ସରକାରୀ କର୍ମଚାରୀ ଶାସକ ଦଳର ଏଜେଂଟ୍ ଭାବେ କାର୍ଯ୍ୟ କରୁଛନ୍ତି : ବସନ୍ତ ପଣ୍ଡା

JANAKALYANଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସାଂଘାତିକ । ଡାକ୍ତରଖାନରେ ଡାକ୍ତର, ଫାର୍ମାସିଷ୍ଟମାନଙ୍କ ଅଭାବ । ବହୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି । ଡାକ୍ତରଖାନାମାନଙ୍କରେ ପାଣି, ବିଦ୍ୟୁତ ଭଳି ମୈାଳିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରୋଗୀ ଏବଂ ତାଙ୍କ ପରିବାର ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ଅନ୍ୟ ପଟେ ସରକାରୀ ଅଫିସରମାନେ ଶାସକ ଦଳର ଏଜେଂଟ୍ ଭାବେ କାର୍ଯ୍ୟ କରୁଛନ୍ତି । ସାଧାରଣ ଲୋକଟିଏ ନିଜର ସାମାନ୍ୟ କାମ ପାଇଁ ମଧ୍ୟ ହଇରାଣ ହେଉଛି । ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର । ଦଶପଲ୍ଲା ଡାକ୍ତରଖାନା ବାହାରେ ବୋମା ବିଷ୍ଫରଣ ରାଜ୍ୟର ଆଇନ ଶୃଙ୍କଳା ପରିସ୍ଥିତି ରେ କେତେ ଅଧୋପତନ ଘଟିଛି ତାହାର ଛୋଟ ଉଦାହରଣ ଅଟେ । ରାଜ୍ୟ ସରକାର ଆତଙ୍କବାଦି କାର୍ଯ୍ୟକୁ ରୋକିବାରେ ସମ୍ପୂଣ୍ଣ ବିଫଳ ହୋଇଛନ୍ତି । ପୂର୍ବ ସୂଚନା ଥିଲେ ମଧ୍ୟ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ କରୁନଥିବାରୁ ଏଭଳି କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଜନକଲ୍ୟାଣ ଯାତ୍ରା ଅବସରରେ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ଅବସରରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ।

ଗତ ୭ ତାରିଖରୁ ନବରଙ୍ଗପୁରରୁ ଆରମ୍ଭ ହୋଇଥିବା ଜନକଲ୍ୟାଣ ଯାତ୍ରାର ୫ ଦିନରେ ବୈାଦ୍ଧ ଜିଲ୍ଲା ଅତିକ୍ରମ କରି ନୟାଗଡ ଜିଲ୍ଲାରେ ପହଂଚିଛି । ସକାଳ ୯.୩୦ ମିନିଟରେ ନୟାଗଡ ଜିଲ୍ଲାର ବାଣିଗୋଛା ପଂଚାୟତରେ ପହଂଚିଥିଲେ । ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ ଜଣାଇବା ପରେ ଏକ ବିରାଟ ଶୋଭାଯାତ୍ରରେ ଦଶପଲ୍ଲା ଆସିଥିଲେ । ସେଠାରେ ସେ ସିଧାସଳଖ ଡାକ୍ତରଖାନା ପଂହଚି ସ୍ଥିତିର ଅନୁଧ୍୍ୟାନ କରିଥିଲେ । ଡାକ୍ତରମାନଙ୍କ ଅନୁପସ୍ଥିତି, ପିଇବା ପାଣିର ଅବ୍ୟବସ୍ଥା ଇତ୍ୟାଦି ସେଠାକାର ରୋଗୀମାନଙ୍କୁ ଅତ୍ୟଧିକ ଆକ୍ରୋଷ କରୁଥିଲା । ତା’ପରେ ସେଠାରୁ ବାହାରି ଦି ୧୧ଟାରେ ଗଣିଆ ପହଂଚିଥିଲେ । ସ୍ଥାନୀୟ ତହସିଲାଦାରଙ୍କ ବିଜେଡି ପ୍ରେମ ବିରୁଦ୍ଧରେ ସାଧାରଣ ଜନତାଙ୍କ ଆକ୍ରୋଷ ଦେଖିବାକୁ ମିଳିଥିଲା ।

ଏସମସ୍ତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ସଭାପତି ଶ୍ରୀ ପଣ୍ଡାଙ୍କୁ ଏକ ମାନପତ୍ର ଦେଇଥିଲେ । ଏହାପରେ ଶ୍ରୀ ପଣ୍ଡା ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂମର୍ଦ୍ଧରାଜ ଏବଂ ଶତାଧିକ ଦଳୀୟ କର୍ମୀଙ୍କ ସହ ଏକ ରୋଡ୍ସୋ ଦ୍ୱାରା କଂଟିଲୋ ପହଂଚିଥିଲେ । ଏହିଯାତ୍ରା ସମୟରେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, କାଲନ୍ଦି ସାମଲ, ପୂର୍ବତନମନ୍ତ୍ରୀ ଶ୍ରୀମତୀ, ସୁରମା ପାଢୀ, ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ପ୍ରଦିପ ଜେନା, ସନ୍ତୋଶ ମିଶ୍ର ପ୍ରମୁଖ ଙ୍କ ସହ ବାଣିଗୋଚ୍ଛା, ଦଶପଲ୍ଲା, କଂଟିଲୋ, ଖଣ୍ଡପଡା, ପାଣିପୋଇଲା, ନୟାଗଡ, ଗୋଡିପଡା, ଓଡଗାଁ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ଭେଟିବା ଓ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।

Share in top social networks!