ଓଡିଆରେ ଶାସନପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

ଓଡିଆଭାଷାରେ ଓଡିଆ ଶାସନ ଓଡିଆ ଭାଷା ସଂଗ୍ରାମ ସମିତି ଦାବି ସହିତ ଏକମତ ହୋଇ ରାଜ୍ୟର ଶାସନ ବ୍ୟବସ୍ଥା ଓଡିଆଭାଷାରେ ଚାଲିବାପାଇଁ ସ୍ୱୀକୃତି ଦେଇଛନ୍ତି । ଏଥିପାଇଁ ଓଡିଶା ସରକାରୀ ଭାଷା ଆଇନ -୧୯୫୪ର କାର୍ଯ୍ୟକାରୀତାପାଇଁ ଯଥାଶୀଘ୍ର ସମ୍ଭବ ଆବଶ୍ୟକୀୟ ନିୟମାବଳୀ ପ୍ରଣୟନ ସକାଶେ ପଦକ୍ଷେପ ନିଆଯାଉଛି ବୋଲି ଓଡିଆ ଭାଷା ସଂଗ୍ରାମ ସମିତି ଆବାହକ ଶଙ୍କର୍ଷଣ ପରିଡା ସୂଚନା ଦେଇଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟ ମନ୍ତ୍ରୀସଭାର ପାଞ୍ଚଜଣ ମନ୍ତ୍ରୀ ଓ ଓଡିଆଭାଷା ସଂଗ୍ରାମ ସମିତିର ସାତଜଣ ସଦସ୍ୟଙ୍କୁ ନେଇ ଗଠିତ ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି ବୈଠକରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଭାଷାନୀତି ପ୍ରଣୟନପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଭାଷାନୀତି ସହ ଭାଷା କାର୍ଯ୍ୟକାରିଣୀ ନିୟମାବଳୀ ଏକସଂଗେ ସରକାରଙ୍କ ଅନୁମୋଦନପାଇଁ ଉପସ୍ଥାପିତ ହେବ ।

ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟିର ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବୈଠକରେ ଏହି ଉଭୟ ଦସ୍ତାବିଜ ଆଲୋଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ମାନ୍ୟବର ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଭାଷା ସଂଗ୍ରାମ ସମିତି ସହ ହୋଇଥିବା ଅନୌପଚାରିକ ଆଲୋଚନାରେ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଭାଷା ସଂଗ୍ରାମ ସମିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଦେବୀପ୍ରସାଦ ମିଶ୍ର ଏବଂ ତାଙ୍କ ସହ ଏହି ସଂଯୁକ୍ତ କମିଟିରେ ମୁଖ୍ୟନ୍ତ୍ରୀଙ୍କଦ୍ୱାରା ସଂସ୍ଥିତ କ୍ରିୟାଶୀଳ ଯୁବମନ୍ତ୍ରୀ ସର୍ବଶ୍ରୀ ଡଃ ଅରୁଣ ସାହୁ, ବିକ୍ରମ କେଶରୀ ଆରୁଖ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସେମାନଙ୍କ ସମୟୋଚିତ ସହଯୋଗପାଇଁ କୃତଜ୍ଞତା ଜ୍ଞାପନ କରୁଛି ।

ଏଥିସହିତ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂଗଠନମାନଙ୍କର ଏହି ମିଳିତ ମଞ୍ଚ “ଓଡିଆ ଭାଷା ସଂଗ୍ରାମ ସମିତି” ସାରା ଓଡିଶାର ଯୁବକ, ଛାତ୍ର, ଶିକ୍ଷକ, ଶ୍ରମିକ, ବୁଦ୍ଧିଜୀବୀ, ସାହିତି୍ୟକ, ସାମ୍ବାଦିକ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ସମବେତ ସତ୍ୟାଗ୍ରହୀ, ସ୍ୱାଧୀନତା ସଂଗ୍ରାମୀ, ରାଜନୈତିକ ଦଳର ନେତୃବୃନ୍ଦ, ସ୍ତମ୍ଭକାର ଓ ଦଳମତ ବିଚାରଧାରାର ଉଦ୍ଧ୍ୱର୍ରେ ଥିବା ପ୍ରତ୍ୟେକ ଓଡିଆ ଓଡିଶାର ସ୍ପର୍ଦ୍ଧା ଓ ସ୍ୱାଭିମାନପାଇଁ ଆଗେଇ ଆସି ଏହାକୁ ଜନଆନେ୍ଦାଳନର ରୂପ ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯିବା ସହ ଓଡିଆଭାଷାର ବ୍ୟାପକ ପ୍ରଚଳନପାଇଁ କି ପ୍ରକାରର ପଦକ୍ଷେପ ନେବା ଆବଶ୍ୟକ, ସେ ସମ୍ପର୍କରେ ନିଜର ବଳିଷ୍ଠ ମତାମତ ଭାଷା ସଂଗ୍ରାମ ସମିତିର କାର୍ଯ୍ୟାଳୟ ଏଚ୍.ଆଇ.ଜି.-୩୦, ଗଙ୍ଗାଧର ମେହେର ମାର୍ଗ, ଜୟଦେବ ବିହାର, ଭୁବନେଶ୍ୱର – ୧୩ କିମ୍ବା ଇମେଲ- ଙ୍ଖବଗ୍ଦବଗ୍ଦବଦ୍ଭଶକ୍ସବଜ୍ଞଗ୍ଦବଜ୍ଞସଗ୍ଧସଅଶଜ୍ଞବସକ୍ଷ.ମକ୍ଟଜ୍ଞ ଠିକଣାରେ ଯଥାଶୀଘ୍ର ସମ୍ଭବ ପ୍ରଦାନ କରିବାକୁ ଅନୁରୋଧ କରାଯାଉଛି । ବନେ୍ଦ ଉକ୍ରଳ ଜନନୀ

Share in top social networks!