ମା’ ବୋଲି ସିନା………

ଯାଜପୁର,(ଅକ୍ଷୟ ରାଉତ): np ଆଜିର ଯୁଗରେ ପିଲାମାନେ ବଡ ହେଲାପରେ ନିଜ ବାପା ମା’ ମାନଙ୍କୁ ନିଜ ପାଖରୁ ଦୁରେଇ
ଦେବା ଓ ସେମାନେ ରାସ୍ତା ଘାଟ କିମ୍ବା କୈାଣସି ଜରାଶ୍ରମରେ ରହି ଜୀବନ ବିତାଇବା ଘଟଣା ପ୍ରାୟ ସବୁଦିନ ନଜରକୁ ଆସୁଛି । ଜନ୍ମିତ ପିଲା
ଯାହା କହୁ ଯାହା କରୁପଛେ ମା’ ମନ କିନ୍ତୁ ସବୁବେଳେ ତାରି ପିଲା ପାଖରେ । ପରିଣତ ବୟସରେ ବି ଅହରହ ଚିନ୍ତା କରିଥାଏ ତା ପିଲା
ବିଷୟରେ । କେମିତି ତା ପିଲା ଭଲରେ ରହିବ ତା ମୁହଁରେ ହସ ଟିକିଏ ମା’ ଦେଖିବ ସେଥିପାଇଁ କେତେ ଚିନ୍ତା । କାରଣ ସେ ମା’ । ସବୁ ଅଳି
ଅଝଟକୁ ସହି ନିଜେ ଭୋକିଲା ରହି ନିଜ ପିଲାକୁ ଆହାର ଦେଇ ତାର ମୁଁହରେ ହସ ଦେଖିବା ମା’ର ପ୍ରାଥମିକତା । ମା’ ବିଷୟରେ ବର୍ଣ୍ଣନା
କରିବାକୁ ଶବ୍ଦର ଅଭାବ ପଡିବ ସିନା ବର୍ଣ୍ଣନା ସରିବ ନାହିଁ । ସବୁ ବେଳେ ନିଜ ପିଲା ଓ ତାର ପରିବାର ପାଇଁ ନିଜକୁ ସମର୍ପି ଦେଇଥିବା ସେହି
ଭଳି ଜଣେ ମା’ର ଭେଟ ହୋଇଥିଲା ଉଦୁଉଦିଆ ଖରାବେଳରେ । ବରୀ-ବରୁଆଁ ରାସ୍ତାରେ କାଖରେ ମେ•ାଏ ଜାଳ ଧରି କେତେବେଳେ ପିଚୁ
ଉପରେ ତ କେତେବେଳେ ମାଟି ଉପରେ ଚାଲିଚାଲି ଆସୁଥିଲେ ଯୁବତୀ ମଲ୍ଲିକ । ବୟସ ୭୫ ଉପରେ । ଟିକେ ଅଟକି ଯାଇ ତାଙ୍କଠାରୁ କିଛି
ଦୂରରେ ରହି ଫଟୋ ଉଠାଇଲା ପରେ ପାଖକୁ ଚାଲି ଆସିଥିଲେ ଯୁବତୀ । କହିଥିଲେ ଫଟ ଉଠାଇଲୁ ପୁଅ ଔଷଧ ଖାଇବାକୁ କିଛି ପଇସା ଦେ ।
ତା ପରେ ଚାଲି ଆସିଥିଲେ ନିକଟସ୍ଥ ରାସ୍ତା କଡର ଛାଇକୁ । ନିଜ କଥା ଓ ନିଜ ପରିବାର କଥା ପଚାରିବାରୁ କହିଥିଲେ ଗୋଟିଏ ବୋଲି ପୁଅ ।
ତାର ଦୁଇଟି ପୁଅ ଓ ଗୋଟିଏ ଝିଅ । ଝିଅଟି ଗତ ବର୍ଷ ବିବାହ କରିଛି । ମୁଁ ଆଉ ବୁଢା ଓ ପୁଅର ପରିବାର ମିଶିକରି ରହୁଛୁ । ଘରବି ଦେଖାଇ
ଦେଇଥିଲେ ଦୂରରୁ । ପୁଅଟି ଟ୍ରଲି ଚଲାଇ ଯାହା କିଛି ରୋଜଗାର କରେ । ପରିବାର ସେଥିରେ ଦୁଖକଷ୍ଟରେ ଚଳିଯାଏ । ବୁଢାତ କିଛି କରି
ପାରୁନାହିଁ । ଦେହ ଖରାପ ହେଉଥିବାରୁ ଔଷଧ ଟିକିଏ ପାଇଁ ଯାଇଥିଲି । ଜାଳ ପାଇଁ ବୋହୁଟି ହଇରାଣ ହେଉଥିବାରୁ ଗଛ ମୂଳରୁ କିଛି ଜାଳ
