ଦିଲ୍ଲୀ ଓ ଏନସିଆର ଅଂଚଳ ପାଇଁ ୩୬ଟି ନୂଆ ସିଏନଜି ଷ୍ଟେସନକୁ ଲୋକାର୍ପଣ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

cngନୂଆଦିଲ୍ଲୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ଅଂଚଳ ପାଇଁ ୩୬ଟି ନୂଆ ସିଏନଜି ଷ୍ଟେସନକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି ା ଏହି ସିଏନଜି ଷ୍ଟେସନ ଗୁଡିକ ମଧ୍ୟରେ ୨୫ଟି ରାଜଧାନୀ ଦିଲ୍ଲୀରେ ଥିବା ବେଳେ ଅବଶିଷ୍ଟ ୧୧ଟି ଏନସିଟିର
ବିଭିନ୍ନ ସହର ଯଥା ଗାଜିଆବାଦ, ଗ୍ରେଟର ନୋଏଡା, ଗୁଡଗାଁଓ ଫରିଦାବାଦ, ସୋନେପତ ଏବଂ ଖୁରଜା ଠାରେ ଅବସ୍ଥିତା

ରାଜଧାନୀର ଗୋଲ ମାର୍କେଟ ଠାରେ ଇଣ୍ଡିଆନ ଅଏଲର ସିଏନଜି ଷ୍ଟେସନରେ ଉପସ୍ଥିତ ରହି ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କର ସାରା ଦେଶରେ ସିଏନଜି ଉପଲବ୍ଧ କରାଇବାର ଇଚ୍ଛା ଓ ଯୋଜନା ବିଷୟରେ ସୂଚନା ଦେଇଥିଲେ ।

ଲୋକଙ୍କ ପାଖରେ କ୍ଲିନ ଫୁଏଲ ପହଂଚାଇବା ସରକାରଙ୍କର ପ୍ରାଥମିକତା ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଦେଶରେ ଏବେ ମୋଟ ୧୦୨୬ଟି ସିଏନଜି ଷ୍ଟେସନ ଥିବା ବେଳେ ଦିଲ୍ଲୀ ଏବଂ ଏନସିଆର ଅଂଚଳରେ ୩୪ ପ୍ରତିଶତ ଷ୍ଟେସନ ରହିଛି । ଦୈନିକ ୭୭ ଲକ୍ଷ କେଜି ଗ୍ୟାସ ବିତରଣ ପାଇଁ ଏହି ଷ୍ଟେସନ ଗୁଡିକର କ୍ଷମତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏହି କ୍ଷମତାକୁ ୮୮ ଲକ୍ଷ ଟନକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ଏହି ଉଦଘାଟନ ସମୟରେ ନୂଆଦିଲ୍ଲୀ ସାଂସଦ ମିନାକ୍ଷୀ ଲେଖି, ଗେଲର ସିଏମଡି ବି.ସି. ତ୍ରିପାଠୀ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ବି. ଅଶୋକ, ସେଂଟର ଫର ଏନଭାୟରନମେଂଟ ଏଂଡ ସାଇନ୍ସର ନିର୍ଦେଶକ ଡା ସୁନୀତା ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!