ଉକôଳ ଗୌରବ ମଧୁସୂଦନ ଦାସ ଥିଲେ ଔଦ୍ୟୋଗିକ ଗୁଣବତ୍ତାର ଅଗ୍ରଦୂତ: ନାଲ୍‌କୋ ଅଧ୍ୟକ୍ଷ ଡଃ ଚାନ୍ଦ

nalcoଆଧୁନିକ ଓଡ଼ିଶା ଗଠନରେ ଅନ୍ୟତମ ପୁରୋଧା ଭାବେ ଉକôଳ ଗୌରବ ମଧୁସୂଦନ ଦାସ, ରାଜ୍ୟରେ ପ୍ରଗତିର ଏକ ନୂତନ ଧାରା ଆରମ୍ଭ କରିଥିଲେ । ଏଥି ସହିତ, ଶିଳ୍ପଭିତ୍ତିକ ଗୁଣବତ୍ତା ପ୍ରତି ସଚେତନ ଉଦ୍ୟୋକ୍ତା ଭାବେ ତାଙ୍କର ଉକôଳ ଟ୍ୟାନେରୀ ଆଜି ବି ରାଜ୍ୟର ଅନେକ ଶିଳ୍ପ ପ୍ରତିଷ୍ଠାନ ପାଇଁ ଉଦାହରଣ ପାଲଟିଛି । ପ୍ରକୃତ ପକ୍ଷେ, ମଧୁବାବୁ ଔଦ୍ୟୋଗିକ ଗୁଣବତ୍ତାର ଅଗ୍ରଦୂତ ଥିଲେ । ନାଲ୍‌କୋ ପକ୍ଷରୁ ଆୟୋଜିତ ଦୁଇ-ଦିନିଆ ଏକବିଂଶତମ ଅଲ୍‌ ଓଡ଼ିଶା କ୍ୱାଲିଟୀ ସର୍କଲ୍‌ ସମାବେଶର ଉଦ୍‌ଯାପନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏହା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୯୯୬ ମସିହା ଠାରୁ ନାଲ୍‌କୋ ଏହି କ୍ୱାଲିଟି ସର୍କଲ୍‌ ସମାବେଶର ଆୟୋଜନ କରିଆସୁଛି । ଚଳିତ ବର୍ଷ, ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟର ସମୁଦାୟ ୨୨ ଅନୁଷ୍ଠାନରୁ ୨୯ କ୍ୱାଲିଟି ସର୍କଲ୍‌ ଓ ୮ ଟୋଟାଲ୍‌ ପ୍ରଡକ୍ଟିଭ୍‌ ମେଣ୍ଟେନାନ୍ସ (ଟିପିଏମ୍‌) ସର୍କଲ୍‌ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ, ଡଃ ଚାନ୍ଦ, ନାଲ୍‌କୋ ଉକôଳ ଗୌରବ ମଧୁସୂଦନ ଦାସ କ୍ୱାଲିଟି ପୁରସ୍କାର ଘୋଷଣା କରିଥିଲେ । କ୍ୱାଲିଟୀ ସର୍କଲ୍‌ ସମାବେଶର ପରବର୍ତ୍ତୀ ସଂସ୍କରଣ ଅବସରରେ ଉଲ୍ଲେଖନୀୟ ଗୁଣବତ୍ତା ପଦ୍ଧତି ଅନୁସରଣ କରୁଥିବା ଶ୍ରେଷ୍ଠ ଶିଳ୍ପାନୁଷ୍ଠାନକୁ ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।
୧୯୦୫ରେ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉକôଳ ଟ୍ୟାନେରୀ ସମ୍ପର୍କରେ ଉଲ୍ଲେଖ କରି ଡଃ ଚାନ୍ଦ କହିଲେ ଯେ ଓଡ଼ିଶାର ଶିଳ୍ପବିକାଶ ନିମନ୍ତେ ଆଗ୍ରହୀ ମଧୁବାବୁ ଉକôୃଷ୍ଟ ଉତ୍ପାଦନ ଏବଂ ଗୁଣବତ୍ତାର ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିଲେ । ଗୁଣବତ୍ତାକୁ ପ୍ରାଥମିକତା ଦେବାକୁ ଯାଇ ସେ ଅନେକ ସମୟରେ କେତେକ ନଗଣ୍ୟ ତ୍ରୁଟି ପାଇଁ ମଧ୍ୟ ଉତ୍ପାଦିତ ଚମଡା ଉତ୍ପାଦକୁ ବହୁ ସଂଖ୍ୟାରେ ନଷ୍ଟ କରିଦେବାର ନଜିର ରହିଛି । ଗୁଣବତ୍ତା ପାଇଁ ଏହି ପ୍ରତିବଦ୍ଧତା ହେତୁ ମଧୁବାବୁ ଆଜି ବି ପ୍ରେରଣାର ଉସô ଭାବେ ପରିଗଣିତ । ଗୁଣବତ୍ତା ପ୍ରତି ଗୁରୁତ୍ୱ ଦେଇ ନାଲ୍‌କୋ ମଧ୍ୟ ମଧୁବାବୁଙ୍କ ପଦାନୁସରଣ କରିଆସୁଛି ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ ।
ଏହି ସମାବେଶରେ, ସ୍ୱର୍ଣ୍ଣ୍‌ ପ୍ଲାକ୍‌ ନାଲ୍‌କୋ ଆଲୁମିନା ରିଫାଇନେରୀର ଡିସ୍କଭରୀ କ୍ୱାଲିଟି ସର୍କଲ୍‌କୁ ପ୍ରଦାନ କରାଯାଇଥିବା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ସି ହକ୍‌ କ୍ୱାଲିଟି ସର୍କଲ ରନର୍‌ ଅପ୍‌ ପୁରସ୍କାର ଓ ରୌପ୍ୟ ପ୍ଲାକ୍‌ ହାସଲ କରିଥିଲା । ଟିପିଏମ୍‌ ସର୍କଲ୍‌ଗୁଡିକ ମଧ୍ୟରେ ଟାଟା ଷ୍ଟିଲ୍‌, ଯୋଡ଼ାର ଏଲ୍‌ଆର୍‌ପି ଏସ୍‌ଇସି-୦୨ ବିଜେତା ଆଖ୍ୟା ଲାଭ କରିଥିବା ବେଳେ ଜେ.କେ. ପେପର୍‌ର କ୍ୱାଣ୍ଟମ୍‌ ରନର୍‌ ଅପ୍‌ ଭାବେ ପୁରସ୍କୃତ ହୋଇଥିଲା ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ନାଲ୍‌କୋର ନିଦେ୍ର୍ଦଶକ (ମାନବସମ୍ବଳ) ଶ୍ରୀ ଏସ୍‌.ସି. ପାଢୀ, ନିଦେ୍ର୍ଦଶିକା (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ଉତ୍ପାଦନ) ଶ୍ରୀ ଏସ୍‌.କେ. ରାୟ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ସମାବେଶର ଉଦ୍‌ଘାଟନ ଅବସରରେ, ନିଦେ୍ର୍ଦଶକ (ପି ଆଣ୍ଡ୍‌ ଟି) ଶ୍ରୀ ଏନ୍‌.ଆର୍‌. ମହାନ୍ତି, ନିଦେ୍ର୍ଦଶକ (ଅର୍ଥ) ଶ୍ରୀ କେ.ସି. ସାମଲ ଏବଂ ନିଦେ୍ର୍ଦଶକ (ଉତ୍ପାଦନ) ଶ୍ରୀ ଭି. ବାଳସୁବ୍ରମଣ୍ୟମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଟାଟା ମୋଟର୍ସ୍‌ର ପୂର୍ବତନ ପ୍ରଶିକ୍ଷଣ ମୁଖ୍ୟ ଶ୍ରୀ ଚନେ୍ଦ୍ରଶ୍ୱର ଖାନ ଏବଂ କୁ୍ୟ.ସି.ଏଫ୍‌.ଆଇ., ହାଇଦ୍ରାବାଦର ଅଭିଜ୍ଞ ପରାମର୍ଶଦାତା ଡଃ ବି.ଏଲ୍‌. ବାଙ୍ଗ୍‌ରେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ।

Share in top social networks!