କୋହିନୁର ହୀରା ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଫେରିଆସୁ- ପ୍ରସାଦ

haricahndanବିଶ୍ୱବିଖ୍ୟାତ କୋହିନୁର ହୀରାର ସର୍ବଶେଷ ମାଲିକାନା ରଖିଥିବା ପଞ୍ଜାବ କେଶରୀ ରଣବିରସିଂହ ୧୮୩୯ ମସିହାରେ ଏହି ହୀରାକୁ ପ୍ରାମାଣିକ ଐତିହାସିକ ତଥ୍ୟ ଅନୁଯାୟୀ ଏହାର ପ୍ରକୃତ ମାଲିକ ପ୍ରଭୁ ଜଗନ୍ନାଥ ମନ୍ଦିରକୁ ସମର୍ପି ଦେବାପାଇଁ ଅନ୍ତିମ ଇଛା ପ୍ରକଟ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିରକୁ କୋହିନର ହୀରା ହସ୍ତାନ୍ତର କରିବାପାଇଁ ଦିଲ୍ଲୀ ସ୍ଥିତ ଜାତୀୟ ଅଭିଲେଖାଗାରରେ ସଂରକ୍ଷିତ ଥିବା ଏକ ପତ୍ରକୁ ଆଧାର କରି ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଯେ କାକଟିୟ ବଂଶର ଶାସକ ଠାରୁ ଆରମ୍ଭ କରି ଏହି ୧୮୬ କ୍ୟାରେଟର କୋହିନର ହୀରା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଶେଷ ଭାରତୀୟ ଶାସକ ପଞ୍ଜାବ କେଶରୀ ରଣଜିତ ସିଂହଙ୍କ ପାଖରେ ରହିଥିଲା ।

ତାଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ରାଜା ଦିଲ୍ଲୀପ ସିଂହଙ୍କ ଠାରୁ ତତ୍କାଳୀନ ବଡ଼ଲାଟ ଲର୍ଡ ଡେଲହାଉସିଙ୍କ ମାଧ୍ୟମରେ ଚଞ୍ଚକତାପୂର୍ଣ ଭାବରେ ବି୍ରଟେନକୁ •ଲିଯାଇଥିବା ଏହି ହୀରାର ପ୍ରମୁଖ ଅଂଶ ୧୦୮.୯୩ କ୍ୟାରେଟ ବ୍ରିଟେନର ଟାୱାରଅଫ ଲଣ୍ଡନରେ ଥିବା ବେଳେ ଅନ୍ୟଅଂଶଟି ବି୍ରଟେନର ମହାରାଣୀଙ୍କ ମୁକୁଟ ଉପରେ ଖଚିତ ହୋଇଥିଲା । ଖାଇବର କ୍ୟାମ୍ପରୁ ୨ ଜୁଲାଇ ୧୮୩୯ରେ ମହାରାଜା ରଣଜିତ ସିଂହଙ୍କ ଶେଷଇଛା ସମ୍ବଦ୍ଧରେ ପେଶାୱାରରେ ଅବସ୍ଥାପିତ ତତ୍କାଳୀନ ରାଜନୈତିକ ପ୍ରତିନିଧି ବା ପଲଟିକାଲ ଏଜେଣ୍ଟ ବଡଲାଟଙ୍କ ସଚିବ ଟିଏ ମାଡ଼କକୁ ଲେଖିଥିବା ୪ପୃଷ୍ଠା ସମ୍ବଳିତ ଉକ୍ତ ଚିଠିର ୧୧ତମ ପାରାରେ ଉଲ୍ଲେଖ ରହିଛି ଯେ ମହାରାଜା ରଣଜିତ ସିଂହ ତାଙ୍କ ଅସୁସ୍ଥତା ଜନିତ ମୃତୁ୍ୟର କିଛିଦିନ ପୂର୍ବରୁ ତାଙ୍କ ଶେଷଇଛା ବ୍ୟକ୍ତକରି କୋହିନୁର ହୀରାକୁ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଫେରାଇଦେବା ପାଇଁ ଇଛା ପ୍ରକଟ କରିଥିଲେ । “ସାମନ୍ତିକ ମଣି” ଭାବେ ଜଣାସୁଣା ଏହି ହୀରା ପାରସ୍ୟ ସମ୍ରାଟ ନାଦିର ଶାହାଙ୍କ ଭାରତ ଆକ୍ରମଣ ପରେ କୋହିନୁର ହୀରା ଭାବେ ଜ୍ଞାତ ହେଲା । ଯେହେତୁ ଚଞ୍ଚକତା ପୂର୍ଣ୍ଣ ଭାବେ ଏହି ହୀରା ବ୍ରିଟେନ •ଲିଯାଇଥିଲା ତେଣୁ ମହରାଜ ରଣଜିତ ସିଂହ ଏହାକୁ ଏହାର ପ୍ରକୃତ ମାଲିକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଫେରାଇ ଦେବାପାଇଁ ଶେଷ ଇଛା ବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ହରିଚନ୍ଦନ ଏହି ବିଖ୍ୟାତ ହୀରାକୁ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ଏ ଦିଗରେ ଓଡ଼ିଶା ସରକାର ଆନ୍ତରିକ ଉଦ୍ୟମ କରିବାପାଇଁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ବିଧାନ ସଭାରେ ଏଥିପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେବା ଏବଂ ଓଡ଼ିଶାର ସାଂସଦମାନେ ଏହି ବିଷୟଟିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବା ଜରୁରୀ ହୋଇପଡ଼ିଛି । ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାହା ପ୍ରାଥମିକ ଶୁଣାଣୀ ସ୍ତରରେ ରହିଛି । ଶ୍ରୀ ହରିଚନ୍ଦନ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏହି ଜନସ୍ୱାର୍ଥ ମାମଲାରେ ପକ୍ଷଭୁକ୍ତ ହେବାପାଇଁ ଅନୁରୋଧ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଭାରତ କୋହିନୁର ହୀରା ଉପରେ ନିଜର ଉପସ୍ଥାପିତ ଦାବିରୁ ଓହରି ଯିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନଙ୍କ ମଧ୍ୟରେ ଏକ ଅଲିଖିତ ରାଜିନାମା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କ ଉପରେ •ପ ସୃଷ୍ଟି କରିବାପାଇଁ ଓଡ଼ିଶା ସରକାରଙ୍କ ସମେତ ସମଗ୍ର ଓଡ଼ିଆ ଜାତି ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଶସଂକ ମାନଙ୍କୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି । ଆବଶ୍ୟକ ସ୍ଥଳେ କଂଗ୍ରେସ ଦଳ ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

Share in top social networks!