ଗ୍ରାମ, ଗ୍ରାମପଞ୍ଚାୟତ ଓ ବ୍ଲକ୍ ସ୍ତରରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ କରାଯିବ-ମନ୍ତ୍ରୀ ଶ୍ରୀ ଅମାତ

କେବଳ ସହରରେ ସୀମିତ ନରଖ# ଗ୍ରାମ, ଗ୍ରାମପଞ୍ଚାୟତ ଓ ବ୍ଲକ୍ ସ୍ତରରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ କରାଯିବ ବୋଲି ଅର୍ଥ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦିପ ଅମାତ ପ୍ରକାଶ କରିଥ#ଲୋ ଆଜି ଏ ସଂକ୍ରାନ୍ତରେ ଆୟୋଜିତ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ, ବିଜୁ ବାବୁଙ୍କ ଜୀବନାଦର୍ଶ, ବିରଳ ବ୍ୟକ୍ତିତ୍ୱ ଓ ଯଶସ୍ୱୀ କାର୍ଯ୍ୟଧାରାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛିା ବିଭିନ୍ନ ବିଭାଗରେ ବିଜୁ ବାବୁଙ୍କ କୃତି, କୀର୍ତ୍ତି ଓ ବ୍ୟକ୍ତିତ୍ୱର ସ୍ୱତନ୍ତ୍ର ଛାପ ରହିଥ#ବା ପାଞ୍ଚଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମୟସାରଣୀ ସହ ଜଣାଇବାକୁ ସେ କହିଥ#ଲୋ ବିଜୁ ବାବୁଙ୍କ ଜୀବନାଦର୍ଶ ସମ୍ବଳିତ ତଥ୍ୟ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର ନିର୍ମାଣ କରି ରାଜ୍ୟବାସୀଙ୍କୁ ପ୍ରଦର୍ଶନ କରାଇବା, ତାଙ୍କ ଉପରେ ଆଲୋଚନା ଚକ୍ର, ପ୍ରଦର୍ଶନୀ, ଉଦ୍ୟୋଗ ବିକାଶ ସଂପର୍କିତ ତାଙ୍କର ସଫଳ କାହାଣୀ ପ୍ରଦର୍ଶନ, ବ୍ଲକ୍ସ୍ତରରେ ସାଇକେଲ ଯାତ୍ରା, କ୍ରୀଡା ପ୍ରତିଯୋଗିତା ଆୟୋଜନ, ବିଜୁ ଆହାର କେନ୍ଦ୍ର ସ୍ଥାପନ ଆଦି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରାଯାଇଥ#ଲାା
ଏହି ବୈଠାରେ ଏମ୍.ଏସ୍.ଏମ୍.ଇ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପର୍ଯ୍ୟଟନ, କ୍ରୀଡା ଓ ଯୁବସେବା, ସଂସ୍କୃତି, ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସଂପର୍କ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥ#ବା ବିଭିନ୍ନ ପ୍ରସ୍ତାବଗୁଡିକ ଉପରେ ବିଶଦ ଆଲୋଚନା କରାଯାଇଥ#ଲାା
ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରିକା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସୂଚନା ଓ ଲୋକସଂପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥ#ଲୋ

Share in top social networks!