ନାଲ୍‌କୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୬୦.୭୨ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ପ୍ରଦାନ

NALCOCMDDକେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ୨୦୧୫-୧୬ ଆର୍ଥôକ ବର୍ଷ ପାଇଁ ୩୨୨.୧୬ କୋଟି ଟଙ୍କା ଲାଭାଂଶ (ଡିଭିଡେଣ୍ଡ୍‌) ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି । ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ୍‌-ଅପ୍‌ ଇକ୍ୱିଟୀ କ୍ୟାପିଟାଲ୍‌ର ୨୫% ଅଟେ । ଏହି ଡିଭିଡେଣ୍ଡ୍‌ରୁ ଭାରତ ସରକାରଙ୍କ ଅଂଶ (୮୦.୯୩%) ବାବଦରେ ୨୬୦.୭୨ କୋଟି ଟଙ୍କା କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଆଜି ନୂଆଦିଲ୍ଲୀ ଠାରେ ପ୍ରଦାନ କରିଥିଲେ ।

ଏହି ଅବସରରେ, ଖଣି ମନ୍ତ୍ରାଳୟର ସଚିବ, ଶ୍ରୀ ବଲବିନ୍ଦର କୁମାର ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ନିରନ୍ତର ସଫଳତା ବଜାୟ ରଖିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର ନାଲ୍‌କୋର ଭୂୟସୀ ପ୍ରଶଂସା କରିଥିଲେ । ବିଶେଷତଃ, ୨୦୧୫-୧୬ ଆର୍ଥôକ ବର୍ଷରେ ଏଯାବତ୍‌ ସର୍ବାଧିକ ବକ୍ସାଇଟ୍‌ ଓ ଆଲୁମିନା ଉତ୍ପାଦନ କରିଥିବାରୁ ସେ ନାଲ୍‌କୋକୁ ସାଧୁବାଦ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଆର୍ଥôକ ବର୍ଷରେ ନାଲ୍‌କୋ ରେକର୍ଡ୍‌ ୬୩.୪୦ ଲକ୍ଷ ଟନ୍‌ ବକ୍ସାଇଟ୍‌ ଓ ୧୯.୫୩ ଲକ୍ଷ ଟନ୍‌ ଆଲୁମିନା ଉତ୍ପାଦନ କରିଥିଲା ।

ଅନ୍ୟମାନଙ୍କ ମଧ୍ୟରେ, ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଶ୍ରୀ ଆର୍‌. ଶ୍ରୀଧରନ, ଯୁଗ୍ମ ସଚିବ ଶ୍ରୀ ଏନ୍‌.ବି. ଧଳ ଏବଂ ନାଲ୍‌କୋ ପକ୍ଷରୁ ନିଦେ୍ର୍ଦଶକ (ଅର୍ଥ) ଶ୍ରୀ କେ.ସି. ସାମଲ ମଧ୍ୟ ଉପସ୍ଥିତ ଥିଲେ ।

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲ୍‌କୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥôକ ବର୍ଷରେ ଡିଭିଡେଣ୍ଡ୍‌ ପ୍ରଦାନ କରିଆସୁଛି । ୨୦୧୪-୧୫ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୪୫୧.୦୨ କୋଟି ଟଙ୍କାର ଡିଭିଡେଣ୍ଡ୍‌ ଘୋଷଣା କରିଥିଲା । ନାଲ୍କୋ ଏ ଯାବତ୍ ସମୂଦାୟ ୫୬୭୯ କୋଟି ଟଙ୍କା ଡିଭିଡେଣ୍ଡ୍‌ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୪୮୬୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

Share in top social networks!