ପ୍ରଦେଶ କଂଗ୍ରେସ ପକ୍ଷରୁ ଡ. ବି.ଆର୍. ଆମ୍ବେଦକରଙ୍କର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

congressଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତରନô ଡ. ଭୀମରାଓ ଆମ୍ବେଦକରଙ୍କର ୧୨୫ତମ ଜୟନ୍ତୀର ବର୍ଷ ପୂର୍ତ୍ତି ଉତ୍ସବର ସମାପନ ସମାରୋହ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏ.ଜି. ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ ।
ପରେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସମାରୋହକୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ହରିଚନ୍ଦନ କହିଲେ ଯେ, ଆମ୍ବେଦକର ସମାଜରେ ନିଷ୍ପେଷିତ, ଦଳିତ ଓ ଅବହେଳିତ ଲୋକମାନଙ୍କ ବିକାଶ ଓ ଉନ୍ନତି ପାଇଁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା କରିଯାଇଛନ୍ତି, ତା’ର ସୁଫଳ ଆଜି ସମାଜରେ ପ୍ରତିଫଳିତ ହୋଇଛି । ସମାଜରେ ଯେତେବେଳେ କୁସଂସ୍କାର ଅନ୍ଧାର ଭଳି ଘୋଟିଥିଲା ସେତେବେଳେ ଆମ୍ବେଦକରଙ୍କର କାର୍ଯ୍ୟ ଦୀପଶିଖା ଭଳି ଥିଲା । ଡ. ଆମ୍ବେଦକର ଓ କଂଗ୍ରେସ ଦଳ ସର୍ବଦା ଉପେକ୍ଷିତ ଲୋକଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ କାର୍ଯ୍ୟ କରିଆସିଛି । ଆଜି ରାଜ୍ୟରେ ବିଜେଡି ସରକାର ଦଳିତ ଓ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ବିଭିନ୍ନ ଯୋଜନାରେ ଖର୍ଚ୍ଚ କରି ନିଷ୍ପେଷିତ ଲୋକଙ୍କ ବିକାଶରେ ବାଧକ ସାଜିଛନ୍ତି । ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଆଜିଠାରୁ ସାରା ରାଜ୍ୟ ପରିକ୍ରମା କରୁଥିବା “ଭୀମ ଜ୍ୟୋତି ରଥ” ମାଧ୍ୟମରେ ପ୍ରତ୍ୟେକ କଂଗ୍ରେସ କର୍ମୀ ଦଳିତ ଲୋକମାନେ ଯେପରି ସେମାନଙ୍କର ହକ୍୍ ପାଇପାରିବେ ସେଥିପାଇଁ ଲଢେଇ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଥିଲେ ।
ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ମିଡିଆ ବିଭାଗ ଅଧ୍ୟକ୍ଷ ପ୍ରଫେସର କୈଳାସ ଆଚାର୍ଯ୍ୟ ଓ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରା ଆମ୍ବେଦକରଙ୍କର ବହୁମୁଖୀ ପ୍ରତିଭା ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ବାଙ୍କନିଧି ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ସୁରେଶ କୁମାର ରାଉତରାୟ, ଡ. ଯୁଧିଷ୍ଠିର ଜେନା, ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ଗୁରୁପଦ ନନ୍ଦ, ସନ୍ଧ୍ୟା ମହାପାତ୍ର, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ମନୋରଞ୍ଜନ ଦାଶ, ସୁମିତ୍ରା ଜେନା, ସୁଲୋଚନା ଦାସ, ସଂଗ୍ରାମ କେଶରୀ ଜେନା, ଡ. ଲଲାଟେନ୍ଦୁ ମହାପାତ୍ର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ଅମୀୟ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁଶାନ୍ତ ତି୍ରପାଠୀ, ଇତିଶ୍ ପ୍ରଧାନ, ବିକାଶ ଗରାବଡୁ, ହଳଧର ସେଠୀ, ଚିନୟ ସୁନ୍ଦର ଦାସ, ଅଶୋକ ମଲ୍ଲିକ, ବିକ୍ରମ ସାହୁ, ସ୍ୱାଧିନବାଳା ଦାସ, ପ୍ରଣତି ମିଶ୍ର, ମନୋଜ ମହାପାତ୍ର, ତରୁଣ ମିଶ୍ର, ସାରଦା ପ୍ରଧାନ, ଅବଦୁଲ୍ ବାରୀ, ରବିନ୍ଦ୍ର ଆଚାର୍ଯ୍ୟ, ରାଜକିଶୋର ବାରିକ୍, ଦୀପା ଚୌଧୁରୀ, ଜୟକୃଷ୍ଣ ମଲିଆ, ଲୋକନାଥ ମହାରଥୀ, କନକଲତା ମଲ୍ଲିକ, ଜାନକୀ ମଲ୍ଲିକ, ଚିତ୍ରଲେଖା ମହାନ୍ତି, ପଦ୍ମାବତୀ ଆଚାର୍ଯ୍ୟ, ସଞ୍ଜୟ ମିଶ୍ର, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Share in top social networks!