କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇରାନ ଓ ୟୁଏଇ ଗସ୍ତ

dpjiକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଇରାନ ଓ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

୯ ଓ ୧୦ ତାରିଖ ଇରାନରେ ଦୁଇ ଦିନ ରହଣୀ କାଳରେ ସେ ଦେଶର ପେଟ୍ରୋଲିୟମ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ସହ ସାକ୍ଷାତ କରି ଫ୍ରି ଜୋନ ସମ୍ପର୍କରେ ଆଲୋଚନା କରିବେ । ଏହା ଛଡା ଇରାନର ସେଂଟ୍ରାଲ ବ୍ୟାଙ୍କର ଗଭର୍ଣରଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଇରାନ ଗସ୍ତ ସମୟରେ ସେହି ଦେଶର ନେତୃତ୍ୱ ସହ ଉଭୟ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ, ପେଟ୍ରୋକେମିକାଲ, ସାର ତଥା ଶକ୍ତି ସୁରକ୍ଷା କ୍ଷେତ୍ରରେ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ôଇରାନ ପରେ ୧୧ ଓ ୧୨ ତାରିଖରେ ଶ୍ରୀ ପ୍ରଧାନ ୟୁଏଇ ଗସ୍ତ କରିବେ । ୟୁଏଇର ଶକ୍ତି ମନ୍ତ୍ରୀଙ୍କ ସହ ଆବୁଧାବି ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାକ୍ଷାତ ଆଲୋଚନା କରିବେ । ଆବୁଧାବି ଇନଭେଷ୍ଟମେଂଟ ଅଥରିଟି (ଏଆଇଡିଏ) ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ବ୍ୟବସାୟିକ ସଂସ୍ଥା ମାନଙ୍କ ସହ ମଧ୍ୟ ଆଲୋଚନା ର କାର୍ଯ୍ୟକ୍ରମ ରହିଛି । ଏଠାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ ଏବଂ ପ୍ରଫେସନାଲ ମାନଙ୍କ ସହ ମନ୍ତ୍ରୀ ଶ୍ରୀ ପ୍ରଧାନ ସାକ୍ଷାତ ଆଲୋଚନା କରିବେ । ଦୀର୍ଘ ବର୍ଷରୁ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ଘନିଷ୍ଠ ଥିବା ବେଳେ ଗତ କିଛି ବର୍ଷରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ସଂପର୍କରେ ବିକାଶ ଘଟିଥିବା ସରକାରଙ୍କ ତରଫରୁ ପ୍ରକାଶ କରାଯାଇଛି ।

ଶ୍ରୀ ପ୍ରଧାନଙ୍କ ସହ ତାଙ୍କ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ସାର ଓ ରସାୟନ, ଅର୍ଥନୈତିକ ବ୍ୟାପାର ବିଭାଗର ପ୍ରତିନିଧି ମଧ୍ୟ ଗସ୍ତ କରିବେ । ତୈଳ, ଗ୍ୟାସ ଓ ସାର କ୍ଷେତ୍ରର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଶ୍ରୀ ପ୍ରଧାନଙ୍କ ସହ ଗସ୍ତ କରିଛନ୍ତି ।

Share in top social networks!