ନେଇ ଆସିଲି । ଏତେ ଖରାରେ କାହିଁକି ବାହାରକୁ ଯାଉଛ ବୋଲି ପଚାରିବାରୁ କହିଥିଲେ ଆମେ ଦୁଇଜଣ ଯିବା ଯିବା ହେଲୁଣି । ଘରେ ବସି
କେତେ ଖାଇବୁ । ମୋ ହାତ ଗୋଡ ତ ଚାଲୁଛି କିଛି ସାହାଯ୍ୟ କରୁଛି । କେତେବେଳେ କାହାକୁ କିଛି ମାଗିଲେ ଦେଉଛନ୍ତି । ତାକୁ ରଖିଥାଏ
ପୁଅଟି ପଇସା ପାଇଁ ବ୍ୟସ୍ତ ହେଲେ ତାକୁ ଦିଏ । ଖରାତରାରେ କେତେ ଖଟୁଛି ମୋ ଧନ । ସରକାରଙ୍କ ନିକଟରୁ ଭ•ା ପାଉଥିବା କଥା ବି ପ୍ରକାଶ
କରିଥିଲେ । ହେଲେ ସେହି ଭ•ା ଟଙ୍କାକୁ ନିଜ ପାଖରେ ନରଖି ପୁଅକୁ ଦେଇଦେଉଥିବା କଥା ମଧ୍ୟ ପ୍ରକାଶ କରିଥିଲେ । କଥା ହେଉଥିଲା
ଭିତରେ ଯୁବତୀ କହିଥିଲେ ବାପାରେ ତୋ ଦେହରୁ ଝାଳ ବହିଲାଣି । ଏତେ ଟାଣ ଖରାରେ କାହିଁକି ଆସୁଛୁ । ଦେହ ପୋଡି ଯାଉଛି ଘରକୁ ପଳା
ା ଆସିବାକୁ ଉଦ୍ୟତ ହେଉଥିଲାବେଳେ ଯୁବତୀ ପୁଣି ଡାକିଥିଲେ । କହିଥିଲେ ବାପାରେ ମୋତେ ଗୋଟେ ଶାଢି, ବୁଢାକୁ ଲୁଙ୍ଗି ଗାମୁଛା ଦେବୁ?
ହଁ ଭରିବାରୁ ନିଜ ଲେଚାକୋଚା ସାଢିର କାନିକୁ ଧରି ମୁଁହକୁ ପୋଛି ଦେଇ କହିଥିଲେ ତୋର କୋଟି କଲ୍ୟାଣ ହେବ ତୋ ପିଲାଛୁଆଙ୍କ ମଙ୍ଗଳ
ହେବ ଏମିତି ଅନେକ କଥା । କହିଥିଲେ ଶିଘ୍ର ପଳା ବାପାରେ ଖରା ହେଉଛି । ଉଦୁଉଦିଆ ଖରାରେ ଅପରଚିତ ମା’ର କଲ୍ୟାଣ ଶୀତଳ ପରସ
ଦେଇଥିଲାବେଳେ ଯେଉଁ ମା’ ପର ପିଲା ପାଇଁ ଏମିତି ନିଜ ପିଲାପାଇଁ କେମିତି ହୋଇଥିବ ସେ ବିଷୟରେ ଚିନ୍ତାକରୁଥିଲି । ନିଜ ପୁଅକୁ
ବଢାଇଲାବେଳେ ଏହି ମୁଲିଆ ପରିବାରର ମା’ କେତେଯେ ଉପାସ ରହି ତା ପୁଅକୁ ପେଟଭରି ଖାଇବାକୁ ଦେଇଥିବ, ପୁଅର ଦେହ ଖରାପ
ହେଲେ କେତେରାତି ଅନିଦ୍ରା ହୋଇଥିବ, ଆଉ ନିଜ ପୁଅର ମୁଣ୍ଡରୁ ଝରି ପଡୁଥିବା ଝାଳକୁ ନିଜ ପଣତରେ କେତେଯେ ପୋଛିଥିବ ତାର କଳନା
ନାହିଁ । ଉଦୁଉଦିଆ ଖରାରେ ନିଜ ପୁଅ ଓ ତାର ପରିବାରର ଖୁସି ପାଇଁ ସାହାଯ୍ୟର ହାତ ବଢାଉଥିବା ସେହି ମହୀୟସି ମା’କୁ କୋଟିକୋଟି ପ୍ରଣାମ
ା ଡ. ସୁରେଶ ଚନ୍ଦ୍ର ଦଳାଇ କୁହନ୍ତି ମମି ଓ ମାମା ଡାକ ଠାରୁ ମା ଡାକ ବୁହୁତ ମିଠା ସେଥିପାଇଁ ମାାଠାରୁ ଅମୁଲ୍ୟ ସମ୍ପଦ ଦୁନିଆଁରେ ନାହିଁ ସେଥି
ଲାଗି ମା ପୁଜନୀୟ ଓ ବନ୍ଦନୀୟ

Share in top social networks!