ଜାତୀୟ ଖାଦ୍ୟ ସୁରକ୍ଷାରେ ଆଜି ସୁଦ୍ଧା ୭୭, ୪୭,୧୨୪ ପରିବାରକୁ ରେସନ୍ କାର୍ଡ ବଣ୍ଟାସରିଛି

ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମୋଟ ୮୫ ଲକ୍ଷ ୧୪ ହଜାର ୮୫୬ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛିା ଆଜି ସୁଦ୍ଧା ୭୭,୪୭,୧୨୪ ପରିବାର ରେସନ୍ କାର୍ଡ ଗ୍ରହଣ କରିସାରିିଛନ୍ତିା ଅବଶିଷ୍ଟ କାର୍ଡର ତୁରନ୍ତ ବଣ୍ଟନ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ଓ ସ୍ଥିତିର ସମୀକ୍ଷା କରିଛନ୍ତିା ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ୪,୧୯,୭୪,୨୧୮ ଲୋକଙ୍କ ମଧ୍ୟରୁ ୩,୨୫,୭୮,୮୨୦ ଜଣଙ୍କୁ ଏଥ#ରେ ସାମିଲ କରିବାର ଲକ୍ଷ୍ୟ ରହିଛିା ଇତି ମଧ୍ୟରେ ରାଜ୍ୟର ୮୪,୫୪,୯୩୨ ପରିବାରର ୩,୧୭,୨୩,୨୨୦ ଜଣଙ୍କୁ ଜାତୀୟ ଖାଦ୍ୟ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ମୋଟ ଜନସଂଖ୍ୟାର ୭୫.୫୮% ଅଟୋ
ପ୍ରାୟ ୧,୫୪,୮୭୨ଟି କାର୍ଡ ବଣ୍ଟା ନହୋଇ ପଡିରହିଛିା ବାରମ୍ବାର ସୂଚନା ସତ୍ତେ୍ୱ ହିତାଧ#କାରୀମାନେ କାର୍ଡ ଗ୍ରହଣ କରୁନାହାନ୍ତିା ଅନୁସନ୍ଧାନ ଓ ତର୍ଜମା ପରେ ଏଥ# ମଧ୍ୟରୁ ପ୍ରାୟ ୭୮,୯୨୮ଟି କାର୍ଡକୁ ବାତିଲ କରାଯାଇଛି ଓ ଅବଶିଷ୍ଟ କାର୍ଡ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ନିର୍ଦ୍ଦେଶ ଦେଇଛନ୍ତିା ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!