କୋଣାର୍କରେ ପ୍ରବେଶ ଦେୟ ବୃଦ୍ଧିର ପୁନର୍ବିଚାର ପାଇଁ କେନ୍ଦ୍ରକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଚିଠି

konarkବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଦେୟ କମାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛିା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ମର୍ମରେ କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ତଥା ବେସାମରିକ ବେମାନ ଚଳାଚଳ ମନ୍ତ୍ରୀ ଶ୍ରୀ ମହେଶ ଶର୍ମାଙ୍କୁ ପତ୍ର ଲେଖ#ଛନ୍ତିା

ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ବ୍ଲାକ୍ ପାଗୋଡା ଭାବରେ ଖ୍ୟାତ କୋଣାର୍କକୁ ଆସୁଥ#ବା ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଦେୟକୁ ଭାରତୀୟ ପ୍ରନ#ତତ୍ତ୍ୱ ସଂସ୍ଥା ଚଳିତ ମାସ ୨ ତାରିଖଠାରୁ ବୃଦ୍ଧି କରିବା ଫଳରେ ପର୍ଯ୍ୟଟକମାନେ ନିରୁତ୍ସାହିତ ହେଉଛନ୍ତିା ଏହି ଦେୟ ଘରୋଇ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଦେୟ ୧୦ ଟଙ୍କାରୁ ୩୦ ଟଙ୍କା ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୨୫୦ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯିବା ଫଳରେ ରାଜ୍ୟର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛିା ଅନେକ ବିଧାୟକ ଓ ଲୋକପ୍ରତିନିଧ# ମଧ୍ୟ ଏ ବାବଦରେ ଅସନ୍ତୋଷ ପ୍ରକାଶ କରିଛନ୍ତିା

ଏପରି ଦେୟ ବୃଦ୍ଧି ଫଳରେ କୋଣାର୍କକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛିା ସପ୍ତାହର ଶନିବାର ଦିନ ବିନା ଦେୟରେ କୋଣାର୍କ ବୁଲିବାର ସୁବିଧାକୁ ମଧ୍ୟ ଭାରତୀୟ ପ୍ରନ#ତତ୍ତ୍ୱ ସଂସ୍ଥା ବାତିଲ କରିଦେଇଛନ୍ତିା ଏହାକୁ ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଘୋର ବିରୋଧ କରିଛନ୍ତି ଓ ଦେୟ ବୃଦ୍ଧିକୁ ଉଠାଇବା ପାଇଁ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନେଇଛନ୍ତିା

ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖ# ଏବଂ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ପର୍ଯ୍ୟଟନ ମାନ୍ୟତାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରବେଶ ଦେୟ ବୃଦ୍ଧିର ବାତିଲ ଅଥବା ସଂଶୋଧନ ନିମନ୍ତେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ତଥା ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ମନ୍ତ୍ରୀ ଶ୍ରୀ ପଣ୍ଡା ସରକାରଙ୍କ ପକ୍ଷରୁ ଚିଠି ଲେଖ#ଛନ୍ତିା ଏହି ପ୍ରସଙ୍ଗରେ ତୁରନ୍ତ ପୁନର୍ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତିା ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ସହିତ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ବିଚାର କରିବାକୁ ସେ ଦାବି କରିଛନ୍ତିା

Share in top social networks!