ପୂର୍ବତନ ସଂଘଚାଳକ ଭୂପେନ ବୋଷଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଓଡିଶାରେ ସଂଘ ବିଚାରଧାରାର ପିତୃତୁଲ୍ୟ ବ୍ୟକ୍ତି#ତ୍ୱ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ
ସଂଘଚାଳକ ଭୁପେନ ବୋଷଙ୍କ ୧୦୪ ବର୍ଷ ବୟସରେ ଦେହାବସାନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ ଶୋକ ବାର୍ତାରେ କହିଛନ୍ତି ଯେ ଓଡିଶାରେ ରାଷ୍ଟ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାରରେ ତାଙ୍କର ପଥ ପ୍ରଦର୍ଶକ ଭୂମିକା
ପାଇଁ ବିଶେଷ ଭାବେ ସଂଘର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ । ଓଡିଶାରେ
ସଂଘ କାର୍ଯ୍ୟ ଆରମ୍ଭ ହେବା ବେଳେ ଯେଉଁ କିଛି ଲୋକ ପୃଷ୍ଠ ପୋଷକ ଥ#ଲେ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଗଠନକୁ ବିସ୍ତାର
କରିବାରେ ସହାୟତା କରିଥ#ଲେ, ସେମାନଙ୍କ ମଧ୍ୟରୁ ସ୍ୱର୍ଗୀୟ ବୋଷ ଅନ୍ୟତମ ଥ#ଲେ । ସେ ବଡ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ
ତାଙ୍କର ଗୋଡ ହରାଇଥ#ବା ସତେ୍ୱ ତାଙ୍କର ଭାବନା ଦୁର୍ବଳ ହୋଇ ନଥ#ଲା ଓ ସେ ନିରନ୍ତର କାର୍ଯ୍ୟ କରି ଚାଲିଥ#ଲେ । ସେ ରାଜ୍ୟର ବିଭିନ୍ନ
ଅଂଚଳ ଗସ୍ତ କରି କଠିନ ପରିଶ୍ରମ କରିବା ସହ ଆରଏସଏସ ଓ ଏହାର ଆନୁଷଙ୍ଗିକ ସଙ୍ଗଠନର ବିଚାରକୁ ପ୍ରଚାର ପ୍ରସାର କରାଇଥ#ଲେ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଶୋକ ସନ୍ତପ୍ତ ପରିବାର ପ୍ରତିୁଁ ସମବେଦନା ଜଣାଇବା ସହିତ ତାଙ୍କର ଅମର ଆତ୍ମାର
ସଦଗତି କାମନା କରିଛନ୍ତି ।

Share in top social networks!