ନୂତନ ଉଦ୍ୟୋଗ ସୃଷ୍ଟି ପାଇଁ ଯନ#ଶୀଳ ହେବା ଉପରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଗୁରୁତ୍ୱାରୋପ

ବୈଷୟିକ ପଦ୍ଧତି ଉପଯୋଗରେ ଜିଲ୍ଲା ତଥା ଆଞ୍ଚଳିକ ଶିଳ୍ପ କେନ୍ଦ୍ରଗୁଡିକର ସାଧାରଣ ପରିଚାଳକମାନେ ନୂତନ ଉଦ୍ୟୋଗ ସୃଷ୍ଟି ପାଇଁ ଯନ#ଶୀଳ ହେବାକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ପରାମର୍ଶ ଦେଇଛନ୍ତିା
ଆଜି ଆର୍ଆଇସି ଓ ଡିଆଇସିର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ, କୃଷି ପରେ ଏମ୍ଏସ୍ଏମ୍ଇ ହେଉଛି ସର୍ବାଧ#କ ନିଯୁକ୍ତି କ୍ଷେତ୍ରା ଅର୍ଥନୈତିକ ଅଭିବୃଦ୍ଧିରେ ଏଗୁଡିକର ପ୍ରଭାବଶାଳୀ ଗୁରୁତ୍ୱ ରହିଛିା ଏଣୁ ନୂତନ ଉଦ୍ୟୋଗ ଆରମ୍ଭ ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ଡିଆଇସିର ସାଧାରଣ ପାରିଚାଳକମାନେ ଉଦ୍ୟମ କରିବା ଆବଶ୍ୟକା ରାଜ୍ୟ ସରକାର ଆଇପିଆର୍-୨୦୧୫ରେ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତିା ସେଗୁଡିକର ସୁଯୋଗ ନେବା ପାଇଁ ସେ ବିଷୟରେ ସେମାନଙ୍କ ବ୍ୟାପକ ଜ୍ଞାନ ରହିବା
ଆବଶ୍ୟକା ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରାଇବା ସହ ଉଦ୍ୟୋଗ ଆରମ୍ଭ କରିବାରେ ସାଧାରଣ ପରିଚାଳକମାନେ ସେମାନଙ୍କୁ ସହଯୋଗ କରିବାକୁ ହେବା ଅନୁକୂଳ ଔଦ୍ୟୋଗିକ ପରିବେଶ ସୃଷ୍ଟି ବିଶେଷ କରି ପଞ୍ଜିକରଣ, ଜମି ପ୍ରାପ୍ତି, ଋଣ ସୁବିଧା, ପ୍ରୋତ୍ସାହନ ବ୍ୟବସ୍ଥା, ଅନ୍ଲାଇନ ଥ#ବା ବିଭିନ୍ନ ସୁବିଧା ବିଷୟରେ ଜାଣିବା ଓ କାର୍ଯ୍ୟ ସଂପାଦନରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତିା ଏମ୍ଏସ୍ଏମ୍ଇ ବିଭାଗ ମାଧ୍ୟମରେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ଦେଢଲକ୍ଷ ଉଦ୍ୟୋଗ ସୃଷ୍ଟି କରାଯାଇ ୪ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥ#ଲୋ
ଅନ୍ୟତମ ଅତିଥ# ଭାବରେ ଯୋଗଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ରାଜ୍ୟ ସରକାରଙ୍କ ଉଦ୍ୟୋଗର ବିକାଶ ପାଇଁ ନୂତନ ସଂସ୍କାରମୂଳକ ପଦକ୍ଷେପ ବିଷୟରେ ଆଲୋକପାତ କରିଥ#ଲୋ ଶିଳ୍ପ ସୃଷ୍ଟିରେ ସହଜସାଧ୍ୟତା(eଚ୍ଚଟe ଞ୍ଚଜ ଛଞ୍ଚinଜ୍ଜ ଚ୍ଛଫଟineଟଟ) ଉପରେ ଅଧ#କ ଗୁରୁତ୍ୱ ଦିଆଯାଇଛିା ଉଦ୍ୟୋଗ ଆରମ୍ଭ କରିବାଠାରୁ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବିଭିନ୍ନ ପଦ୍ଧତିକୁ ଅନ୍ଲାଇନ୍ ଓ ସରଳ କରାଯାଇଛିା ସବୁଜ ବର୍ଗ ଉଦ୍ୟୋଗ ପ୍ରସ୍ତାବର ତ୍ୱରିତ ଅନୁମୋଦନ ବ୍ୟବସ୍ଥା ହୋଇଛିା ଅଧୁନାତମ ସଂସ୍କାର ସମ୍ବନ୍ଧରେ ଜ୍ଞାନ ଆହରଣ କରି ତଦନୁଯାୟୀ ଉଦ୍ୟୋଗୀମାନଙ୍କୁ ସଚେତନ କରିବା ହେଉଛି ପ୍ରଧାନ ଦାୟିତ୍ୱ ବୋଲି ଶ୍ରୀ ଚୋପ୍ରା କହିଥ#ଲୋ
ଏମ୍.ଏସ.୍ଏମ.ଇର କାର୍ଯ୍ୟଧାରା ସାଧାରଣ ପରିଚାଳକମାନଙ୍କର ସହଯୋଗ, ପ୍ରୋତ୍ସାହନ, ପ୍ରେରଣାଦାନ, ନିଷ୍ଠା ଓ କର୍ମତତ୍ପରତା ଦ୍ୱାରା ତ୍ୱରାନ୍ୱିତ ହୋଇପାରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳ ପ୍ରକାଶ କରିଥ#ଲୋ ସେମାନେ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ପ୍ରମୁଖ ସଚିବ ଶ୍ରୀ ଧଳ ପ୍ରକାଶ କରିଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କର ଲକ୍ଷ୍ୟ ହାସଲ ଉପରେ ଆଲୋଚନା କରିଥ#ଲୋ
ବୈଷୟିକ ଅଧ#ବେଶନରେ ଆଇପିଆରରେ ଥ#ବା ପ୍ରୋତ୍ସାହନ, ଏକକ ବାତାୟନ କ୍ଲିୟରାନ୍ସ ପଦ୍ଧତି, ଅନ୍ଲାଇନ୍ ପଞ୍ଜିକରଣ, ଇ-ବିଜ୍, ଋଣ ସହାୟତା, ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗ ପ୍ରତି ଆଗ୍ରହାନ୍ୱିତ କରିବା ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଥ#ଲାା
ଶିଳ୍ପ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସିତିକାନ୍ତ ଷଡଙ୍ଗୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥ#ଲୋ

Share in top social networks!