ଚଣ୍ଡେଶ୍ୱର ଗ୍ରାମସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpppଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଚଣ୍ଡେଶ୍ୱର ଗ୍ରାମସଭାରେ ଯୋଗଦେଇ ଚାଷୀ, ଚାଷ ଓ ଗ୍ରାମାଞ୍ଚଳର ଦ୍ରୁତ ବିକାଶ ବିନା ଓଡ଼ିଶା ପ୍ରଗତିର ରାସ୍ତାରେ ଚାଲିପାରିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

ଅପ୍ରେଲ୍ ୧୪ ଡଃ. ବି.ଆର୍. ଆମ୍ବେଦକର୍ଙ୍କ ଜୟନ୍ତୀରୁ ପଞ୍ଚାୟତିରାଜ ଦିବସ ଅପ୍ରେଲ ୨୪ ତାରିଖ ପର୍ଯ୍ୟନ୍ତ ଚାଲୁଥ#ବା ଗ୍ରାମୋଦୟରୁ ଭାରତ ଉଦୟ ଅଭିଯାନର ଅଂଶ ସ୍ୱରୂପ ବିଜେପି ତରଫରୁ ଆୟୋଜିତ ଏହି ଗ୍ରାମସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥ#ଲେ । ଗାଁର ଉନ୍ନତି ପାଇଁ କଣ ଦରକାର ଓ ଏହି ବିକାଶ କେମିତି ହୋଇପାରିବ ତାର ନିର୍ଣ୍ଣୟ ଗ୍ରାମବାସୀମାନେ ଗ୍ରାମସଭାରେ ହିଁ ନେଇପାରିବେ । ଦିଲ୍ଲୀରୁ ବା ଭୁବନେଶ୍ୱରରୁ ଗ୍ରାମ ଉପରେ ବିକାଶ ଲଦି ଦିଆଯାଉଥ#ବା
କାରଣରୁ ଦେଶ ଓ ରାଜ୍ୟର ଗାଁ ଗଣ୍ଡା ସ୍ୱାଧୀନତାର ଦୀର୍ଘବର୍ଷ ପରେ ବିକାଶର ବହୁ ଦୂରରେ ବୋଲି ଶ୍ରୀ ପ୍ରଧାନ କହିଥ#ଲେ ।

ଗାଁର ଓ ନିଜର ଉନ୍ନତି ପାଇଁ ଗାଁର ଲୋକମାନେ ବିକାଶର ଧାରାରେ ସାମିଲ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱଆରୋପ କରିଥ#ଲେ ।
ପଞ୍ଚାୟତକୁ ଅଧ#କ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବଜେଟ୍ରେ ସିଧା ସିଧା ପଞ୍ଚାୟତକୁ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଗାଁ, ଗରିବ, ମହିଳା ଓ ଯୁବକମାନେ ନରେନ୍ଦ୍ର ମୋଦି ସରକାରଙ୍କର ବିକାଶର ଯୋଜନାରେ ପ୍ରାଥମିକତା ପାଇଛନ୍ତି । ଏହାସହ ଦେଶର ବିକାଶର ଦୌଡ଼ରେ ପଛରେ ପଡ଼ିଯାଇଥ#ବା ପୂର୍ବ
ଭାରତର ରାଜ୍ୟଗୁଡ଼ିକର ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାର ବିଶେଷ ଚିନ୍ତିତ । ପୂର୍ବଭାରତର ପ୍ରମୁଖ ରାଜ୍ୟ ହିସାବରେ ଓଡ଼ିଶା ବିକାଶର ଧାରାରେ ଅଧ#କ ମାତ୍ରାରେ ସାମିଲ୍ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଏହି ଗ୍ରାମସଭାରେ କହିଥ#ଲେ ।

ସମସ୍ତଙ୍କ ମୁଣ୍ଡ ଉପରେ ପMାଘର, ସବୁଘରେ ଶୁଦ୍ଧ ପାନୀୟ ଜଳ, ସବୁଘରେ ପାଇଖାନା, ୨୪ ଘଣ୍ଟିଆ ବିଜୁଳି ଓ ରନ୍ଧନ ପାଇଁ ଏଲ୍ପିଜି ଯୋଗାଣ କେନ୍ଦ୍ର ସରକାରଙ୍କର ପ୍ରାଥମିକତା ବୋଲି ଏହି ଗ୍ରାମସଭାରେ ଶ୍ରୀ ପ୍ରଧାନ କହିଥ#ଲେ । ଗ୍ରାମସଭାରେ ଉପସ୍ଥିତ ଲୋକମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥ#ଲେ । ଚଳିତ ଗ୍ରୀଷ୍ମଋତୁରେ ପାନୀୟ ଜଳ ଏକ ଉତ୍କଟ ସମସ୍ୟାର ରୂପ ନେଇଥ#ବା ଗ୍ରାମବାସୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ
ପ୍ରଧାନଙ୍କୁ ଅବଗତ କରାଇଥ#ଲେ ।

Share in top social networks!