ନୃତ୍ୟାଙ୍ଗନା ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ଓଡିଶୀ ନୃତ୍ୟ ସମ୍ମାନ

ନୃତ୍ୟାଙ୍ଗନା ପକ୍ଷରୁ ରବୀନ୍ଦ୍ରମଣ୍ଡପ ରେ ଓଡିଶୀ ନୃତ୍ୟ ସମ୍ମାନ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଚଳିତବର୍ଷ ବିଶିଷ୍ଟ ନୃତ୍ୟାଙ୍ଗନା ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ଓଡିଶୀ ନୃତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି | ସମ୍ମାନପର୍ବ ପରେ ଆଜି ଦେଖିବାକୁ ମିଳିଥିଲା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଛଉ ନୃତ୍ୟ | ସନ୍ଧ୍ୟା କାର୍ଯ୍ୟକର୍ମ ରେ ପ୍ରଥମେ ନୃତ୍ୟାଙ୍ଗନାର କଳାକାର ମାନେ ଓଡିଶୀ ନୃତ୍ୟରେ ଦେଶଭକ୍ତି ବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ ରେ ନୃତ୍ୟ ପରିବେଷଣ କରିଥିଲେ |

06 NURTYANGANA AWARD RECIVED PRIYAMBADA MOHANTY HEJMADI (1)ସେହି ସଙ୍ଗୀତର ତାଳେ ତାଳେ ନୃତ୍ୟଶିଳ୍ପୀମାନେ ନୃତ୍ୟକରି ସମସ୍ତଙ୍କୁ ବିମୁଗ୍ଧ କରିଥିଲେ | ଏହାପରେ ଶିବବନ୍ଦନାରେ ‘ଆହେ ଶିବ ଗୌରୀ ତୁମେ’ ରେ ଶିବଙ୍କର ଅର୍ଦ୍ଧନାରୀସ୍ଵର ରୂପକୁ ବର୍ଣ୍ଣନା କରିଥିଲେ | ଯାହାର ନୃତ୍ୟସଂଯୋଜନା କରିଥିଲେ ଗୁରୁ ସୁବାସ ଚନ୍ଦ୍ର ସ୍ଵାଇଁ | ନୃତ୍ୟଙ୍ଗନାର ଅନ୍ୟ ଏକ ଗ୍ରୁପ ସମ୍ବଲପୁରୀ ନୃତ୍ୟ ଡାଲଖାଇରେ ନୃତ୍ୟ କରି ସମସ୍ତଙ୍କୁ ଝୁମେଇଥିଲେ | ଆରାଧନାର ଗୋଟିପୁଅ ଡ୍ୟାନ୍ସ ଏକାଡେମୀର ୧୪ଜଣ ନୃତ୍ୟଶିଳ୍ପୀ ଅଭିନୟରେ ‘ଦେଖଗୋ ରାଧା ମାଧବ ଚାଲି’ ଓ ବନ୍ଧ ନୃତ୍ୟ କରି ଦର୍ଶକଙ୍କୁ ବିସ୍ମିତ କରିଥିଲେ | ଗୋଟିପୁଅ ନୃତ୍ୟର ନୃତ୍ୟସଂଯୋଜନା କରିଥିଲେ ଚିତ୍ରସେନ ସ୍ଵାଇଁ | ଶେଷରେ ଭୁବନେଶ୍ୱର ର ମୟୂରତ ସେଣ୍ଟର ର କଳାକାରମାନେ ପରିବେଷଣ କରିଥିଲେ ଛଉ ନୃତ୍ୟ | ଆଜିକାଲି ଛଉ ନୃତ୍ୟ ବିଲୋପ ଘଟୁଥିବାବେଳେ ଏହି କଳାକାର ମାନେ ଅଭିନୟରେ ଚକ୍ରବ୍ୟୁହର କଥାବସ୍ତୁ କୁ ସୁନ୍ଦର ନୃତ୍ୟମାଧ୍ୟମରେ ସଂଯୋଜନା କରି ଦର୍ଶକଙ୍କ କରତାଳିର ପାତ୍ର ହୋଇପାରିଥିଲେ | ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅଚିନ୍ତ୍ୟ କୁମାର ବେହେରା |

ଏହି ଉଶ୍ଚବରେ ଅତିଥି ଭାବେ ଉପସ୍ଥିତ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାର ଗମାଙ୍ଗ, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କମ୍ପାନୀର ମୁଖ୍ୟ ଆର.ପି ବାଲ, ଲେଖକ ମଙ୍ଗଲ ପ୍ରସାଦ ପ୍ରଧାନ, ଅସିମ ପତ୍ତନୟକ, ପ୍ରେସିଡେଣ୍ଟ ଆର୍ତ୍ତତ୍ରାଣ ମହାନ୍ତି ଓ ସେକ୍ରେଟାରୀ ଗୁରୁ ସୁବାସ ଚନ୍ଦ୍ର ସ୍ଵାଇଁ |

Share in top social networks!
Powered By Indic IME