Amway India ଉଦ୍ୟୋଗୀ ରିପୋର୍ଟ ୨୦୧୫ ଅନୁଯାୟୀ ଦୁଇ ତୃତୀୟାଂଶ ଭାରତୀୟ ଉଦ୍ୟୋଗୀକୁ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି

SKILLINDIAଆମ୍ୱେ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇଣ୍ଡିଆ ଏଟଂରପ୍ରେନୁ୍ୟଅରସିପ୍ ରିପୋର୍ଟ ୨୦୧୫କୁ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗୀ ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଉନ୍ମୋଚନ କରିଛନ୍ତି । ଭାରତରେ ଉଦ୍ୟୋଗୀ ହେବାକୁ ଲୋକମାନଙ୍କ ଭିତରେ ଥିବା ଉତ୍ସାହକୁ ଏହି ରିପୋର୍ଟ ଜରିଆରେ ପ୍ରଦର୍ଶିତ କରାଯାଇଛି ।
ନିଲସନ୍ ଇଣ୍ଡିଆ ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୨୧ଟି ରାଜ୍ୟରେ ଥିବା ୫୦ଟି ଭିନ୍ନ ସହରର ୨୫୦ଟି ଘରକୁ ସାମିଲ କରାଯାଇଥିଲା । ପ୍ରତି ଘରର ୨୧-୬୫ ବର୍ଷ ବୟସର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସାକ୍ଷାତକାର ନିଆଯାଇଥିଲା । ୫୪୦୨ ପୁରୁଷ ଓ ୫୩୬୬ ମହିଳାଙ୍କ ସମେତ ମୋଟ ୧୦,୭୬୮ ଜଣଙ୍କର ସାକ୍ଷାତକାର ନିଆଯାଇଥିଲା ।
ଏହି ରିପୋର୍ଟକୁ ଉନ୍ମୋଚନ କରି ଶ୍ରୀ ରାଜୀବ ପ୍ରତାପ ରୁଡ୍ଡୀ କହିଥିଲେ ଯେ “ବିକଶିତ ରାଷ୍ଟ୍ରଗୁଡ଼ିକରେ ତୁଳନାରେ ଭାରତରେ ଏମ୍ଏସ୍ଏମଇ (ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ)ର ଅବଦାନ ବହୁତ କମ । ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି ହେବାର ଭାବନା ଜାଗ୍ରତ ହେଲେ ଭାରତର ଏହାର ବିବିଧ ଭୌଗଳିକ ସ୍ଥିତିର ଲାଭ ସର୍ବାଧିକ ହାସଲ କରିପାରିବ । ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଓ ଆଗ୍ରହକୁ ବୁଝିବା ନୀତି ନିର୍ଧାରକଙ୍କୁ ସୁହାଇବ ।’’
ଆମ୍ୱେ ଇଣ୍ଡିଆର ସିଓଓ ଅଂଶୁ ବୁଦ୍ଧରାଜା କହିଛନ୍ତି ଯେ, “ଭାରତରେ ଉଦ୍ୟୋଗୀ ସୃଷ୍ଟି ହେବା ସ୍ଥିତି ଆଗକୁ ବଢ଼ାଇବା ପାଇଁ ଆମେ ବିଭିନ୍ନ ଅଂଶୀଦାରଙ୍କ ସହ ସଂପର୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ । ଯୁବପିଢ଼ି ମଧ୍ୟରେ ନିଯୁକ୍ତିପରଣ ଓ ସ୍ୱାବଲମ୍ବନତା ବଢ଼ାଇବା ପାଇଁ କୌଶଳ ବିକାଶର ଭୂମିକା ଉପରେ ଆଲୋଚନା କରୁଛୁ ।’’
କେରଳରେ ସର୍ବାଧିକ ୭୮%, ପଂଜାବରେ ୭୭% ଓ ଉତରାଖଣ୍ଡରେ ୭୬% ଉଦ୍ୟୋଗୀପଣକୁ ସକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । ସାରା ଭାରତରେ ଦୁଇ ତୃତୀୟାଂଶ ଲୋକଙ୍କର ଏଭଳି ଭାବନା ରହିଛି । ପାଣ୍ଠି ହାସଲ ପାଇଁ ୪୭% ସକାରାତ୍ମକ ଭାବନା ରଖିଥିବା ବେଳେ ପରିବାର ସହାୟତା ୩୫% ରହିଛି । ୭୩% ଉତରଦାତା କହିଛନ୍ତି ଯେ ତାଲିମ ମିଳିଲେ ଯେ କେହି ଉଦ୍ୟୋଗୀ ହୋଇପାରିବେ । ୬୨% ଭାବୁଛନ୍ତି ଯେ ତାଙ୍କର ପାଖରେ ଯେଉଁ ଶିକ୍ଷା ରହିଛି ତାହାକୁ ଭିତି କରି ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ।

୫୦% ଉତରଦାତା ନିଜର କାରବାର ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି । ଭାରତରେ ଉଦ୍ୟୋଗୀ ହେବାର ପରିବେଶରେ ସୁଧହାର ହୋଇଛି ବୋଲି ୪୫% ଉତରଦାତା କହିଛନ୍ତି । ଆର୍ଥିକ ଅନୁଷ୍ଠାନଗୁଡ଼ିକ ଉଦ୍ୟୋଗୀ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ସେ କହିଛନ୍ତି । ୬୩% ଲୋକଙ୍କୁ ବ୍ୟବସାୟ ବିଫଳ ହୋଇଯିବାର ଭୟ ରହିଛି ।

Share in top social networks!