ବଙ୍ଗଳାଦେଶ ଗସ୍ତରୁ ଫେରିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା

dpjiସଫଳ ବଙ୍ଗଳାଦେଶ ଗସ୍ତ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ସ୍ୱଦେଶ ଫେରିଛନ୍ତି ।
ଶ୍ରୀ ପ୍ରଧାନଙ୍କ ଗସ୍ତକାଳରେ ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶକ୍ତିମନ୍ତ୍ରୀ ନସରୁଲ ହମିଦ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା
ତୌଫିକ-ଏ- ଇଲାହିଙ୍କ ମଧ୍ୟ ସାକ୍ଷାତ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ
ଆଲୋଚନା କରିଥ#ଲେ ।
ଭାରତର ଲୁମ୍ରିଗଡ ରିଫାଇନାରୀରୁ ବଙ୍ଗଳାଦେଶ ଦୀର୍ଘ ସୂତ୍ରୀ ଯୋଜନାରେ ଡିଜେଲ ଆମଦାନୀ କରିବ । ଏଥ# ପାଇଁ ଦୁଇ ଦେଶ ମଧ୍ୟରେ
ପାଇପଲାଇନ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରରେ ଶେଷ କରିବାକୁ ଦୁଇ ମନ୍ତ୍ରୀ ଯୋଜନା ପ୍ରସ୍ତୁତ
କରିବା ଉପରେ ଗୁରୁତ୍ୱ ଦେଇଥ#ଲେ ।
ପାଇପଲାଇନ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ପାଇପ ଯୋଗେ ଡିଜେଲ ରପ୍ତାନୀ ଚାଲିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ବଙ୍ଗଳାଦେଶର ଚଟ୍ଟଗାଁଓ ଠାରେ ଏକ ଏଲପି ପ୍ଲାଂଟ ସ୍ଥାପନା କରାଯିବା ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।
ଭାରତୀୟ ତୈଳ ନିଗମ ଏବଂ ବଙ୍ଗଳାଦେଶ ପେଟ୍ରୋଲିୟମ କର୍ପୋରେସନ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥ#ବା ଏଲପିଜି ପ୍ରକଳ୍ପରୁ
ବଙ୍ଗଳାଦେଶ ସମେତ ଭାରତର ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ଟ୍ୟାଙ୍କର ଓ ପାଇପ ଲାଇନ ଯୋଗେ ଗ୍ୟାସ ପରିବହନ କରାଯିବାର ବ୍ୟବସ୍ଥା
ହୋଇଛି ।
ତ୍ରିପୁରାରୁ ପ୍ରାକୃତିକ ଗ୍ୟାସ ଆମଦାନୀ କରିବା ପାଇଁ ବଙ୍ଗଳାଦେଶ ଇଚ୍ଛା ପ୍ରକାଶ କରିଥ#ବା ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ
ସରକାର ଏହା ଉପରେ ବିଚାର କରିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।
ଭାରତର ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶକ୍ତି ସମ୍ବନ୍ଧିତ ଶିକ୍ଷାନୁଷ୍ଠାନରେ ବଙ୍ଗଳାଦେଶୀ ଛାତ୍ର- ଛାତ୍ରୀଙ୍କ ଅଧ୍ୟୟନର ସୁଯୋଗ
ପାଇଁ ବଙ୍ଗଳାଦେଶର ଅନୁରୋଧକୁ ଭାରତ ନୀତିଗତ ଭାବେ ସ୍ୱୀକାର କରିଥ#ବା ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!