ଓଡ଼ିଆ ନୂଆବର୍ଷରେ ବିଷୁବ ପଣା ଓ ଓଡ଼ିଆଣୀ ବେଶଭୂଷାର ଚମକ

ଓଡ଼ିଆଙ୍କର ନୂଆବର୍ଷ ସଂଧ୍ୟାରେ ବିଷୁବ ପଣାର ମିଠା ମହକ ମଧ୍ୟରେ ଓଡ଼ିଆଣୀମାନେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ଜଣକ ପରେ ଜଣେ ଆସୁଥିଲେ ମଞ୍ଚକୁ ଉତ୍ତର ଦେଉଥିଲେ ଓଡିଆଣୀ ବେଷଭୂଷା ସଂପର୍କୀୟ ବିଚାରକଙ୍କ ପ୍ରଶ୍ନର । ପୁଣି ଓଡ଼ିଆଣୀମାନେ ଗାଉଥିଲେ ପାରମ୍ପରିକ ସଂଗୀତ ଓ ବିଦାୟ ନେଉଥିଲେ ମଞ୍ଚରୁ । ଆମର ପ୍ରଥା,ପରମ୍ପରା, ଆମର ମାତୃଭାଷା ଓ ସଂସ୍କୃତିକୁ ଓଡ଼ିଆଙ୍କ ମଧ୍ୟରେ ପୁନଃଆଦୃତ କରିବା ଲକ୍ଷ୍ୟରେ ୧୧ବର୍ଷ ଧରି ଆୟୋଜିତ ହେଉଥିବା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଆଜି ଥିଲା ଉଦ୍ୟାପନୀ ଉସôବର ଶେଷ ସଂଧ୍ୟା ।
ଏହି ସଂଧ୍ୟାର ମୁଖ୍ୟ ଆକର୍ଷଣ ଓଡ଼ିଆଣୀ ବେଶଭୂଷାର ଚମକ ଓ ପାରମ୍ପରିକ ସଂଗୀତର ଲାଳିତ୍ୟ ମଧ୍ୟରେ ଉପସ୍ଥିତ ପ୍ରତିଟି ଓଡ଼ିଆ ହୋଇ ପଡୁଥିଲେ ଓଡ଼ିଆମନସ୍କ । ଓଡ଼ିଆଣୀମାନଙ୍କ ବେଶଭୂଷାର ଦକ୍ଷତାର ବିଚାର କରୁଥିଲେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ତଥା ମଞ୍ଚ କଳାକାର ଅସୀମ ବସୁ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢୀ ଓ ଚିତ୍ରଶିଳ୍ପୀ ତଥା ଅଭିନେତା ଚିନ୍ତାମଣି ବିଶ୍ୱାଳ । ଓଡ଼ିଆଣୀମାନଙ୍କ ପାରମ୍ପରିକ ସଂଗୀତର ଗାୟନକୁ ପରଖୁ ଥିଲେ ପ୍ରଖ୍ୟାତ ସଂଗୀତଶିଳ୍ପୀ ଅଧ୍ୟାପକ ନିମାକାନ୍ତ ରାଉତରାୟ, ଅଧ୍ୟାପକ ପ୍ରଦୀପ ଦାସ ଓ ହରପ୍ରିୟା ସ୍ୱାଇଁ ।
ଏହି ପ୍ରଦର୍ଶନ ଓ ପରିବେଷଣର ପର୍ବ ମଧ୍ୟରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ପ୍ରଦୀପ ପ୍ରଜ୍ଜଳନ ଉସôବରେ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଭାଷାତତ୍ତ୍ୱବିଦ୍ ପଦ୍ମଶ୍ରୀ ଶ୍ରୀଯୁକ୍ତ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର । ପ୍ରମୁଖ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ପ୍ରଖ୍ୟାତ ସଂଗୀତକାର ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଶିଳ୍ପଦ୍ୟୋଗୀ ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ର, ଦିନଲିପି ଓ ଓଡ଼ିଶା ପ୍ରେସ୍ କ୍ଲବର ସଂପାଦିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ଦାଶ , ୨୦୧୫ର ଶ୍ରେଷ୍ଠ ଓଡ଼ିଆଣୀ ସ୍ୱୟଂପ୍ରଭା ସାହୁ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସଂପାଦକ ଦେବ ପ୍ରସାଦ ପରିଜାଙ୍କ ପ୍ରାରମ୍ଭିକ ସୂଚନା ସହ । ମଞ୍ଚରେ ମଞ୍ଚାସୀନ ଥିଲେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ । ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ଡ. ସୁଜାତା ମହାନ୍ତି,ସୁଶୀଳା ରଥ,ବାସନ୍ତୀ ପଟ୍ଟନାୟକ,ନିବେଦିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି ଉସôବରେ ସଂଗୀତ ଶିଳ୍ପୀ ଛନ୍ଦା ମିଶ୍ର,ସିଦ୍ଧାନ୍ତ ଶତ୍ପଥି,ସଞ୍ଚôତା ଶୁଭଦର୍ଶିନୀ, ଜ୍ୟୋତିର୍ମୟୀ ନାୟକ, ସତ୍ୟ ସାର୍ଥକ ଓ ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ଓଡ଼ିଆ ସଂଗୀତ ଗାୟନ କରି ଉସôବ ମୁଖରିତ କରିଥିଲେ ମହୋସôବର ମଞ୍ଚକୁ । ଏହି କାର୍ଯ୍ୟକ୍ରମକୁ ସଂଭାବନାର ସଦସ୍ୟ ଛନ୍ଦା ମିଶ୍ର, ରାଜଶ୍ରୀ ଶତପଥି, ପ୍ରଫୁଲ୍ଲ ଦେ, ଶଶୀପ୍ରଭା ଦାସ ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ବିଷୁବ ପଣା ପରିବେଷଣ ସଂଧ୍ୟାର ଅନ୍ୟତମ ଆକର୍ଷଣ ଥିଲା । ଉକôଳ ଦିବସ ଠାରୁ ଆରମ୍ଭ ହୋଇ ଓଡ଼ିଆ ନୂଆବର୍ଷ ବିଷୁବ ସଂକ୍ରାନ୍ତିରେ ଶେଷ ହୋଇଥିବା ଏହି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ଥିବା ଓଡ଼ିଆଣୀଙ୍କୁ ଆସନ୍ତା ମଧୟ ଜୟନ୍ତୀ, ଓଡ଼ିଆ ସ୍ୱାଭିମାନ ଦିବସ ସଂଧ୍ୟାରେ ଇଡ୍କଲ୍ ପ୍ରେକ୍ଷାଳୟ ଠାରେ ଶ୍ରେଷ୍ଠ ଓଡ଼ିଆଣୀ ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!