ବିଜେପିର ୩୭ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳିତ

bjpfoundationdayଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ୩୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।୧୯୮୦ ମସିହା ଏପ୍ରିଲ ୬ ତାରିଖ ଦିନ ବିଜେପି ପ୍ରତିଷ୍ଠା ଲାଭ କରିଥିଲା । ଜାତୀୟତା ଓ ଜାତୀୟ ସଂହତି, ଗଣତନ୍ତ୍ର ଗାନ୍ଧୀବାଦି ସମାଜବାଦ, ସକାରାତ୍ନକ ଧର୍ମ ନିରପେକ୍ଷତା ତଥା ମୂଲ୍ୟବୋଧ ଭିତ୍ତିକ ରାଜନୀତି ପରି ଆଦର୍ଶକୁ ପାଥେୟ କରି ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ୍ÿଭାନୀଙ୍କ ପରି ନେତୃବୃନ୍ଦ ଜନସଂଘ ପରଂପରାରେ ଏକ ରାଜନୈତକ ଦଳ ପ୍ରତିଷ୍ଠା କରି ଦଳର ନାମ ଭାରତୀୟ ଜନତା ପାର୍ଟି ବୋଲି ଅଭିହିତ କଲେ । ଜନତା ପାର୍ଟିିରୁ ପ୍ରତାଡିତ ହୋଇ ଜାତୀୟତାବାଦୀ ଧାରାକୁ ବଂଚାଇବା ପାଇଁ କରାଯାଇଥିବା ଉଦ୍ୟମ ପ୍ରଥମେ ୧୯୯୬ ମସୀହାରେ ଶ୍ରୀ ବାଜଯେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ କଂଗେସର ବିକଳ୍ପ ଭାବେ ସରକାର ଗଢ଼ିବାରେ ସକ୍ଷମ ହୋଇଥିଲା । ଏବେ ପୁଣି ୨୦୧୪ ମସିହାରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକାକୀ ସରକାର ଗଢିବାରେ ସକ୍ଷମ ହୋଇଛି । ସମାଜର ଅନ୍ତିମ ସ୍ଥାନରେ ଛିଡା ହୋଇଥିବା ଲୋକଟି ପାଇଁ ଜନଧନ ଯୋଜନା, ସମସ୍ତ ଗାଁକୁ ବିଜୁଳି, ଷ୍ଟାଣ୍ଡ ଅଫ ଇଣ୍ଡିଆ, ଫସଲ ବୀମା ଯୋଜନା, ଅଟଳ ପେନସେନ ଯୋଜନା, ମୁଦ୍ରା ବ୍ୟାଙ୍କ ଭଳି ବିଭିନ୍ନ କଲ୍ୟାଣମୁଳକ ଯୋଜନା ପ୍ରସ୍ତୁତ କରି ବର୍ତମାନର କେନ୍ଦ୍ର ସରକାର ଲୋକପ୍ରିୟ ହୋଇପାରିଛି । ଗାଁ, ଗରିବ, କିଶାନ, ଶ୍ରମିକମାନଙ୍କ ପାଇଁ ବିଜେପି ସମର୍ପିତ ଅଟେ ବୋଲି ୩୭ତମ ସ୍ଥାପନା ଦିବସରେ ଦଳର ପତାକା ଉତ୍ତୋଳନ ଅବସରରେ ଦଳର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଅନନ୍ତ ନାୟକ, ସଂପାଦିକା ସୀମନ୍ତିନୀ ଜେନା, ଡ.ଲେଖାଶ୍ରୀ ସାମନ୍ତସିଂହାର, ସଂପାଦକ ଶିଶିର ଗମାଙ୍ଗୋଙ୍କ ସମେତ ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ବିଜେପି ବାର୍ତା ମୁଖ୍ୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିଭଳି ରାଜ୍ୟର ସମସ୍ତ ସ୍ଥାନରେ ବହୁତ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ନୂଆପଡାରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ପାଟଣାଗଡରେ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ସଭାପତିତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବାବେଳେ ଦଳର ବରିଷ୍ଠ ସଦସ୍ୟ ବିଜୟ ମହାପାତ୍ର, ସୁରେଶ ପୂଜାରୀ, ସମୀର ଦେ, ମନମୋହନ ସାମଲ, ଜୟନାରାୟଣ ମିଶ୍ର, ପ୍ରତାପ ଷଡଙ୍ଗୀ, ବିଧାୟକ ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ନିତେଶ ଗଙ୍ଗଦେବ, ବିଭୂତି ହରିଚନ୍ଦନ, ଦୁର୍ୟେ୍ୟାଧନ ମାଝୀ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପାଳନ କରିଥିଲେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Share in top social networks!