆୟୁକ୍ତ ପାରମିତା ଶତ୍ପଥି, ପ୍ରଖ୍ୟାତ ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ୨୦୧୫ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସ୍ୱୟଂପ୍ରଭା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଉକôଳ ଗୋ÷÷ରବ ମଧୁସୂଦନ ଦାସଙ୍କର ସ୍ମରଣୀୟ ଜୟନ୍ତୀ ସଂଧ୍ୟାରେ ସଂଭାବନା ପକ୍ଷରୁ ଆୟୋଜିତ ଏହି ଉସôବର ପ୍ରାରମ୍ଭରେ ସମଗ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଦେବ ପ୍ରସାଦ ପରିଜା । ମୁଖ୍ୟବକ୍ତା ଭାବେ ଇତିହାସକାର ଡ.ଅମିୟ କୁମାର ମହାନ୍ତି, ଓଡ଼ିଶାର ଭୂଗୋଳକୁ ରାଜନୈତିକ ମାନଚିତ୍ରରେ ପରିଣତ କରି ପ୍ରଥମ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ରୂପ ଦେଇଥିବା ଓଡ଼ିଆ ଜାତିର ଅସ୍ମିତା ଓ ପରିଚୟର ପୁନଃସ୍ଥାପକ ମଧୁବାବୁଙ୍କ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ଦଶ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଭାବେ ଡ଼(ଶ୍ରୀମତୀ) ରାଜଲକ୍ଷ୍ମୀ ଜେନା, ଶ୍ରୀମତୀ ଏଲିଜାଜେନା. ଶ୍ରୀମତୀ ଜ୍ୟୋସ୍ନାôରାଣୀ ପତ୍ରୀ, ଶ୍ରୀମତୀ ପ୍ରତିଭା ସୁବୁଦ୍ଧି, ଶ୍ରୀମତୀ ମିନତୀ ପ୍ରଭା ଦାସ, ଶ୍ରୀମତୀ ବିଦୁଲତା ସ୍ୱାଇଁ, ଶ୍ରୀମତୀ ରଶ୍ମି ସାହୁ, ଶ୍ରୀମତୀ ବିଦ୍ୟୁତ୍ ପ୍ରଭା ନନ୍ଦ, ଶ୍ରୀମତୀ ବନଜା ମହାପାତ୍ର ଓ ଶ୍ରୀମତୀ ଜ୍ୟୋତି ଗିରିଙ୍କ ନାମ ଘୋଷଣା କରିଥିଲେ । ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଂଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ରୋଷେଇ ଜ୍ଞାନ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ ଓ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ସ୍ଥାନରେ ଥିବା ଓଡ଼ିଆଣୀଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୫ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସ୍ୱୟଂପ୍ରଭା ସାହୁ ୨୦୧୬ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ସୋ÷÷ଦାମିନୀ ସାମଲଙ୍କୁ ରୂପା ତାରକସିର ବୋଇତ,ପୁଷ୍ପଗୁଚ୍ଛ ଓ ସମ୍ବଲପୁରୀ ଶାଢୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ସହ- ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ଭାରତୀ ରଥଙ୍କୁ ରୂପା ତାରକସିର କୋଣାର୍କ ଚକ୍ର ଓ ସମ୍ବଲପୁରୀ ଶାଢୀ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ ।
ଏହି ଅବସରରେ,ସତ୍ୟ ସାର୍ଥକ,ସିଦ୍ଧାନ୍ତ ଶତପଥି, ଓ ଆଦି ମଧୁ ସଂଗୀତ ପରିବେଷଣ କରିଥିଲେ । ସୁଶ୍ରୀ ବିପଞ୍ଚô ଦାସ ଓଡ଼ିଶୀ ପରିବେଷଣ କରିଥିବା ବେଳେ ଦିବ୍ୟଜ୍ୟୋତି ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ଉପସ୍ଥାପନ କରାଯାଇଥିଲା । ସଂଭାବନାର ସଦସ୍ୟ ରାଜଶ୍ରୀ ଶତପଥି, ,ସତ୍ୟବ୍ରତ ମହାପାତ୍ର ଓ ପ୍ରଫୁଲ୍ଲ ଦେ,ଅଭିରାମ ସାହୁ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!