ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ମୃତ ଯାତ୍ରା କଳାକାରଙ୍କ ପାଇଁ ବିଜେପିର ଶୋକ

ଗତକାଲି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଗଇଲୋ ଘାଟିରେ ଘଟିଯାଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଭାରତୀ ଗଣନାଟ୍ୟର ୩୦ ଜଣ କଳାକାର ପ୍ରାଣ ହରାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଏହି ହୃଦୟ ବିଦାରକ ସଡକ ଦୁର୍ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛି ରାଜ୍ୟ ବିଜେପି । ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ଶୋକ ବାର୍ତାରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ସ୍ୱର୍ଗତ କଳାକାରଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Share in top social networks!