ନାଲ୍‌କୋ ପକ୍ଷରୁ କୋରାପୁଟର ୧୬୩ଟି ଆଦିବାସୀ ଗ୍ରାମରେ ସୌର ବିଦୁ୍ୟତିକରଣ ଯୋଜନା

solarଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଅଞ୍ଚଳର ୧୬୩ଟି ପାରିପାଶ୍ୱିର୍କ ଗ୍ରାମରେ ସୌର ବିଦୁ୍ୟତିକରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳରେ ନାଲ୍‌କୋର ଖଣି ଓ ବିଶୋଧନ ପ୍ରକଳ୍ପ ଅବସ୍ଥିତ । ୯ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପଟି ନାଲ୍‌କୋ ଫାଉଣ୍ଡେସନ୍‌ ଦ୍ୱାରା କାର୍ଯ୍ୟାନ୍ୱିତ ହେବ । ଇତି ମଧ୍ୟରେ, ପ୍ରାରମ୍ଭିକ ପର୍ଯ୍ୟାୟରେ, ଫାଉଣ୍ଡେସନ୍‌ ପକ୍ଷରୁ ୨ଟି ଗ୍ରାମରେ ୩୦ଟି ସୋଲାର୍‌ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି ।
ଏତଦ୍‌ବ୍ୟତୀତ, ନାଲ୍‌କୋକୁ ସ୍ଥାନୀୟ ସରପଞ୍ଚ, ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାମନଯୋଡ଼ି ଓ ପଟ୍ଟାଙ୍ଗୀ ଅଞ୍ଚଳର ଭିତ୍ତିଭୂମିର ବିକାଶ ନିମନ୍ତେ କେତେକ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରସ୍ତାବ ଆସିଛି । ଏହି କ୍ରମରେ, ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ୧୫.୮୩ କୋଟି ଟଙ୍କା ବ୍ୟୟରେ ୪୯ଟି ପ୍ରକଳ୍ପ କାର୍ଯ୍ୟାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ, ୨୪.୩୩ କୋଟି ଟଙ୍କା ବ୍ୟୟରେ ୩୨ଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଦାମନଯୋଡ଼ି ଅଞ୍ଚଳରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ପ୍ରତିଷ୍ଠା ସମୟରେ ଚିହ୍ନଟ ହୋଇଥିବା ୬୦୦ଟି ବିସ୍ଥାପିତ ପରିବାରର ମଧ୍ୟରୁ କେବଳ ଗୋଟିଏ ପରିବାରକୁ ଛାଡି ଅନ୍ୟ ସମସ୍ତ ପରିବାରର ମନୋନୀତ ସଦସ୍ୟଙ୍କୁ ନାଲ୍‌କୋରେ ନିଯୁକ୍ତି ମିଳିଛି । ଗୋଟିଏ ପରିବାରର ମନୋନୀତ ସଦସ୍ୟଙ୍କ ନାମ ନାଲ୍‌କୋର ହସ୍ତଗତ ହୋଇନାହିଁ । ଇତି ମଧ୍ୟରେ, କମ୍ପାନୀ ପକ୍ଷରୁ ଏକ ତୃତୀୟାଂଶ କିମ୍ବା ତଦୁଦ୍ଧ୍ୱର୍ ଜମି ହରାଇଥିବା ୨୩୫ଟି ପରିବାରକୁ ଚିହ୍ନଟ କରି ସେହି ପରିବାରର ମନୋନୀତ ସଦସ୍ୟଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପରିବାରରୁ ନିଯୁକ୍ତି ପାଇଁ ମନୋନୟନ ପ୍ରକ୍ରିୟା ଜାରୀ ରହିଛି । ନାଲ୍‌କୋର ହସ୍ତଗତ ହୋଇଥିବା ମନୋନୀତ ସଦସ୍ୟଙ୍କ ତାଲିକାରୁ ୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଅନ୍ୟମାନଙ୍କର ନିଯୁକ୍ତି ପ୍ରକ୍ରିୟା ଜାରୀ ରହିଛି ।
ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନର ଏକ ସକ୍ରିୟ ସହଯୋଗୀ ଭାବେ ନାଲ୍‌କୋ ପକ୍ଷରୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ୨୨୪ଟି ବିଦ୍ୟାଳୟରେ ୪୭୩ଟି ଶୌଚାଳୟ ପ୍ରତିଷ୍ଠା କରାଯାଇଛି । ଏହା ମଧ୍ୟରୁ, କୋରାପୁଟ ଜିଲ୍ଲାର ୮୫ଟି ବିଦ୍ୟାଳୟରେ ୧୭୨ଟି ଶୌଚାଳୟ ପ୍ରତିଷ୍ଠା ହୋଇଛି ।
ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦେ୍ଦଶ୍ୟରେ ଏଠାକାର ୬୫୫ ଜଣ ଶିଶୁଙ୍କୁ ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌, ଜୟପୁରର କେଡିଏଫ୍‌ ଆଦର୍ଶ ବିଦ୍ୟାଳୟ ଏବଂ କୋରାପୁଟର ବିକାଶ ବିଦ୍ୟାଳୟ ଠାରେ ଆବାସିକ ଶିକ୍ଷା ପ୍ରଦାନ କରାଯାଉଛି । ୨୦୧୬-୧୭ ଶିକ୍ଷା ବର୍ଷରେ ଦାମନଯୋଡ଼ି ଓ ପଟ୍ଟାଙ୍ଗୀର ଆଉ ୧୦୦ ଜଣ ଶିଶୁଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଦାମନଯୋଡ଼ିଠାରେ ନାଲ୍‌କୋ ପକ୍ଷରୁ ନିଜସ୍ୱ ଚିକିସôାଳୟ ବ୍ୟତୀତ ନାଲ୍‌କୋ ଫାଉଣ୍ଡେସନ୍‌ ପକ୍ଷରୁ ମୁମ୍ବାଇର ୱକ୍‌ହାଡ୍‌ର୍ ଫାଉଣ୍ଡେସନ୍‌ ସହ ମିଳିତ ଭାବେ ୪ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳିତ ହେଉଛି । ପାରିପାଶ୍ୱିର୍କ ୧୬୩ଟି ଗ୍ରାମ ଏବଂ ଆଖପାଖର ଜନବସତିରେ ମାଗଣାରେ ଦୈନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟ କରୁଛି । ୨୦୧୬-୧୭ରେ ପଟ୍ଟାଙ୍ଗୀର ୩୬ଟି ଗ୍ରାମ ପାଇଁ ଏକ ଅତିରିକ୍ତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ କରାଯିବ ବୋଲି ନାଲ୍‌କୋ ପକ୍ଷରୁ ଯୋଜନା ହୋଇଛି ।

Share in top social networks!