ଆବୁଧାବି ଗସ୍ତରେ ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି ହେବ

ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଓ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟି୍ରଜ୍(ସିଆଇଆଇ)ର ଓଡ଼ିଶା ଚାପଫର ଅଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧ# ମଣ୍ଡଳୀ ଆବୁଧାବି ଗସ୍ତ କରିଛନ୍ତିା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରହିଥ#ବା ବ୍ୟାପକ ସୁଯୋଗ ପରିପ୍ରେକ୍ଷୀରେ ରାଜ୍ୟକୁ ଅଧ#କରୁ ଅଧ#କ ପୁଞ୍ଜିନିବେଶକାରୀ ଓ ଶିଳ୍ପପତିଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରାଯାଉଛିା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ପୂର୍ବରୁ ଏଭଳି ଇସ୍ରାଏଲ୍ ଓ ବି୍ରଟେନ୍ ଗସ୍ତରୁ ରାଜ୍ୟ ପାଇଁ ସୁଫଳ ମିଳିଥ#ବା ଯୋଗୁଁ ଏହି ଗସ୍ତ ମଧ୍ୟ ରାଜ୍ୟ ପାଇଁ ଅଧ#କ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛିା

ଏହି ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ମନ୍ତ୍ରୀ ଶ୍ରୀ ମିଶ୍ର ସିଙ୍ଗାପୁରର ଇନୋଭେସନ୍ ସାଇନ୍ସ ଓ ଡେଭଲପ୍ମେଣ୍ଟ ଏଜୁକେସନ୍ ବିଭାଗ ମନ୍ତ୍ରୀଙ୍କ ସହ ଓଡ଼ିଶାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଶିକ୍ଷା ସଂପର୍କିତ ପୁଞ୍ଜିନିବେଶ ସମ୍ଭାବନା ଉପରେ ଆଲୋଚନା କରିବୋ ପରେ ରାଜପରିବାର ପକ୍ଷରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛିା ପରେ ଇଣ୍ଡିଆ କ୍ଲବ୍ଠାରେ ଦୁବାଇ ଚାପଫର ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସହିତ ଇନ୍ଭେଷ୍ଟର୍ସ ଏଣ୍ଟରପ୍ରେନ୍ୟୋର ମିଟ୍-ଡେଷ୍ଟିନେସନ୍ ଓଡ଼ିଶା ଶୀର୍ଷକ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥା ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ ଓ ସମ୍ଭାବନା ସଂପର୍କରେ ଆଲୋଚନା କରିବୋ ସେଠାରେ ଆୟୋଜିତ ହେବାକୁ ଥ#ବା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥ#ବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମିଶ୍ର ଓ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛିା

Share in top social networks!