ଇରାନ୍‌ରେ ସ୍ମେଲ୍ଟର୍‌ ଓ ବିଦୁ୍ୟତ ପ୍ରକଳ୍ପ ପ୍ରତିଷ୍ଠା ଯୋଜନା ନାଲ୍‌କୋ ଏବଂ ଇମିଡ୍ରୋ ପକ୍ଷରୁ ମିଳିତ ଟାସ୍କ ଫୋର୍ସ୍‌

nalcoଭାରତ ସରକାରଙ୍କ ଅଧିନସ୍ଥ ନବରନô ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ଏବଂ ଇରାନିଆନ୍‌ ମାଇନ୍ସ ଆଣ୍ଡ୍‌ ମାଇନିଂ ଇଣ୍ଡଷ୍ଟ୍ରିଜ୍‌ ଡେଭେଲପ୍‌ମେଣ୍ଟ ଆଣ୍ଡ୍‌ ରିନୋଭେସନ୍‌ ଅର୍ଗାନାଇଜେସନ୍‌ (ଇମିଡ୍ରୋ) ପକ୍ଷରୁ ଚାବାହର ଫ୍ରି ଟ୍ରେଡ୍‌ ଜୋନ୍‌ ଠାରେ ପ୍ରସ୍ତାବିତ ଆଲୁମିନିୟମ୍‌ ସ୍ମେଲ୍ଟର୍‌ ଏବଂ ଗ୍ୟାସ୍‌ ଦ୍ୱାରା ଚାଳିତ ବିଦୁ୍ୟତ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଏକ ମିଳିତ ଟାସ୍କ୍‌ ଫୋର୍ସ୍‌ ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନାଲ୍‌କୋର ପ୍ରୋଜେକ୍ଟ୍‌, ଅପରେସନ୍‌ ଓ ମାର୍କେଟିଂ ବିଭାଗର ବରିଷ୍ଠ ଅଧିକାରୀଗଣ, ଇରାନ୍‌ ସରକାରଙ୍କ ଶିଳ୍ପ ମନ୍ତ୍ରାଳୟର ନିଦେ୍ର୍ଦଶକବୃନ୍ଦ ଏବଂ ଇରାନିଆନ୍‌ ଆଲୁମିନିୟମ୍‌ କମ୍ପାନୀର ବରିଷ୍ଠ ଅଧିକାରୀବୃନ୍ଦଙ୍କୁ ନେଇ ଗଠିତ ହେବାକୁ ଥିବା ଏହି ଟାସ୍କ୍‌ ଫୋର୍ସ୍‌, ଆଗାମୀ ୩ ମାସ ମଧ୍ୟରେ ପ୍ରସ୍ତାବିତ ପ୍ରକଳ୍ପ ସମ୍ବନ୍ଧରେ ଏହାର ରିପୋର୍ଟ୍‌ ପ୍ରଦାନ କରିବ ।
ଏ ସମ୍ପର୍କରେ ମତ ବ୍ୟକ୍ତ କରି ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଲେ ଯେ ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଇରାନ୍‌ରେ କମ୍‌ ମୂଲ୍ୟରେ ଉପଲବ୍ଧ ଶକ୍ତିର ଉପଯୋଗ କରି, ନାଲ୍‌କୋ ବିଦେଶକୁ ରପ୍ତାନୀ କରୁଥିବା ଆଲୁମିନାକୁ କମ ଖର୍ଚ୍ଚରେ ଆଲୁମିନିୟମ୍‌ରେ ରୂପାନ୍ତରିତ କରିପାରିବ । ନାଲ୍‌କୋର ଅପେକ୍ଷାକୃତ କମ୍‌ ବ୍ୟୟରେ ଉତ୍ପାଦିତ ଆଲୁମିନା ଏବଂ ଇରାନ୍‌ର କମ୍‌ ବ୍ୟୟସାପେକ୍ଷ ଶକ୍ତିର ବ୍ୟବହାର ଦ୍ୱାରା ଏହି ପ୍ରସ୍ତାବିତ ଯୌଥ ପ୍ରକଳ୍ପରୁ ଉତ୍ପାଦିତ ହେବାକୁ ଥିବା ଆଲୁମିନିୟମ୍‌ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହେବ ବୋଲି ଡ. ଚାନ୍ଦ ଆଶା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ନ୍ୟାଚୁରାଲ୍‌ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଇରାନ୍‌ ଗସ୍ତରେ ଯାଇଥିବା ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ସଦସ୍ୟ ଭାବେ ଡ. ଚାନ୍ଦ ଇରାନ୍‌ ଯାଇଛନ୍ତି । ଏହି ଗସ୍ତ ଅବସରରେ, ଡ. ଚାନ୍ଦ ଇରାନ୍‌ର ଶିଳ୍ପ, ଖଣି ଓ ବାଣିଜ୍ୟ ମନ୍ତ୍ରାଳୟର ଉପ ମନ୍ତ୍ରୀ, ଇମିଡ୍ରୋର ଅଧ୍ୟକ୍ଷ ଏବଂ ଇରାନ୍‌ ସରକାର ତଥା ଅନ୍ୟ ଆଲୁମିନିୟମ୍‌ ଉଦ୍ୟୋଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ।
ଏହି ମିଳିତ ଟାସ୍କ ଫୋର୍ସ୍‌ର ରିପୋର୍ଟ ଆଧାରରେ, ପ୍ରସ୍ତାବିତ ପ୍ରକଳ୍ପର ମାଲିକାନା, ପୁଞ୍ଜିନିବେଶ ବ୍ୟବସ୍ଥା, ଗ୍ୟାସ୍‌ର ଦୀର୍ଘକାଳୀନ ଯୋଗାଣ ଏବଂ ଅନ୍ୟ ବିଷୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଖୁବ୍‌ ଶୀଘ୍ର, ଇମିଡ୍ରୋର ଏକ ପ୍ରତିନିଧି ଦଳ ନାଲ୍‌କୋ ଗସ୍ତ କରିବାର ଯୋଜନା ଅଛି । ନାଲ୍‌କୋର ଏହି ପ୍ରକଳ୍ପ ନିମନ୍ତେ ଗ୍ୟାସ୍‌ର ମୂଲ୍ୟ ନିର୍ଦ୍ଧାରଣ, ଗ୍ୟାସ୍‌ର ଦୀର୍ଘକାଳୀନ ଯୋଗାଣ ଏବଂ ଚବାହର ଠାରେ ଜମି ପ୍ରଦାନ ଆଦି ବିଷୟରେ ଇରାନ୍‌ ସରକାରଙ୍କ ସହ ଆଲୋଚନା କରିଥିବାରୁ ଡ. ଚାନ୍ଦ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Share in top social networks!