ଓଟିଡିସି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି କରାଯାଇଛିା ଏହି ବର୍ଦ୍ଧିତ ଭତ୍ତାକୁ ୨୦୧୪ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛିା ଭତ୍ତା ବୃଦ୍ଧି ଫଳରେ ସଂପୃକ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୂର୍ବରୁ&ଥ#ବା ୯୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛିା ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହା ପ୍ରକାଶ କରିଛନ୍ତିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ଦିନ ଅନୁଷ୍ଠିତ ନିଗମର ୯୬ତମ ବୋର୍ଡ ଅଫ୍ ଡିରେକଫର୍ସ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥ#ଲାା ଏହି ପ୍ରସ୍ତାବକୁ ବିଚାରକୁ ନେଇ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତିା ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ନିଗମର କର୍ମଚାରୀମାନେ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛିା

Share in top social networks!